ETV Bharat / sitara

‘ଲାଲ ସିଂ ଚଡ୍ଡା’ ଉପରେ କୋରୋନା ଗ୍ରହଣ !

କୋରୋନା ପ୍ରକୋପକୁ ଦୃଷ୍ଟିରେ ରଖି ଫିଲ୍ମ ମେକର୍ସ ନିଜ ନିଜ ଫିଲ୍ମ ରିଲିଜ ତାରିଖ ପରିବର୍ତ୍ତନ କରିବାରେ ଲାଗିଛନ୍ତି। ଏବେ ଏହି କ୍ରମରେ ସାମିଲ ହୋଇଛି ବହୁ ପ୍ରତିକ୍ଷିତ ଫିଲ୍ମ ‘ଲାଲ ସିଂ ଚଡ୍ଡା’। ଅଧିକ ପଢ଼ନ୍ତୁ...

author img

By

Published : Apr 19, 2020, 2:00 AM IST

aamir khan
ଫଟୋ ସୌଜନ୍ୟ: ଇନଷ୍ଚାଗ୍ରାମ@ଆମୀର ଖାନ

ମୁମ୍ବାଇ: କୋରୋନା ଭାଇରସ ପାଇଁ ଫିଲ୍ମ ଇଣ୍ଡଷ୍ଟ୍ରୀ ଖୁବ୍ ପ୍ରଭାବିତ ହୋଇଛି। ଲକଡାଉନ ପୂର୍ବରୁ ଅନେକ ଫିଲ୍ମର ସୁଟିଂ ରଦ୍ଦ କରାଯାଇଥିଲା। ଏହାସହ ଏବର୍ଷର ବଡ ଫିଲ୍ମ ଗୁଡିକ ରିଲିଜକୁ ବର୍ତ୍ତମାନ ସ୍ଥଗିତ ରଖାଯାଇଛି । ଏହି କ୍ରମରେ ଅକ୍ଷୟ କୁମାରଙ୍କ ଫିଲ୍ମ ‘ସୂର୍ଯ୍ୟବଂଶୀ’ ଓ ରଣବୀର ସିଂ ‘83’ ସାମିଲ ଅଛି। ସେହିପରି ଖ୍ରୀଷ୍ଟମାସରେ ରିଲିଜ ହେବାକୁ ଯାଉଥିବା ଆମୀର ଖାନଙ୍କ ଚର୍ଚ୍ଚିତ ଫିଲ୍ମ ‘ଲାଲ ସିଂ ଚଡ୍ଡା’କୁ ନେଇ ନୂଆ ଖବର ସାମ୍ନାକୁ ଆସିଛି । ଯାହା ଶୁଣି ହୁଏତଃ ନିରାଶ ହୋଇପାରନ୍ତି ଦର୍ଶକ।

ଆଜ୍ଞା ହଁ, ଫିଲ୍ମଟିକୁ କୋରୋନା ଭାଇରସ ପାଇଁ ଆସନ୍ତା ବର୍ଷ ରିଲିଜ କରିବାକୁ ଯୋଜନା କରିଛନ୍ତି ମେକର୍ସ । ‘ଲାଲ ସିଂ ଚଡ୍ଡା’ ରାଇଟର ଅତୁଲ କୁଲକର୍ଣ୍ଣୀ ସୂଚନା ଦେଇଛନ୍ତି କହିଛନ୍ତି ଯେ ଡିସେମ୍ବର ପରିବର୍ତ୍ତେ ଆସନ୍ତା ବର୍ଷ ଫିଲ୍ମ ରିଲିଜ କରିବାକୁ ଯୋଜନା କରାଯାଇଛି ।

ପ୍ରକାଶ ଥାଉକି ଆମୀରଙ୍କ ଏହି ଫିଲ୍ମଟି ହଲିଉଡର ଫେମସ ‘ଫରେଷ୍ଟ ଗମ୍ପ’ର ହିନ୍ଦୀ ରିମେକ । ଫିଲ୍ମରେ ଆମୀରଙ୍କ ସହ ପୁଣିଥରେ ରୋମାନ୍ସ କରୁଥିବାର ନଜର ଆସିବେ ବି-ଟାଉନର ବେବୋ କରୀନା କପୁର ଖାନ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.