ETV Bharat / sitara

ସୋସିଆଲ ମିଡିଆକୁ ବାଏ ବାଏ କଲେ ଆମିର ଖାନ

ସୋସିଆଲ ମିଡିଆକୁ ସବୁଦିନ ପାଇଁ ଅଲବିଦା କହିଲେ ବଲିଉଡ ସୁପରଷ୍ଟାର ଆମିର ଖାନ। ଏହାକୁ ନେଇ ସେ ନିଜ ଟ୍ବିଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ଅଧିକ ପଢ଼ନ୍ତୁ...

author img

By

Published : Mar 15, 2021, 9:08 PM IST

ସୋସିଆଲ ମିଡିଆକୁ ବାଏ ବାଏ କଲେ ଆମିର ଖାନ
ସୋସିଆଲ ମିଡିଆକୁ ବାଏ ବାଏ କଲେ ଆମିର ଖାନ

ମୁମ୍ବାଇ: ସୋସିଆଲ ମିଡିଆକୁ ସବୁଦିନ ପାଇଁ ଅଲବିଦା କହିଲେ ବଲିଉଡ ସୁପରଷ୍ଟାର ଆମିର ଖାନ। ଏହାକୁ ନେଇ ସେ ନିଜ ଟ୍ବିଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ଫେସବୁକ, ଟ୍ବିଟର ଓ ଇନଷ୍ଟାଗ୍ରାମରେ ଆମିର ଖାନଙ୍କ ଲକ୍ଷ ଲକ୍ଷ ଫ୍ୟାନ ଫଲୋୱିଂ ରହିଛି। ପ୍ରାୟତଃ ସମୟ ସେ ସୋସିଆଲ ମିଡିଆ ବ୍ୟବହାର କରି ପାରୁନାହାନ୍ତି । ଏଥିପାଇଁ ସମସ୍ତ ପ୍ରକାର ସୋସିଆଲ ମିଡିଆ ପ୍ଲାଟଫର୍ମରୁ ସେ ବିଦାୟ ନେବାକୁ ନିଷ୍ପତ୍ତି ନେଇଛି।

ଆମିର ଖାନ୍ ଟ୍ବିଟ କରି ଲେଖିଛନ୍ତି ଯେ, "ମୋ ଜନ୍ମଦିନରେ ମୋତେ ଶୁଭେଚ୍ଛା ଜଣାଇଥିବାରୁ ସଭିଁଙ୍କୁ ଧନ୍ୟବାଦ। ଆପଣମାନଙ୍କ ଶୁଭେଚ୍ଛା ମୋର ହୃଦୟକୁ ଛୁଇଁଛି। ସୋସିଆଲ ମିଡିଆରେ ଏହି ପୋଷ୍ଟ ମୋର ଶେଷ ପୋଷ୍ଟ ହେବ। ପୂର୍ବରୁ ଆମେ ଯେଭଳି ସମ୍ପର୍କରେ ଥିଲେ ତାହା ଜାରି ରହିବ।"

ସୋସିଆଲ ମିଡିଆରେ ପ୍ରାୟ ସମୟ ଆମିର ଖାନ କୌଣସି ପୋଷ୍ଟ କରି ନଥାନ୍ତି। ଜାନୁଆରୀ ମାସରେ ସେ କେବଳ ଦୁଇଟି ଟ୍ବିଟ୍ କରିଥିଲେ। ସେହିଭଳ ଫେବ୍ରୁଆରୀ ମାସରେ କେବଳ ଟ୍ବିଟ କରିଥିଲେ। ମାର୍ଚ୍ଚ 14 ତାରିଖରେ ଆମିର ଖାନଙ୍କ ଜନ୍ମଦିନ ଥିଲା। ସେହିଦିନ ଆମିର ସୋସିଆଲ ମିଡିଆରେ ଆକ୍ଟିଭ ଥିବା ଦେଖାଯାଇଥିଲା।

ତେବେ ଆମିର ଖାନଙ୍କ ପ୍ରଡକ୍ସନ ହାଉସ ଟ୍ବିଟର ଆକାଉଣ୍ଟରେ ସେ ଫ୍ୟାନମାନଙ୍କ ସହ ଯୋଗାଯୋଗରେ ରହିବେ ବୋଲି କହିଛନ୍ତି। ଏହି ଆକାଉଣ୍ଟରେ ସେ ନିଜ ଆଗାମୀ ଚଳଚିତ୍ର ବିଷୟରେ ମଧ୍ୟ ଜଣାଇବେ ବୋଲି କହିଛନ୍ତି। 2009ରେ ଆମିର ଖାନ ଫେସବୁକରେ ଯୋଗ ଦେଇଥିଲେ। ଫେସବୁକରେ ତାଙ୍କର 18 ମିଲିଅନ ଫୋଲଅର୍ସ ରହିଛନ୍ତି। ସେହି ବର୍ଷରେ ସେ ଟ୍ବିଟର ଓ ମାଇକ୍ରୋ ବ୍ଲଗିଂରେ ରେ ଯୋଗ ଦେଇଥିଲେ। ଏହି ଦୁଇଟିରେ ଆକାଉଣ୍ଟରେ ତାଙ୍କର 26 ମିଲିଅନ ଫୋଲଅର୍ସ ରହିଛନ୍ତି। ସେହିଭଳି ଇନଷ୍ଟାଗ୍ରାମରେ ତାଙ୍କର 3.6 ମିଲିଅନ ଫୋଲଅର୍ସ ରହିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.