ମୁମ୍ବାଇ: ବଲିଉଡରେ ସବୁ ଅଭିନେତାଙ୍କ ପରି ଲୋକପ୍ରିୟ ଅଭିନେତା କୁନାଲ ଖେମୁ ମଧ୍ୟ ନିଜ ଜୀବନରେ ଅନେକ ସମସ୍ୟା ଦେଇ ଗତି କରିଛନ୍ତି । ହେଲେ ତାଙ୍କୁ ସବୁବେଳେ ଦର୍ଶକଙ୍କ ପ୍ରଶଂସା ସବୁ ସମସ୍ୟା ସହ ଲଢିବାକୁ ସାହସ ଯୋଗାଇଥାଏ । ଇଣ୍ଡଷ୍ଟ୍ରିରେ ନିଜ ଯାତ୍ରାକୁ ନେଇ କୁନାଲ ସନ୍ତୁଷ୍ଟ ଅନୁଭବ କରନ୍ତି। ସେହିପରି ସେ ବିଶ୍ବାସ କରନ୍ତି ଯେ ଜଣେ ଅଭିନେତା ଭାବେ ତାଙ୍କର ସାମର୍ଥ୍ୟ ଏଯାବତ ଖୋଲିନାହିଁ। ଏହି ସବୁ କଥାର ଖୁଲାସା ସେ ଏକ ସାକ୍ଷାତକାରରେ କରିଛନ୍ତି ।
ସେ ଏକ ସାକ୍ଷାତକାରରେ ଯୋଗ ଦେଇ କହିଛନ୍ତି, ‘ଆଜି ମୁଁ ନିଜକୁ କମ ଅନୁଭବ କରୁନାହିଁ । ସବୁ ଜିନିଷ ପ୍ରତି ମୋର ଭିନ୍ନ ଦୃଷ୍ଟିକୋଣ । ମତେ ଲାଗୁଛି ମୁଁ ଦୀର୍ଘ ସମୟରୁ ଏପରି କରିଆସୁଛି । ଆଉ ଏବେ ମଧ୍ୟ କରୁଛି । ମୁଁ ଏହାକୁ ଅନେକ ବର୍ଷ ପର୍ପ୍ୟନ୍ତ ଜାରି ରଖିବାକୁ ମଧ୍ୟ ଚାହିଁବି । ଗୋଟିଏ ପଟେ ମୁଁ ଅନୁଭବ କରେ ଯେ ମୁଁ ଅଧିକ ଯୋଗ୍ୟ ଏବଂ ମୋର ଅଧିକ ପାଇବା ଉଚିତ୍ । କିନ୍ତୁ ସେହି ସମୟରେ ମୋତେ ଯାହା ମିଳିଥାଏ ମୁଁ ସେଥିରେ ମଧ୍ୟ କୃତଜ୍ଞ ଅନୁଭବ କରେ । ଏବେ ମତେ ନିଜ ଉପରେ କାମ ଜାରି ରଖିବାକୁ ପଡିବ । ଏମିତି ଅନେକ ଲୋକ ଅଛନ୍ତି ଯିଏ ମତେ କହିଛନ୍ତି ମୁଁ ନବାଗତ ଅଭିନେତାଙ୍କ ଭଳି ନର୍ଭସ ହେଉଛି ଯେବେ ବର୍ଷ, ଦୁଇ ବର୍ଷରେ ପରଦାକୁ ଫିଲ୍ମ ନେଇ ଫେରୁଛି । ପ୍ରକୃତ କଥା ହେଲା ମୁଁ ବାସ୍ତବରେ ନର୍ଭସ ଅନୁଭବ କରେ ଯେବେ ମୋ ଫିଲ୍ମ ରିଲିଜ ହୁଏ । ମୁଁ ଭାବୁଛି ଦର୍ଶକ ମତେ ବହୁତ ଭଲ ପାଉଛନ୍ତି।’
ପ୍ରକାଶ ଥାଉକି ନିକଟରେ ତାଙ୍କ ଅଭିନୀତ ଫିଲ୍ମ ଲୁଟକେସ ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଥିଲା । ଯାହାକୁ ପସନ୍ଦ କରିଛନ୍ତି ଦର୍ଶକ । ସେହିପରି ବଲିଉଡରେ ଶିଶୁ କଳାକାର ରୂପେ ନିଜ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ । ସେ ଫେମସ ନିର୍ମାତା ମହେଶ ଭଟ୍ଟଙ୍କ ଚର୍ଚ୍ଚିତ ଫିଲ୍ମ ‘ସାର’ରେ ଶିଶୁ କଳାକାର ରୂପେ ଡେବ୍ୟୁ କରିଥିଲେ । ଏହି ଫିଲ୍ମରେ ତାଙ୍କ ସହ ନଜର ଆସିଥିଲେ ଅତୁଲ ଅଗ୍ନିହୋତ୍ରୀ, ପୂଜା ଭଟ୍ଟ, ନାସିରୁଦ୍ଦୀନ ଶାହ ଓ ପରେଶ ରାୱଲ ।
- " class="align-text-top noRightClick twitterSection" data="">
ଏହା ପରେ ସେ ‘ହମ ହେ ରାହି ପ୍ୟାର କେ’, ‘ଜଖ୍ମି’, ‘ଭାଇ’ ଓ ‘ଦୁଷ୍ମନ’ରେ ଶାନଦାର ଅଭିନୟ କରିଥିଲେ । ସେହିପରି ସେ ଅଭିନେତା ରୂପେ 2005ରେ ଆସିଥିବା ମହେଶଙ୍କ ରୋମାଣ୍ଟିକ ଡ୍ରାମା ଫିଲ୍ମ ‘କଲୟୁଗ’ରେ ଅଭିନୟ ଯାତ୍ରା ଆରମ୍ଭ କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ