ETV Bharat / sitara

ମା'ଙ୍କ ଶ୍ରାଦ୍ଧବାର୍ଷିକୀରେ ଭାବବିହ୍ବଳ ଅର୍ଜୁନ-ଅଂଶୁଲା

ସୋସିଆଲ ମିଡିଆରେ ଦୁଃଖ ନଜର ଆସିଲେ ବୋନି କପୁରଙ୍କ ପୁଅ ଝିଅ ଅର୍ଜୁନ ଓ ଅଂଶୁଲା । 9 ବର୍ଷ ପୂର୍ବେ ହରାଇଥିଲେ ମା' । ସେୟାର କଲେ ଦୁଃଖ । ଅଧିକ ପଢନ୍ତୁ...

author img

By

Published : Mar 26, 2021, 2:15 PM IST

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ଅର୍ଜୁନ କପୁରଙ୍କ ମା' ମୋନା କପୁରଙ୍କ ମୃତ୍ୟୁକୁ 9 ବର୍ଷ ବିତିଗଲାଣି । 2012 ମାର୍ଚ୍ଚ 25ରେ ହାଇଦ୍ରାବାଦରେ ତାଙ୍କର ମୃତ୍ୟୁ ହୋଇଥିଲା । ସେ କ୍ୟାନ୍ସରରେ ପୀଡିତ ଥିଲେ । ତାଙ୍କ ଶ୍ରାଦ୍ଧବାର୍ଷିକୀରେ ତାଙ୍କୁ ମନେ ପକାଇ ଭାବବିହ୍ବଳ ହୋଇପଡିଛନ୍ତି ଅର୍ଜୁନ ଓ ଅଂଶୁଲ । ସୋସିଆଲ ମିଡିଆରେ ଲେଖିଲେ ଭାବୁକଭରା ନୋଟ ।

ସେ ଗୁରୁବାର ଇନଷ୍ଟାଗ୍ରାମରେ ମା'ଙ୍କ ଫଟୋ ପୋଷ୍ଟ କରି ଲେଖିଥିଲେ, ‘9 ବର୍ଷ ପୂରଣ ହୋଇସାରିଲାଣି । ଯାହା ଠିକ୍ କଥା ନୁହେଁ । ମୁଁ ତୁମକୁ ବହୁତ ମିସ୍ କରୁଛି । ଦୟା କରି ଫେରିଆସ । ପ୍ଲିଜ ଫେରିଆସ ମା' ତୁମର ଚିନ୍ତା କରୁଛି । ମୋ ପାଇଁ ତୁମେ ଯେପରି ଚିନ୍ତା କର ମନେପଡୁଛି । ମୋ ଫୋନରେ ତୁମ ନଂ ଦେଖିବା ମନେ ପଡୁଛି । ମୁଁ ଘରକୁ ଫେରି ତୁମକୁ ଦେଖିବାକ କଥା ମିସ୍ କରୁଛି । ତୁମେ ଯେଉଁଠାରେ ଥିବ ଖୁସିରେ ଥିବ । ମୁଁ ମଧ୍ୟ ଖୁସିରେ ରହିବାକୁ ସବୁବେଳେ ଚେଷ୍ଟା କରୁଛି । ଆଜିର ଦିନରେ ବହୁତ ମନେ ପଡୁଛ ତୁମେ ।’

ସେପଟେ ଅର୍ଜୁନଙ୍କ ଭଉଣୀ ଅଂଶୁଲା ମଧ୍ୟ ମା'ଙ୍କ ପାଇଁ ଏକ ପୋଷ୍ଟରେ ଲେଖିଛନ୍ତି, ‘9 ବର୍ଷ ପୂର୍ବେ ମୁଁ ଶେଷଥର ତୁମ ହାତ ଧରିଥିଲି । ମୋର ହୃଦୟରେ ପ୍ରାୟ ପ୍ରତିଦିନ ତୁମ ସହିତ କଥାବାର୍ତ୍ତା କରୁଛି, କିନ୍ତୁ ମୁଁ ବ୍ୟକ୍ତିଗତ ଭାବରେ ତୁମ ସହିତ କେବଳ କିଛି ବାର୍ତ୍ତାଳାପ କରିବାକୁ ଛାଡିଦେବି, ଯେଉଁଠାରେ ମୁଁ ପ୍ରକୃତରେ ତୁମର ସ୍ବର ଶୁଣିବି। ତୁମ ବିନା 9 ବର୍ଷ କାଟିବା କଷ୍ଟକର । ମୁଁ ତୁମର ସ୍ବର, ତୁମର ଆଲିଙ୍ଗନ, ତୁମର ହସ, ତୁମର ପରାମର୍ଶ, ତୁମର ପ୍ରେମକୁ ମିସ୍ କରୁଛି । ମିସ୍ ୟୁ ମା', ତୁମେ ସବୁବେଳେ ମୋ ସାଥିରେ ଅଛ ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.