ETV Bharat / sitara

‘ଅକ୍ଷମତା ଆମ ମନରେ ଅଛି ଶରୀରରେ ନୁହେଁ’ - ମେଜର ଦୀପେନ୍ଦ୍ର ସିଂ ସେଙ୍ଗରଙ୍କ କାହାଣୀ

ଖୁବଶୀଘ୍ର ଏକ ବାସ୍ତବ କାହାଣୀ ଆଧାରିତ ସିରିଜ ‘ଜିଦ୍‌’ରେ ନଜର ଆସିବେ ଅମିତ । ଯେଉଁଥିରେ ଜଣେ କାରଗିଲ ଯୋଦ୍ଧାଙ୍କ କାହାଣୀ ଦେଖିବାକୁ ମିଳିବ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅମିତ ସାଧ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅମିତ ସାଧ
author img

By

Published : Dec 5, 2020, 8:13 AM IST

ମୁମ୍ବାଇ: ଫେମସ ଆକ୍ଟର ଅମିତ ସାଧ ଫିଲ୍ମଠୁ ଅଧିକ ୱେବ ସିରିଜ ପାଇଁ ଚର୍ଚ୍ଚାରେ ରୁହନ୍ତି । କିଛି ବର୍ଷ ମଧ୍ୟରେ ତାଙ୍କ ଅନେକ ୱେବ ସିରିଜ ଦେଖିବାକୁ ମିଳିସାରିଲାଣି । ଯାହା ଦର୍ଶକଙ୍କ ମନ କିଣିବାରେ ସଫଳ । ଆଉ ସେ ଖୁବଶୀଘ୍ର ନୂଆ ସିରିଜ ‘ଜିଦ୍’ ନେଇ ପରଦାକୁ ଫେରିବେ । ଏହି ସିରିଜ କାରଗିଲ ଯୁଦ୍ଧର ହିରୋ ମେଜର ଦୀପେନ୍ଦ୍ର ସିଂ ସେଙ୍ଗରଙ୍କ ପ୍ରକୃତ କାହାଣୀକୁ ନେଇ ଆଧାରିତ । ଯିଏ ଯୁଦ୍ଧ ତଥା ବ୍ୟକ୍ତିଗତ ଜୀବନର ସମସ୍ତ ଅସୁବିଧା ବିରୁଦ୍ଧରେ ଲଢିଥିଲେ । ସିରିଜ ବିଷୟରେ ବର୍ତ୍ତମାନ ଆଲୋଚନା କରି ଚର୍ଚ୍ଚାରେ ଅମିତ ।

ସେ କହିଛନ୍ତି, ‘ଏହି ସିରିଜରେ ଜଣେ ଅସାଧାରଣ ବ୍ୟକ୍ତିଙ୍କ ସାହସିକତା ଦେଖିବାକୁ ମିଳିବ । ଯିଏ ଯୁଦ୍ଧରେ ହେଉ କିମ୍ବା ହ୍ବିଲ ଚେୟାରରେ ହେଉ, ଆଗକୁ ବଢିବାରେ ବିଶ୍ବାସ କରନ୍ତି । ମୁଁ ପ୍ରକୃତରେ ବିଶ୍ବାସ କରେ ଯେ ଜଣେ ବ୍ୟକ୍ତିର ଅକ୍ଷମତା ତାଙ୍କୁ କୌଣସି ରୂପରେ ପରିଭାଷିତ କରେ ନାହିଁ କିମ୍ବା ଲେବଲ୍ କରେ ନାହିଁ । ଏହା ସେମାନଙ୍କର ଇଚ୍ଛା ଏବଂ ସଂକଳ୍ପ ଯାହା ସେମାନଙ୍କୁ ଛିଡ଼ା କରାଇଥାଏ ଏବଂ ଏହା ଏକ ବଡ଼ ପ୍ରେରଣା ଅଟେ । ଅକ୍ଷମତା କେବଳ ଯେତେବେଳେ କେହି ତ୍ୟାଗ କରନ୍ତି, ଏବଂ ଶାରୀରିକ ଦୁର୍ବଳତା ହେତୁ ନୁହେଁ । ମୁଁ ଅନେକ ଲୋକଙ୍କୁ ଜାଣେ, ଯେଉଁମାନେ ଦୁର୍ବଳ ହେବା ସତ୍ତ୍ବେ ନିରନ୍ତର ଭାବରେ ନିଜର ସ୍ବପ୍ନକୁ ଅନୁସରଣ କରି ସମ୍ମାନ ଅର୍ଜନ କରିଛନ୍ତି ।’

ଅକ୍ଷମତା, ଦୃଶ୍ୟମାନ ଏବଂ ଅଦୃଶ୍ୟ ପାଇଁ ଆମକୁ ଅଧିକ ସଚେତନତା ସୃଷ୍ଟି କରିବାକୁ ହେବ । ତେବେ ଆସନ୍ତୁ ସେମାନଙ୍କୁ ସମ୍ମାନ ଦେବା ବୋଲି କହିଛନ୍ତି ଅମିତ ।

ପ୍ରକାଶ ଥାଉକି ‘ଜିଦ୍‌’ର ନିର୍ଦ୍ଦେଶନା ଦାୟିତ୍ବ ତୁଲାଉଛନ୍ତି ବିଶାଲ ମାଙ୍ଗାଲୋରକର । ସେହିପରି ଅମିତଙ୍କ ସହ ଏଥିରେ ନଜର ଆସିବେ ଅଭିନେତ୍ରୀ ଅମୃତା ପୁରୀ ଏବଂ ସୁଶାନ୍ତ ସିଂ । ଆସନ୍ତା ବର୍ଷ ଜାନୁଆରୀ 22ରେ ଷ୍ଟ୍ରିମିଂ ହେବ ସିରିଜ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.