ETV Bharat / sitara

ଏଜାଜଙ୍କୁ ମିଳିଲା ଜାମିନ - ଫେସବୁକରେ ବିବାଦୀୟ ବୟାନ ଦେଇ ଫସିଥିଲେ ଏଜାଜ ଖାନ

ଗତ 18 ତାରିଖରେ ଗିରଫ ହୋଇଥିଲେ ଏଜାଜ ଖାନ। ଫେସବୁକରେ ବିବାଦୀୟ ବୟାନ ଦେଇ ଫସିଥିଲେ ସେ। ଏବେ ମିଳିଛି ତାଙ୍କୁ ଜାମିନ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଏଜାଜ ଖାନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଏଜାଜ ଖାନ
author img

By

Published : Apr 24, 2020, 7:26 PM IST

ମୁମ୍ବାଇ: ବି-ଟାଉନର ବିବାଦୀୟ ଅଭିନେତା ତଥା ବିଗ ବସ ଏକ୍ସ ପ୍ରତିଯୋଗୀ ଏଜାଜ ଖାନଙ୍କୁ ମିଳିଲା ଜାମିନ। ତାଙ୍କୁ ବାନ୍ଦ୍ରା ମେଟ୍ରୋପଲିଟନ ମାଜିଷ୍ଟ୍ରେଟ କୋର୍ଟ 1 ଲକ୍ଷ ଜୋରିମାନା ସହ ଜାମିନ ଦେଇଛନ୍ତି। ଗତ 18 ତାରିଖରେ ଏଜାଜଙ୍କୁ ମାନହାନି, ଅପତ୍ତିଜନକ ଭାଷା ଓ ପ୍ରତିବନ୍ଧତ୍ମକ ଆଦେଶକୁ ଉଲ୍ଲଂଘନ ଅଭିଯୋଗରେ ଗିରଫ କରାଯାଇଥିଲା। ଯାହାପରେ ତାଙ୍କୁ ଆଜି(ଶୁକ୍ରବାର) ଜାମିନ ମିଳିଛି।

ଏହି କଥାର ସୂଚନା ଟ୍ବିଟରରେ ଦିଆଯାଇଛି । ତାଙ୍କ ଗିରଫର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା । ପ୍ରକାଶ ଥାଉକି ଏଜାଜ ଫେସବୁକ ଜରିଆରେ ଏକ ଭିଡିଓ ସେୟାର କରିଥିଲେ । ଯେଉଁଥିରେ ସେ ବିବାଦିତ ବୟାନ ଦେଇ ଚର୍ଚ୍ଚାରେ ଆସିଥିଲେ।

ଭିଡିଓ ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ଏଜାଜଙ୍କ ଗିରଫର ଦାବି କରାଯାଇଥିଲା । ତାଙ୍କୁ ଗିରଫ କରାଯିବା ପାଇଁ ହ୍ୟାଶଟ୍ୟାଗ ମଧ୍ୟ ଖୁବ୍ ଟ୍ରେଣ୍ଡ କରିଥିଲେ ୟୁଜର୍ସ । ଏହାକୁ ଆଧାର କରି ପୋଲିସ କାର୍ଯ୍ୟନୁଷ୍ଠାନ ପରେ ତାଙ୍କୁ ଗିରଫ କରିଥିଲା।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.