ମୁମ୍ବାଇ: ଅଭିନେତା ମହେଶ ମଞ୍ଜରେକରଙ୍କୁ ହ୍ବାଟସଆପ୍ ମେସେଜ୍ ମାଧ୍ୟମରେ ଅଣ୍ଡରୱାର୍ଲ୍ଡ ଡନ୍ ଅବୁ ସଲିମ ନାଁରେ ଧମକ ଦିଆଯାଇଛି । ଅଭିନେତାଙ୍କୁ ଗାଳିଗୁଲଜ କରୁଥିବା ବ୍ୟକ୍ତି ଅଣ୍ଡରୱାର୍ଲ୍ଡ ଡନ୍ ଅବୁ ସଲିମ ବୋଲି ଦାବି କରି ତାଙ୍କଠାରୁ 35 କୋଟି ଟଙ୍କା ଧମକ ଦେଇ ମାଗିଛନ୍ତି ।
ଏହି ମାମଲାରେ ମୁମ୍ବାଇ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି ।
ମହେଶ ବଲିଉଡର ଜଣେ ଫେମସ ଅଭିନେତା ସହିତ ନିର୍ଦ୍ଦେଶକ, ସ୍କ୍ରିନ୍ ରାଇଟର୍, ନିର୍ମାତା ମଧ୍ୟ ଇଟନ୍ତି । ସେ ଅନେକ ପ୍ରମୁଖ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ।
ମହେଶ 2001ରେ ଏହସାସ, 2002 ରେ କାଣ୍ଟେ, 2004ରେ ମୁସାଫିର, 2005ରେ ପଦ୍ମଶ୍ରୀ ଲାଲୁ ପ୍ରସାଦ ଯାଦବ, ଷ୍ଟ୍ରଗଲର୍, 2006 ରେ ଜିନ୍ଧା, 2007 ରେ ମିରାବାଇ ନଟ ଆଉଟ୍, ଦଶ କାହାଣୀୟା ଭଳି ବହୁ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ