ETV Bharat / sitara

ଜ୍ୟାକଲିନ ଓ ନୋରାଙ୍କୁ EDର ସମନ, ତଦନ୍ତ ପାଇଁ ଉଭୟ ହାଜିର - ଜ୍ୟାକଲିନ ଫର୍ଣ୍ଣାଡେ

ଇଡି ଫାସରେ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଓ ନୋରା ଫତେହି । ଟଙ୍କା ହେରଫେର ତଥା ମନିଲଣ୍ଡରିଂ ମାମଲାରେ ଇଡି ଅଫିସରେ ହାଜର ହୋଇଛନ୍ତି ଉଭୟ । ଅଧିକ ପଢନ୍ତୁ...

ED କାର୍ଯ୍ଯାଳୟରେ ଜ୍ୟାକଲିନ ଓ ନୋରା
ED କାର୍ଯ୍ଯାଳୟରେ ଜ୍ୟାକଲିନ ଓ ନୋରା
author img

By

Published : Oct 14, 2021, 1:01 PM IST

Updated : Oct 14, 2021, 1:47 PM IST

ହାଇଦ୍ରାବାଦ: ଇଡି ଫାସରେ ଅଭିନେତ୍ରୀ ଜ୍ୟାକିଲିନ ଫର୍ଣ୍ଣାଣ୍ଡିଜ ଓ ନୋରା ଫତେହି । ଟଙ୍କା ହେରଫେର ତଥା ମନିଲଣ୍ଡରିଂ ମାମଲାରେ ଇଡି ଅଫିସରେ ହାଜର ହୋଇଛନ୍ତି ଉଭୟ ନୋରା ଓ ଜ୍ୟାକଲିନ । ସୁକେଶ ଚନ୍ଦ୍ର ଶେଖରଙ୍କ ସହ ଲିଙ୍କ୍‌ ଥିବା ନେଇ ଉଭୟଙ୍କୁ ଜେରା କରୁଛି ED । ଏହି ମାମଲାରେ ସଂପୃକ୍ତି ଥିବା ସମସ୍ତଙ୍କ ଉପରେ ନଜର ରଖିଛି ଇଡି ।

ଏହା ପୂର୍ବରୁ ଏନେଇ ଜ୍ୟାକଲିନଙ୍କୁ ତଦନ୍ତ ପାଇଁ ପଚରାଉଚରା କରିଥିଲା ଇଡି । ସୁକେଶ ଚନ୍ଦ୍ର ଶେଖର ସହିତ ବଲିଉଡ ସେଲିବ୍ରିଟିମାନେ ସକ୍ରିୟ ଭାବେ ଜଡିତ ହୋଇଛି । ମନିଲଣ୍ଡରିଂ ଆକ୍ଟର ଆଇନ ଅନୁଯାୟୀ ଜ୍ୟାକଲିନଙ୍କ ବୟାନ ରେକର୍ଡ କରାଯାଉଛି । ଦିଲ୍ଲୀ ପୋଲିସର ଇକୋନୋମିକ୍ ଅଫେନ୍ସ ୱିଙ୍ଗ (EOW) ଦ୍ବାରା ସୁକେଶ ଏବଂ ଅନ୍ୟମାନଙ୍କ ବିରୋଧରେ ଅପରାଧିକ ଷଡଯନ୍ତ୍ର, ଠକେଇ ଏବଂ ପ୍ରାୟ 200 କୋଟି ଟଙ୍କା ହେରଫେର ଅଭିଯୋଗରେ ମାମଲା ଦାୟର ହୋଇଛି । ଏପଟେ ହରଡଗଣାରେ ପଡିଛନ୍ତି ବଲିଉଡ ଆଇଟନ ଗାର୍ଲ ନୋରା ଫତେହି । ୨୦୦ କୋଟି ଟଙ୍କାର ଠକେଇ ମାମଲାରେ ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଜେରା କରୁଛି ।

ଏହା ପୂର୍ବରୁ ୨୩ ଅଗଷ୍ଟରେ ତିହାର ଜେଲ ଭିତରୁ ବର୍ତ୍ତମାନ ସୁଦ୍ଧା ସବୁଠୁ ବଡ ୨୦୦ କୋଟି ଟଙ୍କା ବଟି ଆଦାୟ କରିଥିବା ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖର ଓ ଫିଲ୍ମ ଅଭିନେତ୍ରୀ ଲିନା ପାଲଙ୍କ ଚେନ୍ନାଇ ସ୍ଥିତ ବଙ୍ଗଳାରେ ଚଢାଉ କରିଥିଲା ଇଡି । ଚଢାଉ ସମୟରେ ମୋଟା ଆକାରର ନଗଦ ଟଙ୍କା ସମେତ ୧୫ଟି ଦାମୀ କାର ଜବତ ହୋଇଥିଲା ।

ନିକଟରେ ତିହାର ଜେଲରୁ ବଡ ବ୍ୟବସାୟୀଙ୍କ ପତ୍ନୀଙ୍କଠାରୁ ୨୦୦ କୋଟି ଟଙ୍କା ବଟି ଆଦାୟ କରିଥିଲା ସୁକେଶ । ଏଥିରେ RBL ବ୍ୟାଙ୍କ ଅଧିକାରୀଙ୍କ ସମେତ ତିହାର ପ୍ରଶାସନର କିଛି କର୍ମଚାରୀଙ୍କୁ ଗିରଫ କରାଯାଇଥିଲା । ସୁକେଶର ନିକଟତର ଲିନା ପାଲଙ୍କୁ କ୍ରମାଗତ ଜେରା କରିଥିଲା ଇଡି । ସୁକେଶକୁ ଗିରଫ କରି EWO ହେପାଜତରେ ରଖିଛି ପୋଲିସ । ତେବେ ଏଥିରେ ଜ୍ୟାକଲିନ ଓ ନୋରାଙ୍କର କଣ ହାତ ରହିଛି ତାହା ସ୍ପଷ୍ଟ ହୋଇନାହିଁ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Oct 14, 2021, 1:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.