ମୁମ୍ବାଇ: ଆଜି ଆମୀର ଖାନଙ୍କ ପୁଅ ଜୁନୈଦଙ୍କ ଜନ୍ମଦିନ । ଏହି ଅବସରରେ ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଜୁନୈଦ ଖାନଙ୍କୁ ଶୁଭେଚ୍ଛା ଜଣାଇବାକୁ ଯାଇ ଏକ ସୁନ୍ଦର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯେଉଁଥିରେ ଜୁନୈଦ ଓ ରାନୀ ମୁଖାର୍ଜୀ ନଜର ଆସୁଛନ୍ତି । ଫଟୋରେ ଆମୀର ଯାହା ଲେଖିଛନ୍ତି ତାହା ଦେଖି ଆଶ୍ଚର୍ଯ୍ୟ ଫ୍ୟାନ୍ସ । ଆମୀର ମଧ୍ୟ ଆଶ୍ଚର୍ଯ୍ୟ ଅଛନ୍ତି ପୁଅର କିଛି ଗୁଣକୁ ନେଇ ।
- View this post on Instagram
I wonder how he managed to charm Rani... I never did ! Happy Birthday Junsie 😘
">
ଆଜି ଆମୀର ନିଜ ଟ୍ବିଟର ଓ ଇନଷ୍ଟାଗ୍ରାମରେ ଯେଉଁ ଫଟୋ ସେୟାର କରିଛନ୍ତି, ସେଥିରେ ଦେଖିବାକୁ ମିଳୁଛି ରାନୀଙ୍କ ପାଖରେ ଜୁନୈଜ ଖୁସିରେ ଠିଆ ହୋଇଛନ୍ତି । ଅନ୍ୟପଟେ ରାନୀ ମଧ୍ୟ ବହୁତ ଖୁସି ନଜର ଆସୁଛନ୍ତି । ଫଟୋକୁ ନେଇ ଆଶ୍ଚର୍ଯ୍ୟ ଥିବା ଆମୀର କ୍ୟାପନସରେ ଲେଖିଛନ୍ତି, "ମୁଁ ଆଶ୍ଚର୍ଯ୍ୟ ଯେ ରାନୀଙ୍କୁ ଖୁସି କରିବାରେ ଜୁନୈଦ ସଫଳ କିପରି ହୋଇପାରିଲେ । ମୁଁ କେବେ ରାନୀଙ୍କୁ ଖୁସି କରିପାରିନାହିଁ । ହାପ୍ପି ବର୍ଥଡେ ଜୁନସୀ ।"
ଆମୀର ଏହି କ୍ୟାପସନରୁ ଲାଗୁଛି ଯେ ଆଜି ପର୍ଯ୍ୟନ୍ତ ସେ ହସାଇ ପାରିନଥିଲେ କିନ୍ତୁ ତାହା ତାଙ୍କ ପୁଅ ସହଜରେ କରିପାରିଛନ୍ତି । ଯାହାକୁ ନେଇ ସେ ମଧ୍ୟ ଆଶ୍ଚର୍ଯ୍ୟ । କାରଣ ରାନୀ ସହଜରେ ମାନିବା ଝିଅ ନୁହେଁ ।
ପ୍ରକାଶ ଥାଉକି ଆମୀର ଓ ରାନୀ ଫିଲ୍ମ 'ତଲାଶ', 'ଗୁଲାମ' ଏବଂ 'ମଙ୍ଗଳ ପାଣ୍ଡେ' ଭଳି ଫିଲ୍ମରେ ଏକାଠି କାମ କରିସାରିଛନ୍ତି । ଦର୍ଶକ ମଧ୍ୟ ପରଦାରେ ରାନୀ ଓ ଆମୀରଙ୍କ କେମେଷ୍ଟ୍ରିକୁ ଖୁବ୍ ପସନ୍ଦ କରନ୍ତି ।