ETV Bharat / sitara

ପୁଣି ପରଦାରେ ଆମୀର ଓ ମାଧୁରୀଙ୍କ 'ଦିଲ୍'

ଅଭିନେତା ଆମୀର ଖାନ ଓ ଧକ୍ ଧକ୍ ଗାର୍ଲଙ୍କ ନବେ ଦଶକର ସୁପରହିଟ୍ ଫିଲ୍ମ 'ଦିଲ୍'ର ସିକ୍ବେଲ ଖୁବ୍ ଶୀଘ୍ର ଦେଖିବାକୁ ଯାଉଛନ୍ତି ଦର୍ଶକ । ଆଜ୍ଞା ହଁ ଏହି ଫିଲ୍ମ ସିକ୍ବେଲ ତିଆରି କରିବାକୁ ସ୍ଥିର କରିଛନ୍ତି ନିର୍ଦ୍ଦେଶକ ଇନ୍ଦ୍ର କୁମାର ।

author img

By

Published : Feb 13, 2019, 4:19 PM IST

ଫଟୋ ସୌଜନ୍ୟ: ଇନାଡୁ ଇଣ୍ଡିଆ

ହାଇଦ୍ରାବାଦ: ନବେ ଦଶକରେ ଆସିଥିବା ହିଟ ଫିଲ୍ମ 'ଦିଲ'ର ସିକ୍ବେଲ ଆସିବାକୁ ଯାଉଛି । ମିଷ୍ଟର ପରଫେକ୍ଟନିଷ୍ଟ ଆମିର ଖାନ ଓ ଧକ ଧକ ଗାର୍ଲ ମାଧୁରୀଙ୍କ ଦ୍ବାରା ଅଭିନୀତ ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ସମ୍ଭାଳିଥିଲେ । ଏହି ଫିଲ୍ମ ମାଧ୍ୟମରେ ମାଧୁରୀ ଓ ଆମିର ମଧ୍ୟ ରାତାରାତି ବେଶ ପ୍ରତିଷ୍ଠିତ ହୋଇ ପାରିଥିଲେ । ତେବେ ପୁଣି ଥରେ ଏହି ଫିଲ୍ମର ସିକ୍ବେଲ ଆସିବାକୁ ଯାଉଛି ।

ଏହି ଅବସରରେ ଇନ୍ଦ୍ର କହିଛନ୍ତି କି 'ଦିଲ୍-2' ଫିଲ୍ମଟି ଏକ ଲଭଷ୍ଟୋରୀ ଫିଲ୍ମ ରୂପେ ତିଆରି କରାଯିବ । ଏହି ସମୟରେ ଫିଲ୍ମର ସ୍କ୍ରିପ୍ଟ ଉପରେ କାମ ଚାଲିଛି । ଏହି ଫିଲ୍ମରେ ସେ ମାଧୁରୀଙ୍କୁ ଏକ ଆଇଟମ ଗୀତ ପାଇଁ ଆପ୍ରୋଚ କରିବେ । ମାଧୁରୀ ଜଣେ ଚିରସବୁଜ ଅଭିନେତ୍ରୀ । ଏହା ବ୍ୟତୀତ ସେ ଆମୀରଙ୍କୁ ଫିଲ୍ମରେ ଅତିଥି ରୋଲ ପାଇଁ ମଧ୍ୟ କହିଥିଲେ । ଅନ୍ୟପଟେ ଆମୀର ମଧ୍ୟ ରାଜି ହୋଇଯାଇଥିଲେ ଏହି ଫିଲ୍ମରେ ଅଭିନୟ କରିବାକୁ । କିନ୍ତୁ ନିଜର ଅନ୍ୟ ଫିଲ୍ମରେ ବ୍ୟସ୍ତ ଥିବାରୁ ବର୍ତ୍ତମାନ ସେ ଫିଲ୍ମର ସୁଟିଂ କିଛି ସମୟ ଘୁଞ୍ଚାଇବାକୁ କହିଛନ୍ତି ।

ଚର୍ଚ୍ଚା ହେଉଛୁ ଯେ ଇନ୍ଦ୍ର 'ଦିଲ୍-2'ରେ ନିଜ ଝିଅ ଶ୍ବେତା କୁମାର ଏବଂ କିଛି ନୂଆ ଚେହେରାଙ୍କୁ ନେଇ ତିଆରି କରିବେ । ଶ୍ବେତା ଏହା ପୂର୍ବରୁ 2008ରେ ଆସିଥିବା ଫିଲ୍ମ 'କର୍ଜ'ରେ ଗାୟକ, ଅଭିନେତା ହିମେଶ ରେଶମିୟାଙ୍କ ସହ ନଜର ଆସିସାରିଛନ୍ତି । ଶୁଣିବାକୁ ମିଳୁଛି ଯେ 'ଦିଲ୍-2'ଆସନ୍ତା ବର୍ଷ ଫେବୃଆରୀରେ ରିଲିଜ ହେବାର ଯୋଜନା ରହିଛି ।

undefined

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.