ମୁମ୍ବାଇ: ବି-ଟାଉନର ନୀଳନୟନା ଐଶ୍ଚର୍ଯ୍ୟା ରାୟ ବଚ୍ଚନଙ୍କ ଫ୍ୟାନ୍ସଙ୍କ ପାଇଁ ଗୁଡନ୍ୟୁଜ। କିଛି ଦିନ ହେବ ସେ ଦ୍ବିତୀୟଥର ମା' ହେବାକୁ ଯାଉଥିବାର ଚର୍ଚ୍ଚା ଜୋର ଧରିଛି। ସେପଟେ ତାଙ୍କ ସ୍ବାମୀ ତଥା ଅଭିନେତା ଅଭିଷେକ ବଚ୍ଚନ ସୋସିାଲ ମିଡିଆରେ ଏମିତି ଏକ ହିଣ୍ଟ ଦେଇଛନ୍ତି । ଯାହାକୁ ନେଇ ବର୍ତ୍ତମାନ କନଫର୍ମ ହୋଇଯାଇଛନ୍ତି ଯେ ବଚ୍ଚନ ପରିବାରେ ନୂଆ ସଦସ୍ୟ ଆସିବାକୁ ଯାଉଛନ୍ତି ।
ମଙ୍ଗଳବାର ଅଭିଷେକ ଟ୍ବିଟରେ ଏକ ହିଣ୍ଟ ଦେଇ ଏକ ପୋଷ୍ଟ କରିଥିଲେ । ସେ ଲେଖିଥିଲେ, ‘ବନ୍ଧୁ ଆପଣଙ୍କୁ ଖୁବଶୀଘ୍ର ସରପ୍ରାଇଜ ମିଳିବାକୁ ଯାଉଛି, ସମ୍ପୃକ୍ତ ରହନ୍ତୁ ।’ ଏହି ଟ୍ବିଟକୁ ଆଧାର କରି ଫ୍ୟାନ୍ସ ତାଙ୍କ ସେକେଣ୍ଡ ବେବି ହେବାର ଆଶା ବାନ୍ଧିଛନ୍ତି ।
ଅଭିଷେକଙ୍କ ଏହି ପୋଷ୍ଟ ଭାଇରାଲ ହେବା ମାତ୍ରେ ଫ୍ୟାନ୍ସଙ୍କ କମେଣ୍ଟର ବନ୍ୟା ଦେଖିବାକୁ ମିଳିଥିଲା । କିଛି ଫ୍ୟାନ୍ସ ଲେଖିଥିଲେ ଯେ ସେକେଣ୍ଡ ବେବି ତ ଆଉ କିଛି ଫ୍ୟାନ୍ସ ଲେଖିଥିଲେ ଆପଣ ଦ୍ବିତୀୟଥର ପିତା ହେବାକୁ ଯାଉଛନ୍ତି । ଆରାଧ୍ୟାଙ୍କୁ ଭାଇ ମିଳିବ । ଏପରି କମେଣ୍ଟରେ ସୋସିଆଲ ମିଡିଆରେ ପୁଣି ଚର୍ଚ୍ଚା ଜୋର ଧରିଛି ଯେ ଐଶ ବୋଧହୁଏ ଦ୍ବିତୀୟଥର ମା' ହେବାକୁ ଯାଉଛନ୍ତି ।