ETV Bharat / sitara

ଭୋଟ ଦେଲେ ସେଲିବ୍ରିଟି

ମତଦାନ କେନ୍ଦ୍ରରେ ସେଲିବ୍ରିଟିଙ୍କ ଭିଡ। ନିଜ ମନ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ମତଦାନ କେନ୍ଦ୍ରରେ ପହଞ୍ଚିବାରେ ଲାଗିଛନ୍ତି ଷ୍ଟାର ।

ଡିଜାଇନ ଫଟୋ
author img

By

Published : Oct 21, 2019, 8:49 AM IST

Updated : Oct 21, 2019, 2:47 PM IST

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଜାରି ରହିଛି ଭୋଟଗ୍ରହଣ। ଧିରେଧିରେ ନିଜ ପସନ୍ଦଯୋଗ୍ୟ ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ଭିଡ ଜମାଇଲେଣି ଭୋଟର। କେବଳ ମତଦାତାଙ୍କୁ ମତଦାନ କେନ୍ଦ୍ରରେ ଦେଖିବାକୁ ମିଳୁନାହିଁ। ସେଲିବ୍ରିଟି ମଧ୍ୟ ନିଜ ବ୍ୟସ୍ତବହୁଳତା ଜୀବନରୁ ସମୟ କାଢି ଭୋଟ ଦେବାକୁ ପାଇଁ ପହଞ୍ଚୁଛନ୍ତି ।

ଏହି କ୍ରମରେ ଅଭିନେତା ଅତୁଲ କୁଲକର୍ଣ୍ଣୀ ଓ ତାଙ୍କ ପତ୍ନୀ ଗୀତାଞ୍ଜଳୀ କୁଲକର୍ଣ୍ଣୀଙ୍କୁ ଦେଖିବାକୁ ମିଳୁଛି। ଆଉ ଏହି ଅବସରରେ ସେ କହିଛନ୍ତି କି ସାଧାରଣ ଜନତାଙ୍କୁ ଜଣାଥିବା ଦରକାର କି ସେ ଭୋଟ ଦେଉଥିବା ପ୍ରାର୍ଥୀ ବାସ୍ତବରେ କରୁଛନ୍ତି କ’ଣ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ. ବ୍ୟୁରୋ

ଅନ୍ୟପଟେ ଗୀତାଞ୍ଜଳୀ ମଧ୍ୟ ନିଜ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ପ୍ରତ୍ୟେକ ପାର୍ଟି ସେହି ଭୂମିକା ଉପରେ ଅଧିକ ବ୍ୟାପକ ବିଚାର କରିବା ଦରକାର । ଯାହା ସବୁ ପାର୍ଟି ନିଜ ପ୍ରତିଜ୍ଞାକୁ ପୁରା କରିବାକୁ କରନ୍ତି।

photo
ଫଟୋ ସୌଜନ୍ୟ: ଏଏନଆଇ

ସେହିପରି ଭୋଜପୁରୀ ଅଭିନେତା ତଥା ଗୋରଖପୁରର ବିଜେପି ସାଂସଦ ରବି କିଶନ ଓ ଅଭିନେତ୍ରୀ ପଦ୍ମିନି କୋହ୍ଲାପୁରୀ ମୁମ୍ବାଇ ଗୋରେଗାଁ ଏବଂ ଅନ୍ଧେରୀର ମତଦାନ କେନ୍ଦ୍ରରେ ଭୋଟ ଦେଇଛନ୍ତି।

photo
ଫଟୋ ସୌଜନ୍ୟ: ଏଏନଆଇ
photo-6
ଫଟୋ ସୌଜନ୍ୟ: ଏଏନଆଇ

ସେପଟେ ବି-ଟାଉନର ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନ ମଧ୍ୟ ନିଜ ପତ୍ନୀ କିରନ ରାଓଙ୍କ ସହ ଭୋଟ ଦେବାକୁ ବାନ୍ଦ୍ରା ମତଦାନ କେନ୍ଦ୍ରରେ ପହଞ୍ଚିଛନ୍ତି । ଅଭିନେତା ରିତେଶ ଦେଶମୁଖ ପରିବାର ସହ ଲାଟୁର ମତଦାନ କେନ୍ଦ୍ରରେ ଭୋଟ ଦେଇଛନ୍ତି ।

photo-7
ଫଟୋ ସୌଜନ୍ୟ: ଏଏନଆଇ

ବି-ଟାଉନର ଧକଧକ ଗାର୍ଲ ମାଧୁରୀ ଦୀକ୍ଷିତ ମଧ୍ୟ ବାନ୍ଦ୍ରା ମତଦାନ କେନ୍ଦ୍ରରେ ଭୋଟ ଦେଇଛନ୍ତି । ମାଧୁରୀଙ୍କ ପରେ ବିଶିଷ୍ଟ ଅଭିନେତା ପ୍ରେମ ଚୋପ୍ରା ଓ ଲୋକପ୍ରିୟ ସଙ୍ଗୀତକାର ଗୁଲଜାର ମଧ୍ୟ ବାନ୍ଦ୍ରାରେ ଭୋଟ ଦେଇଛନ୍ତି । ସେହିପରି ନିଜର ବହୁମୂଲ୍ୟ ମତଦାନ କରିଛନ୍ତି ସୁପରଷ୍ଟାର ହ୍ରିତିକ ରୋଶନ, ଦୀପିକା ପାଦୁକୋନ, ଅନିଲ କପୁର, ଶବାନା ଆଜମୀ ଓ ତାଙ୍କ ସ୍ବାମୀ ତଥା ବିଶିଷ୍ଟ ସଙ୍ଗୀତକାର ଜାଭେଦ ଅଖତର । ଅନ୍ୟପଟେ ଭଜନ ସମ୍ରାଟ ଅନୁପ ଜୋଲଟା ଏବଂ ମଥୁରାର ବିଜେପି ସାଂସଦ ତଥା ଅଭିନେତ୍ରୀ ହେମାମାଳିନୀ ମଧ୍ୟ ଭୋଟ ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ଏଏନଆଇ

କେବଳ ମହାରାଷ୍ଟ୍ରରେ ନୁହେଁ ହରିୟାଣାରେ ମଧ୍ୟ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଫେମସ ଟିକଟକ ଅଭିନେତ୍ରୀ ସୋନାଲୀ ଫୋଗଟ ଏଥର ବିଜେପି ଟିକେଟରୁ ଆଦମପୁର ଆସନରୁ ଲଢୁଛନ୍ତି।

Intro:अभिनेता अतुल कुलकर्णी आणि त्याची पत्नी गीतांजली कुलकर्णी यांनी गोरेगाव मधील मतदान केंद्रावर जाऊन आपला मतदानाचा हक्क बजावला. हा एक दिवसच नाही तर प्रत्येक दिवशी आपण मतदान केलेला उमेदवार नक्की काय काम करतो यावर सर्वसामान्य व्यक्तीने सजग रहायला हवं असं मत अतुलने व्यक्त केलं आहे.

तर दुसरीकडे गीताजलीने प्रत्येक पक्ष नक्की काय भूमिका घेतो आणि दिलेली आश्वासन किती पाळतो याचा सर्वांगीण विचार करून मतदान केल्याचं मत व्यक्त केलं आहे. यंदा प्रथमच कुणाला मतदान करायचं याबाबत आपलं आणि अतुलच एकमत झाले असल्याचं गुपित सुद्धा तिने सांगितलं आहे. Body:.Conclusion:.
Last Updated : Oct 21, 2019, 2:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.