ମୁମ୍ବାଇ: ଅଭିଷେକ ବଚ୍ଚନ ଓ ଅମିତ ସାଧଙ୍କ ନିକଟରେ ବହୁ ଚର୍ଚ୍ଚିତ ୱେବ ସିରିଜ ‘ବ୍ରେଥ: ଇଟୁ ଦ ସ୍ୟାଡୋଜ’ ଆମାଜନ ପ୍ରାଇମ ଭିଡିଓରେ ରିଲିଜ ହୋଇଥିଲା । ଯାହା ଦର୍ଶକଙ୍କ ମନ କିଣିବା ସହ କ୍ରିଟିକ୍ସଙ୍କୁ ମଧ୍ୟ ଖୁବ୍ ପସନ୍ଦ ଆସିଛି। ଏହାପରେ ଅଭିଷେକଙ୍କୁ ନେଇ ଶୁଣିବାକୁ ମିଳିଥିଲା ଯେ ସେ କୋରୋନା ପଜିଟିଭ ଥିବାରୁ ନାନବାତୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସେପଟେ ତାଙ୍କ ସହ ସିରିଜର ଡବିଂ କରିଥିବା ଅମିତ କିନ୍ତୁ କୋରୋନା ନେଗେଟିଭ ବାହାରିଥିଲେ । ହେଲେ ବର୍ତ୍ତମାନ ସେ ଅଭିଷେକଙ୍କୁ ସାକ୍ଷାତ କରିବାକୁ ବ୍ୟାକୁଳ ନଜର ଆସୁଛନ୍ତି ।
ଯାହା ତାଙ୍କ ସୋସିଆଲ ମିଡିଆରେ ପୋଷ୍ଟରୁ ଜଣାପଡୁଛି । ସେ ଅଭିଷେକଙ୍କ ପାଇଁ ଏକ ସ୍ପେଶାଲ ପୋଷ୍ଟ ସୋୟାର କରି ଚର୍ଚ୍ଚାରେ। ଏହାସହ ସେ ବଚ୍ଚନ ପରିବାରର ସୁସ୍ଥ କାମନା ମଧ୍ୟ କରିଛନ୍ତି ।
ଅମିତ ଇନଷ୍ଟାଗ୍ରାମରେ ଅଭିଷେକଙ୍କ ସହ ଏକ ଫଟୋ ସେୟାର କରି ଲେଖିଛନ୍ତି, ‘ଆପଣଙ୍କ ବିନା ବ୍ରେଥରେ କବୀର ସାୱନ୍ତ ରୂପେ ମୋ ପରଫର୍ମନ୍ସ ଅଧୁରା ଥିଲା । ବ୍ରେଥ ପାଇଁ ମୋ ସେଲିବ୍ରେଶନ। ଏହି ସିରିଜ ପାଇଁ ଖୁସି । ଆପଣ ମତେ ପ୍ରେରଣା ଯୋଗାଇଥିଲେ । ଆଉ ମୁଁ ଆପଣଙ୍କ ସହ କାମ କରିବାକୁ ଅପେକ୍ଷା କରିପାରୁନାହିଁ । ମୁଁ ଜେ(J)ଙ୍କୁ ଭଲ ପାଇବା ସହ ଅଭିନାଶଙ୍କୁ ମଧ୍ୟ ଭଲ ପାଉଛି । ଯିଏ ଶାନଦାର ବନ୍ଧୁ ସାଜିଛନ୍ତି । ମତେ ସେହି ସମ୍ପର୍କ ଭଲ ଲାଗୁଛି ଯାହା ଅଭିନାଶ ଓ କବୀରଙ୍କ ମଧ୍ୟରେ ବିକାଶିତ ହୋଇଛି । ମୁଁ କେବଳ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛି ଯେ ବଚ୍ଚନ ସାର୍ଙ୍କ ସହ ଆପଣଙ୍କ ପୁରା ପରିବା ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରନ୍ତୁ । ଯାହାଦ୍ବାରା ଆମେ ସାକ୍ଷାତ କରିପାରିବା । ଆଉ ମୁଁ ଆପଣଙ୍କୁ ଆଲିଙ୍ଗନ କରିପାରିବି। ଏଥି ନମନ୍ତେ ମତେ ଯଦି ଦୁଇ ସପ୍ତାହ କ୍ବାରେଣ୍ଟିନ କରାଯିବ ତେବେ ପ୍ରସ୍ତୁତ ଅଛି। ଆଇ ଲଭ ୟୁ ସୋ ମଚ ବ୍ରୋ । ଆପଣଙ୍କ ଅପେକ୍ଷାରେ।’
- " class="align-text-top noRightClick twitterSection" data="
">
ସେପଟେ ଅମିତଙ୍କ ଟ୍ବିଟରେ ଜବାବ ଦେଇ ଅଭିଷେକ ଲେଖିଛନ୍ତି, ‘ଏହା ବହୁତ ସ୍ବିଟ। ପ୍ରାର୍ଥନା ପାଇଁ ଧନ୍ୟବାଦ। ତୁମ ଆଚିଭମେଣ୍ଟ ଆଉ ସକ୍ସେସକୁ ସେଲିବ୍ରେଟ କରିବା ପାଇଁ ମୋ ସାଥିରେ ନାହିଁ । ଯାହା ପାଇଁ ମୁଁ ଦୁଃଖିତ । ହେଲେ ବହୁତ ଜଲଦି ପୁଣିଥରେ ଦୁଇଜଣ ସେଲିବ୍ରେଟ କରିବା । ତୁମେ ଜଣେ ଭଲ ବନ୍ଧୁ । ଆଉ ତମ ଆଲିଙ୍ଗନ ପାଇଁ ମୁଁ ମଧ୍ୟ ଅପେକ୍ଷା କରିପାରୁନାହିଁ।’