ମୁମ୍ବାଇ: ବଲିଉଡ ଅଭିନେତା ତଥା ପ୍ରୟୋଜକ କମାଲ ଆର ଖାନ ପ୍ରାୟତଃ ଟ୍ବିଟରରେ ନିଜର ପକ୍ଷ ରଖୁଥିବାର ନଜର ଆସିଥାନ୍ତି। ତେବେ କଥା ଫିଲ୍ମ ଇଣ୍ଡଷ୍ଟ୍ରି ସହ ସମ୍ପୃକ୍ତ ଥାଏ କିମ୍ବା ଭାରତୀୟ ରାଜନୀତି ସହ। ସେ ନିଜର ମତାମତ ରଖିବାରେ କେବେ ପଛଘୁଞ୍ଚା ଦିଅନ୍ତି ନାହିଁ । ସେ ଅନେକଥର ଟ୍ବିଟରରେ ବଲିଉଡ କଳାକାର ଏବଂ ଅନ୍ୟ ସେଲିବ୍ରିଟିଙ୍କୁ ଟ୍ରୋଲ ମଧ୍ୟ କରିସାରିଛନ୍ତି ।
ଏବେ ସେ ଏମିତି କିଛି କରି ପୁଣି ଚର୍ଚ୍ଚାରେ ଆସିଛନ୍ତି । ଆଜ୍ଞା ହଁ, ସେ ବି-ଟାଉନ ତିନି ଷ୍ଟାରଙ୍କୁ ନେଇ ସୋସିଆଲ ମିଡିଆରେ ମଜାକ ଉଡାଇଛନ୍ତି । ସେ ଟ୍ବିଟରରେ ଶାହିଦ କପୁର, ଅର୍ଜୁନ କପୁର ଓ ସୁଶାନ୍ତ ସିଂହ ରାଜପୁତଙ୍କୁ ନେଇ ଏକ ପୋଷ୍ଟ ସେୟାର କରିଛନ୍ତି । ଯାହାକୁ ଦେଖି ଏହି ତିନି ଅଭିନେତାଙ୍କ ଫ୍ୟାନ୍ସ ମଧ୍ୟ ଖୁବ୍ ଆଶ୍ଚର୍ଯ୍ୟ ।
ଅଭିନେତା ଏବଂ ପ୍ରଯୋଜକ କମାଲ ଟ୍ବିଟ କରି ଲେଖିଛନ୍ତି, "ଯଦି ଆପଣ ଅର୍ଜୁନ କପୁର, ଶାହିଦ କପୁର ଏବଂ ସୁଶାନ୍ତ ସିଂହ ରାଜପୁତଙ୍କ ସହ ଏକ ଘଣ୍ଟା ବସିବେ ତେବେ ଆପଣଙ୍କୁ ଜଣାପଡିଯିବ ଯେ ଏହି ତିନି ଅଭିନେତା ମାନସିକ ସମସ୍ୟା ଦେଇ ଗତି କରୁଛନ୍ତି । ସେମାନେ ସେହି ଜିନିଷରୁ ଅଧିକା ଜାଣିଛନ୍ତି ଯାହା ତାଙ୍କୁ ବାସ୍ତବିକ ଜାଣିବା କଥା । ସେ ଲେଖକ, ନିର୍ଦ୍ଦେଶକ, ଅଭିନେତା, କ୍ୟାମେରା ମ୍ୟାନ ଏବଂ ଏଡିଟର ଅର୍ଥାତ୍ ଅଲ ଇନ ୱାନ ନିଜକୁ ଭାବୁଛନ୍ତି ।"
କମାଲ ଏହି ତିନି ଅଭିନେତାଙ୍କ ବିଷୟରେ ଟ୍ବିଟ କରି ମେଣ୍ଟାଲୀ ଡିଷ୍ଟର୍ବ କହି ମଜାକ ଉଡାଇଛନ୍ତି । ଏହାପୂର୍ବରୁ ଟେଲି ଜଗତର ଅନେକ କଳାକାରଙ୍କ ମଜାକ ଉଡାଇସାରିଛନ୍ତି କମାଲ।