ମୁମ୍ବାଇ: ଅଭିନେତା ଅଭିଷେକ ବଚ୍ଚନଙ୍କ କୋଭିଡ -19 ଟେଷ୍ଟ ପଜିଟିଭ ଆସିବା ପରେ ଅଭିନେତା ଅମିତ ସାଧ ମଧ୍ୟ ତାଙ୍କ କୋଭିଡ ଟେଷ୍ଟ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଦୁହେଁ ଏକାଠି ୱେବ୍ ସିରିଜ୍ ‘ବ୍ରେଥ ଇନଟୁ ଦ ସ୍ୟାଡୋଜ’ରେ କାମ କରିଛନ୍ତି ।
- " class="align-text-top noRightClick twitterSection" data="
">
ସୂଚନାମୁତାବକ, ଶନିବାର ଅଭିଷେକ ଏବଂ ତାଙ୍କ ପିତା ଅମିତାଭ ବଚ୍ଚନ କୋଭିଡ-19 ସଂକ୍ରମିତ ହୋଇ ମୁମ୍ବାଇର ନାନାବତୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସେବେଠାରୁ ପ୍ରଶଂସକମାନେ ଅମିତଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ଥିଲେ ।
ବାସ୍ତବରେ, ଅମିତ ଏବଂ ଅଭିଷେକଙ୍କ ମହାମାରୀ ମଧ୍ୟରେ ଏକ ଡବିଂ ଷ୍ଟୁଡିଓରେ ଅନେକ ଥର ନଜର ଆସିଥିଲେ ।
ରବିବାର ଦିନ ଅମିତ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି କହିଛନ୍ତି, "ମୋ ପ୍ରତି ଥିବା ଆପଣ ସମସ୍ତଙ୍କ ଭଲପାଇବା ଏବଂ ଚିନ୍ତାକୁ ଦେଖି ମୁଁ ଆପଣ ସଭିଙ୍କୁ ଧନ୍ୟବାଦ ଜଣାଉଛି ।
ସେ ଆହୁରି ମଧ୍ୟ ଲେଖିଛନ୍ତି, ଶ୍ରୀ ବଚ୍ଚନ, ଅଭିଷେକ ଏବଂ ତାଙ୍କ ପରିବାରବର୍ଗଙ୍କୁ ମୋର ଶୁଭେଚ୍ଛା । ଆଶା କରୁଛି ସେମାନେ ଶୀଘ୍ର ଭଲ ହୋଇଯିବେ ।
ପ୍ରକାଶ ଥାଉ ଯେ, ଅମିତାଭ ଏବଂ ଅଭିଷେକଙ୍କ ପରେ ଐଶ୍ୱର୍ଯ୍ୟା ଏବଂ ଆରାଧ୍ୟା ମଧ୍ୟ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି ।