ETV Bharat / sitara

45ରେ ଅଭିଷେକ, ଏମିତି ଶୁଭେଚ୍ଛା ଜଣାଇଲେ ପରିବାର

ମାମୁଁ ଅଭିଷେକଙ୍କ ପାଇଁ ସ୍ପେଶାଲ ନୋଟ୍ ଲେଖିଲେ ଭାଣେଜୀ ନବ୍ୟା । ଅମିତାଭ ମଧ୍ୟ ପୁଅଙ୍କୁ ଜନ୍ମଦିନରେ ଦେଲେ ଖାସ୍ ଶୁଭେଚ୍ଛା । ଅଧିକ ପଢନ୍ତୁ...

author img

By

Published : Feb 5, 2021, 1:19 PM IST

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ଆଜି 45ତମ ଜନ୍ମଦିନ ପାଳନ କରୁଛନ୍ତି ମହାନାୟକ ଅମିତାଭ ବଚ୍ଚନଙ୍କ ଲାଡଲା ଅଭିଷେକ ବଚ୍ଚନ । 1976 ଫେବୃଆରୀରେ ଜନ୍ମ ହୋଇଥିଲେ ସେ । ‘ରିଫ୍ୟୁଜି’ ଫିଲ୍ମରୁ ବଲିଉଡରେ ରଖିଥିଲେ ପାଦ । ସେପଟେ ତାଙ୍କ ଜନ୍ମଦିନରେ ସୋସିଆଲ ମିଡିଆରେ ଶୁଭେଚ୍ଛାର ସୁଅ ଛୁଟୁଛି । ଫ୍ୟାନ୍ସଙ୍କ ଠୁ ନେଇ ପିତା ଅମିତାଭଙ୍କ ଭାଣେଜୀ ନବ୍ୟା ନବେଲି ନନ୍ଦା ତାଙ୍କ ପାଇଁ ଲେଖିଛନ୍ତି ସ୍ପେଶାଲ ନୋଟ୍ । ସେହିପରି କିଛି ସେଲିବ୍ରିଟି ମଧ୍ୟ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଦେଇଛନ୍ତି ।

ନିକଟରେ ନିଜର ସୋସିଆଲ ମିଡିଆ ଆକାଉଣ୍ଟ ପବ୍ଲିକ୍ କରିଥିବା ନବ୍ୟା ଟ୍ବିଟରେ ଅଭିଷେକଙ୍କ ପାଇଁ ଲେଖିଛନ୍ତି ସ୍ବିଟ୍ ମେସେଜ । ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ସେ ଅଭିଷେକଙ୍କ ସହ ନିଜର ଥ୍ରୋବ୍ୟାକ ଫଟୋ ପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି, ‘ହାପି ବର୍ଥଡେ ବେଷ୍ଟ ଫ୍ରେଣ୍ଡ ଟୁ ମୋର ନ୍ୟୁୟୁର୍କ ସିଟି ଆଣ୍ଡ ଚେଲସା ଗେମ୍ସ । ଫ୍ୟାମିଲରେ ତୁମେ ମୋର ସବୁଠାରୁ ଫେଭରେଟ ମେମ୍ବର । ଆଉ ମୋର କ୍ରାଇମ ପାର୍ଟନର ମଧ୍ୟ।’

ସେପଟେ ଅମିତାଭ ଲେଖିଛନ୍ତି, ‘ଏକଦା ମୁଁ ତାଙ୍କ ହାତ ଧରି ବାଟ ଦେଖାଉଥିଲି । ଏବେ ସେ ମୋ ହାତ ଧରି ମତେ ଆଗାକୁ ନେଉଛନ୍ତି ।’

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ଅମିତାଭଙ୍କ ବ୍ୟତୀତ ସେକ୍ସୀ ଅଭିନେତ୍ରୀ କ୍ୟାଟ୍ରିନା କୈଫ ମଧ୍ୟ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଯଦି ଅଭିଷେକଙ୍କ ଆଗାମୀ ଫିଲ୍ମ ବିଷୟରେ କଥା ହେବା ତାହାଲେ ସେ ଖୁବସୀଘ୍ର ‘ବିଗ୍ ବୁଲ’ ଏବଂ ‘ବବ୍ ବିଶ୍ବାସ’ ନେଇ ପରଦାକୁ ଫେରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.