ETV Bharat / sitara

ସିଗାରେଟକୁ ନେଇ ଟ୍ରୋଲ ହେଲେ ଆମୀରଙ୍କ ଝିଅ

author img

By

Published : Jul 27, 2021, 5:29 PM IST

ନିଜ ଇନଷ୍ଟାଗ୍ରାମ ପୋଷ୍ଟକୁ ନେଇ ଟ୍ରୋଲ ହୋଇଛନ୍ତି ବଲିଉଡ ସୁପରଷ୍ଟାର ଆମୀରଙ୍କ ଝିଅ ଇରା ଖାନ । ଅଧିକ ପଢନ୍ତୁ...

କୋଭିଡ ଟିକା ବିରୋଧରେ କଟୁ ମନ୍ତବ୍ୟ, କ୍ୟାପିଟାଲ ଥାନାରେ ୫ଜଣଙ୍କ ନାଁରେ ମାମଲା

ହାଇଦ୍ରାବାଦ: ବଲିଉଡ ସୁପରଷ୍ଟାର ଆମୀର ଖାନଙ୍କ ଝିଅ ଇରା ଖାନଙ୍କୁ ଇନଷ୍ଟାଗ୍ରାମରେ ଟ୍ରୋଲ କରିଛନ୍ତି ୟୁଜର୍ସ । ସେ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରି ଟ୍ରୋଲକୁ ଆମନ୍ତ୍ରଣ କରିଛନ୍ତି । ତେବେ ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଭ୍ୟାକେସନର ଫଟୋ ସେୟାର କରିବା ବେଳେ ହୋଇଛନ୍ତି ଟ୍ରୋଲ ।

ଏହି ପୋଷ୍ଟରେ ସେ ନିଜ କୋଳରେ ଏକ ପୋଷା କୁକୁରକୁ ରଖିଛନ୍ତି । ତେବେ ତାଙ୍କ ପଛରେ ଏକ ସିଗାରେଟ ପ୍ୟାକେଟ ରହିଛି । ଫଟୋରେ ଏହା ସ୍ବଚ୍ଛ ଦେଖାଯାଉନଥିବା ବେଳେ ତଥାପି ଏହା ଖସିନି ନେଟିଜେନ୍ସ ଆଖିରୁ । ଫଳରେ ଏହି ସିଗାରେଟକୁ ନେଇ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ତାଙ୍କୁ ଟ୍ରୋଲ କରିଛନ୍ତି । ସେ କେଉଁ ସିଗାରେଟ ବ୍ୟବହାର କରନ୍ତି ବୋଲି କିଛି ୟୁଜର୍ସ ତାଙ୍କୁ ପ୍ରଶ୍ନ କରିଛନ୍ତି । ସେପଟେ ସେଲିବ୍ରିଟିଙ୍କ ସନ୍ତାନ କାହିଁକି ଭଲ ଭାବେ ପୋଷାକ ପିନ୍ଧିନଥାନ୍ତି ବୋଲି ମଧ୍ୟ କିଛି ପ୍ରଶ୍ନ ପଚାରିଛନ୍ତି ।

ଇରା ଓ ତାଙ୍କ ବୟଫ୍ରେଣ୍ଡ ହିମାଚଳ ପ୍ରଦେଶରେ ଛୁଟି କାଟୁଛନ୍ତି । ଏଥିରେ ଇରାଙ୍କ ମାଆ ରୀନା ଦତ୍ତ ମଧ୍ୟ ତାଙ୍କୁ ଯୋଗ ଦେଇଛନ୍ତି । ଇରା ଅଗସ୍ତୁ ଫାଉଣ୍ଡେସନ ମାଧ୍ୟମରେ ମାନସିକ ଚାପଗ୍ରସ୍ତ ଲୋକଙ୍କୁ ସମର୍ଥନ କରିଛନ୍ତି ଏବଂ ଏହି ରୋଗ ବିରୋଧରେ ଲୋକଙ୍କୁ ସଚେତନ କରିବା ପାଇଁ ସେ ଚେଷ୍ଟା କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.