ମୁମ୍ବାଇ: ଅଭିନେତା ରାହୁଲ ରୟ ନିକଟରେ ‘କାରଗିଲ’ ସୁଟିଂ କରୁଥିବା ସମୟରେ ବ୍ରେନ ଷ୍ଟ୍ରୋକର ଶିକାର ହୋଇଥିଲେ । ଧିରେ ଧିରେ ସେ ବର୍ତ୍ତମାନ ସୁସ୍ଥ ହେବାରେ ଲାଗିଛନ୍ତି । କିଛି ଦିନ ପୂର୍ବରୁ ଘରକୁ ଫେରିଥିବା ରାହୁଲଙ୍କ ନେଇ ବଢିଲା ସମସ୍ତଙ୍କ ଚିନ୍ତା । କାରଣ ଶୁକ୍ରବାର ସେ ପୁଣି ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ଯାହାକୁ ନେଇ ଫ୍ୟାନ୍ସ ଦୁଃଖି । ଶୁଣିବାକୁ ମିଳୁଛି ଯେ ତାଙ୍କ ଲକ୍ଷଣ ଟିକେ ଚିନ୍ତାଜନକ । ସେ ମୁମ୍ବାଇର ୱୋକାର୍ଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଏବଂ ଏହି ହସ୍ପିଟାଲର ଜଣେ ଡାକ୍ତର ଏହାର ସୂଚନା ଦେଇଛନ୍ତି ଯେ ରାହୁଲଙ୍କୁ ପୁଣି ଥରେ ଆଇସିୟୁରେ ଭର୍ତ୍ତି କରାଯାଇଛି । ଏହାର କାରଣ ହେଉଛି ରାହୁଲଙ୍କ ମନ୍ଥର ହୃଦସ୍ପନ୍ଦନ ।
ଡାକ୍ତରଖାନାରେ ରାହୁଲଙ୍କ ଚିକିତ୍ସା କରୁଥିବା ଡାକ୍ତର ପୱନ ଜଣେ ସ୍ନାୟୁବିଜ୍ଞାନୀ ଏବଂ ନ୍ୟୁରୋ ଇଣ୍ଟରଭେନସନ୍ ପରାମର୍ଶଦାତା । ସେ ସୂଚନା ଦେଇଛନ୍ତି ଯେ ରାହୁଲ ସୁସ୍ଥ ଅଛନ୍ତି, କିନ୍ତୁ କହିବାରେ ତାଙ୍କୁ କିଛି ଅସୁବିଧା ହେଉଛି । ମସ୍ତିଷ୍କ ଆଘାତ ହେତୁ ତାଙ୍କ ଶରୀରର ଡାହାଣ ପାର୍ଶ୍ବ ଟିକିଏ କମ୍ କାମ କରୁଛି । ନିକଟରେ ଯେତେବେଳେ ସେ ଏମଆରଆଇ କରିଥିଲେ ସେତେବେଳେ ସେ ପ୍ରାୟ ସୁସ୍ଥ ହୋଇଯାଇଥିଲେ । ତେବେ ତାଙ୍କୁ ଆଇସିୟୁରେ ରଖିବାର କାରଣ ହେଉଛି ତାଙ୍କର ହୃଦସ୍ପନ୍ଦନ ଧିମା ଗତ । ତଥାପି ଏହା କେବଳ ଗୋଟିଏ ଦିନ ପାଇଁ । ପରେ ତାଙ୍କୁ ଆଇସିୟୁରୁ ଡିସଚାର୍ଜ କରାଯିବ ।