ETV Bharat / sitara

ଭେଦଭାବର ଶିକାର ମିୟାଙ୍ଗ, ‘କୋରୋନା’ ଡାକୁଛନ୍ତି ଲୋକେ - ଜାତି ଭେଦଭାବର ଶିକାର ହେଲେ ମିୟାଙ୍ଗ ଚାଙ୍ଗ

ନିକଟରେ ଜାତିଭେଦର ଶିକାର ହେବା ସହ ତାଙ୍କୁ କୋରୋନା କହି ଲୋକେ ଡାକୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ଅଭିନେତା ମିୟାଙ୍ଗ ଚାଙ୍ଗ।

meiyang chang
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମିୟାଙ୍ଗା ଚାଙ୍ଗ
author img

By

Published : Mar 24, 2020, 2:58 PM IST

ମୁମ୍ବାଇ: ନିକଟରେ କୋରୋନା ଭାଇରସ ଆତଙ୍କ ମଧ୍ୟରେ ଦିଲ୍ଲୀରେ ଜଣେ ବ୍ୟକ୍ତି ମଣିପୁର ଛାତ୍ରଙ୍କୁ କୋରୋନା କହି ଛେପ ପକାଇଥିଲେ। ଏହି ମାମଲାକୁ ନେଇ ପୋଲିସରେ ଅଭିଯୋଗ ରୁଜୁ ହୋଇଥିଲା । ଏହାପରେ ମଧ୍ୟ ଏହି ମାମଲା ଥମିବାର ନାଁ ନେଇନାହିଁ।

କଥାଟି ହେଲା ଯେ ନିକଟରେ ଇଣ୍ଡିଆନ ଆଇଡଲର ଫେମସ ପ୍ରତିଯୋଗୀ ଓ ଅଭିନେତା ମିୟାଙ୍ଗ ଚାଙ୍ଗ ଜାତିଭେଦର ଶିକାର ହୋଇଛନ୍ତି। ଖାଲି ଏତିକି ନୁହେଁ ଅନେକ ଲୋକେ ତାଙ୍କୁ ସେହି ସମୟରେ କୋରୋନା ଭାଇରସ କହି ତାଙ୍କ ଉପରେ ଖୁବ୍ ହସିଥିଲେ ମଧ୍ୟ। ଏହାର ଖୁଲାସା ସେ ଏକ ସାକ୍ଷାତକାରରେ କରିଛନ୍ତି। ଏହାସହ ସେ ଆହୁରି ଜଣାଇଥିଲେ ଯେ ତାଙ୍କ ବନ୍ଧୁ ମଧ୍ୟ ତାଙ୍କ ମଜାକ ଉଡାଇବା ସହ ତାଙ୍କଠୁ ଦୂରେଇ ରହୁଛନ୍ତି।

ସେ ସାକ୍ଷାତକାରରେ ନିଜ ଦୁଃଖ ବଖାଣି କହିଥିଲେ ଯେ ସେ ସବୁବେଳେ ନିଜ ଘର ପାଖରେ ଥିବା ଏକ ପାର୍କକୁ ଜଗିଂ ପାଇଁ ଯାଆନ୍ତି । ଏକଦା ଦୁଇଟି ଲୋକ ବାଇକରେ ତାଙ୍କ ପାଖ ଦେଇ ଯାଇଥିଲେ । ଆଉ ତାଙ୍କୁ ଦେଖି କୋରୋନା କହି ଜୋର ଜୋର ହସିଥିଲେ। ଏଭଳି ମୁର୍ଖାମୀ ପାଇଁ କେଉଁ ଦଣ୍ଡ ଦିଆଯିବ। ଅନେକ ବର୍ଷରୁ ଏପରି ଟିପ୍ପଣୀ ଶୁଣିଆସୁଛନ୍ତି । ସେ ଏହାକୁ ଭୁଲି ଆଗକୁ ବଢିବାକୁ ଚେଷ୍ଟା କରୁଛନ୍ତି, ଏହା ତାଙ୍କୁ ପ୍ରଭାବିତ କରୁଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.