ମୁମ୍ବାଇ: ସୁପ୍ରିମକୋର୍ଟ ବୁଧବାର ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ ବଡ ନିଷ୍ପତ୍ତି ଶୁଣାଇଛନ୍ତି । ତାଙ୍କ କେସରେ ଆଗାମୀ ତଦନ୍ତ ସିବିଆଇ କରିବାକୁ ଯାଉଛି । ଯାହାକୁ ନେଇ ଖୁସି ସମସ୍ତେ । ଇତିମଧ୍ୟରେ ପରିବାରବାଦ ଓ ଷ୍ଟାର କିଡ୍ସ ଉପରେ ଲଗାତାର ସ୍ବର ଉଠାଉଥିବା ଟ୍ବିଟର ୟୁଜର୍ସ ପୁଣି ପରିବାରବାଦ ପ୍ରସଙ୍ଗ ଉଠାଇଛନ୍ତି । ୟୁଜର୍ସଙ୍କ ଟାର୍ଗେଟ ଆକ୍ସନ ନିର୍ଦ୍ଦେଶକ ରୋହିତ ସେଟ୍ଟୀ ଓ ସାରା ଅଲ୍ଲୀ ଖାନ । ଦୁଇଜଣଙ୍କ ଏକ ପୁରୁଣା ଭିଡିଓ ସେୟାର କରିବା ଆରମ୍ଭ କରିଦେଇଛନ୍ତି । ବର୍ତ୍ତମାନ ଭାଇରାଲ ହେଉଥିବା ଏହି ଭିଡିଓଟି 2018ର । ଯାହାକୁ ଆଧାର କରି ରୋହିତ ଓ ସାରାଙ୍କୁ ଟ୍ରୋଲ କରାଯାଉଛି ।
ସେହିପରି ଭିଡିଓରେ ରୋହିତ କହୁଥିବାର ନଜର ଆସୁଛନ୍ତି ଯେ ସୈଫ ଅଲ୍ଲୀ ଖାନ ଓ ଅମୃତା ସିଂଙ୍କ ଝିଅ ହେବା ସତ୍ତ୍ବେ ସାରା ଏକଦା ତାଙ୍କ ଅଫିସ ଆସି ଫିଲ୍ମରେ କାମ ମାଗିଥିଲେ । ସେ ହାତ ଯୋଡି ତାଙ୍କୁ କାମ ମାଗିଥିଲେ , ଯାହା ଦେଖି ତାଙ୍କ ଆଖିରେ ଲୁହ ଆସିଯାଇଥିଲା । ଆଉ ସେ ସାରାଙ୍କୁ ନିଜ ଫିଲ୍ମ ‘ସିମ୍ବା’ରେ କାମ ଦେବାକୁ ରାଜି ହୋଇଯାଇଥିଲେ ।
ଏହାକୁ ଆଧାର କରି ଟ୍ବିଟର ୟୁଜର୍ସ ରୋହିତଙ୍କ ଦ୍ବାରା ସେୟାର ହୋଇଥିବା ସାରାଙ୍କ ସଂଘର୍ଷ କାହାଣୀ ଆପତ୍ତି ପ୍ରକାଶ କରିଛନ୍ତି । ୟୁଜର୍ସଙ୍କ ବ୍ୟତୀତ ଅଭିନେତ୍ରୀ ମୀରା ଚୋପ୍ରା ମଧ୍ୟ ଏହା ଉପରେ ଟ୍ବିଟ କରିଛନ୍ତି । ସେ ଲେଖିଛନ୍ତି, ‘ବାଃ କି ସଂଘର୍ଷକାହାଣୀ । କେବଳ ରୋହିତ ସେଟ୍ଟୀ ଜାଣିଛନ୍ତି ବାସ୍ତବ ସଂଘର୍ଷ କଥା ।’
-
Wah kya struggle hai. Only if #RohitShetty knew what real struggle means. https://t.co/eRfho2m4KZ
— meera chopra (@MeerraChopra) August 19, 2020 " class="align-text-top noRightClick twitterSection" data="
">Wah kya struggle hai. Only if #RohitShetty knew what real struggle means. https://t.co/eRfho2m4KZ
— meera chopra (@MeerraChopra) August 19, 2020Wah kya struggle hai. Only if #RohitShetty knew what real struggle means. https://t.co/eRfho2m4KZ
— meera chopra (@MeerraChopra) August 19, 2020
ଜଣେ ୟୁଜର ଲେଖିଛନ୍ତି, ‘ଆମେ ନେପୋଟିଜ୍ମକୁ ଏବେ ନର୍ମାଲାଇଜ କରିଦେଇଛୁ । ଯଦି ଆପଣଙ୍କୁ କାମ ଦରକାର ତେବେ ରୋହିତଙ୍କ ଅଫିସ ଯାଇ ହାତ ଯୋଡି ଠିଆ ହୋଇଯାଅ ।’ ଦ୍ବିତୀୟ ୟୁଜର ଲେଖିଛନ୍ତି, ‘ରୋହିତ ଇମୋସନାଲ ହୋଇଗଲେ । ସାରାଙ୍କ ଦୁଃଖ କାହାଣୀ ଶୁଣି । ’