ମୁମ୍ବାଇ: ବି-ଟାଉନର ମିଷ୍ଟର ଝକାସ୍ ଅନିଲ କପୁର ଫିଟନେସ ମାମଲାରେ ଆଜି ମଧ୍ୟ ୟଙ୍ଗ ଷ୍ଟାର୍ସଙ୍କୁ ମାତ୍ ଦେଇଛନ୍ତି । ନିଜ ପରଫେକ୍ଟ ବଡି ଜରିଆରେ ସେ ଫ୍ୟାନ୍ସଙ୍କୁ ଖୁବ୍ ଇମ୍ପ୍ରେସ କରନ୍ତି । ଏବେ ପୁଣି ଥରେ ତାଙ୍କ ଜବରଦସ୍ତ ଅବତାର ଦେଖିବାକୁ ମିଳୁଛି । କାରଣ ସୋସିଆଲ ମିଡିଆରେ ଘୁରିବୁଲୁଛି ତାଙ୍କ ସର୍ଟଲେସ ଅବତାର ।
63 ବର୍ଷୀୟ ଅନିଲ ନିଜ ବୟସଠୁ ବେଶ୍ କମ ଦେଖାଯାଉଛନ୍ତି ଫଟୋରେ । ଏହି ଫଟୋକୁ ସେ ଇନଷ୍ଟାଗ୍ରାମରେ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ଏହି ବାପା ଜ୍ଞାନ ଦିଅନ୍ତି ନାହିଁ କେବଳ ସର୍ଟ ଖୋଲି ସମୁଦ୍ର କୂଳରେ ଚାଲନ୍ତି । ସମସ୍ତଙ୍କର କିଛି ନା କିଥି ଦୁର୍ବଳତା ଥାଏ ଆଉ ମୋର ଦୁର୍ବଳତା ଖାଦ୍ୟ । ମୋ ଭିତରେ ଥିବା ପଞ୍ଜାବୀ ପୁଅ ସବୁବେଳେ ଟେଷ୍ଟ ବଡ୍ସ ପରି । ମୋ ଆଖି ପେଟ ଠୁ ବଡ । ଲକଡାଉନ ସମୟରେ ମୁଁ ନିଜ ଉପରେ ଅଧିକ ଧ୍ୟାନ ଦେବାକୁ ଚେଷ୍ଟା କରିଥିଲି । ଏହି ନୂଆ ଲୁକ ଖାଦ୍ୟ ପ୍ରତି ଆପ୍ରୋଚ କରିବ । ଟ୍ରେନର ମୋ ଖାଇବା ଶୈଳୀ ପରିବର୍ତ୍ତନ କରିବା ଦାୟିତ୍ବ ନେଇଛନ୍ତି ।
- " class="align-text-top noRightClick twitterSection" data="
">
ଅନିଲଙ୍କ ଏହି ପୋଷ୍ଟ ଭାଇରାଲ ହେଲା ପରେ ଫ୍ୟାନ୍ସଙ୍କ ଠୁ ନେଇ ସେଲିବ୍ରିଟି ମଜାଦାର କମେଣ୍ଟ କରିବା ଆରମ୍ଭ କରିଦେଇଛନ୍ତି । ହ୍ରିତିକି ରୋଶନ, ରିତେଶ ଦେଶମୁଖ, ଅର୍ଜୁନ କପୁର ଭଳି ଅଭିନେତା ଅନିଲଙ୍କ ପ୍ରଶଂସା କରିବାରେ ଥକୁନାହାଁନ୍ତି ।