ମୁମ୍ବାଇ: ଆକ୍ସନ ଷ୍ଟାର ଟାଇଗର ଶ୍ରଫ ଓ ଦିଶା ପଟାନୀଙ୍କ ଆକ୍ସନ ଡ୍ରାମା ଫିଲ୍ମ ‘ବାଗି 2’ ରିଲିଜକୁ ତିନି ବର୍ଷ ପୂରଣ ହୋଇଛି । ଏହି ଫିଲ୍ମ ଟାଇଗରଙ୍କ କ୍ୟାରିୟରକୁ ଏକ ନୂଆ ମୋଡ ଦେଇଥିଲା । ଯାହାପରେ ଟାଇଗରଙ୍କୁ ବଲିଉଡର ଆକ୍ସନ ହିରୋ ରୂପେ ଗଣାଯାଉଛି। ସବ୍ବିର ଖାନଙ୍କ ‘ବାଗି’ ହିଟ୍ ହେବା ପରେ ଏହାର ସିକ୍ବେଲ ଫିଲ୍ମ ‘ବାଗି 2’2 2016 ମାର୍ଚ୍ଚରେ ରିଲିଜ କରିଥିଲେ ମେକର୍ସ । ଏହା ‘ବାଗି’ ଫ୍ରାଞ୍ଚାଇଜର ଦ୍ବିତୀୟ ପାର୍ଟ ଥିଲା । ଯାହାର ତୃତୀୟ ପାର୍ଟ ମଧ୍ୟ ଆସିସାରିଛି ।
ନିର୍ଦ୍ଦେଶକ ଅହମ୍ମଦ ଖାନଙ୍କ ଦ୍ବାରା ନିର୍ଦ୍ଦେଶିତ ହୋଇଥିବା ‘ବାଗି 2’ରେ ମନୋଜ ବାୟପେୟୀ ଓ ପ୍ରତୀକ ବବ୍ବରଙ୍କ ଖଳନାୟକ ଭୂମିକା ଦେଖିବାକୁ ମିଳିଥିଲା । ଯାହାଙ୍କ ସହ ଫାଇଟ୍ କରିଥିଲେ ଟାଇଗର । ସେହିପରି ଦିଶା ଓ ଟାଇଗରଙ୍କ କେମେଷ୍ଟ୍ରି ସହ ଫିଲ୍ମର ଦମଦାର ଡାଇଲଗ ଦର୍ଶକଙ୍କ ମନ କିଣିଛି । ତେବେ ତିନିବର୍ଷ ପୂରଣ ଅବସରରେ ଆସନ୍ତୁ ନଜର ପକାଇବା ଫିଲ୍ମର କିଛି ଶାନଦାର ଡାଇଲଗ ଉପରେ...
ଜୋ ୟେ ତେରା ଟର୍ଚର ହେ... ୱୋ ମେରା ୱାର୍ମ ଅପ୍ ହେ ।
କାଇଦେ ମେଁ ରହୋଗେ ତୋ ଫାଇଦେ ମେଁ ରହୋଗେ ।
ପ୍ରବ୍ଲେମ୍ ସଲଭ୍ କରେନେ ଆୟା ହୁଁ ବଢାନେ ନେହିଁ ।
ବରାବରି କା ମୁକା ଦେ... ତୁଝେ ଫୌଜ କେ ତାକତ୍ ଦିଖାତା ହୁଁ ।
ପୈସା କମ୍ ହୋ ତୋ ପେଟ ନେହିଁ ଭରତା...ଔର ଜ୍ୟାଦା ହୋ ତୋ ଦିଲ୍ ନେହିଁ ଭରତା ।
ହର ଜଙ୍ଗ ସିର୍ଫ୍ ତାକତ୍ ସେ ନେହିଁ... ଦିମାଗ୍ ସେ ଜିତି ଜାତି ହେ ।
ପ୍ରକାଶ ଥାଉକି ଏହିପରି ଅନେକ ଡାଇଲଗ ଫିଲ୍ମରେ ଶୁଣିବାକୁ ମିଳିଥିଲା । ସେପଟେ ଫିଲ୍ମରେ ଟାଇଗରଙ୍କ ଆକ୍ସନ ଷ୍ଟଣ୍ଟକୁ ନେଇ ଏଯାବତ ଚର୍ଚ୍ଚା ।