ମୁମ୍ବାଇ: ସୁପରଷ୍ଟାର ଆମୀର ଖାନ ବର୍ତ୍ତମାନ ନିଜ ଆଗାମୀ ଫିଲ୍ମ ‘ଲାଲ ସିଂ ଚଡ୍ଡା’ ସୁଟିଂରେ ଖୁବ୍ ବ୍ୟସ୍ତ। ଫିଲ୍ମରେ ତାଙ୍କ ସହ ନଜର ଆସିବେ କରୀନା କପୁର ଖାନ। ନିକଟରେ ଫିଲ୍ମର ମୋଶନ ପୋଷ୍ଟର ସେୟାର କରି ଆମୀର ଫିଲ୍ମ ରିଲିଜ ତାରିଖ ଘୋଷଣା କରିଥିଲେ। ଇତିମଧ୍ୟରେ ତାଙ୍କ ଫ୍ୟାନ୍ସଙ୍କ ପାଇଁ ଏକ ଗୁଡନ୍ୟୁଜ ସାମ୍ନାକୁ ଆସିଛି । ଯାହା ଶୁଣି ଖୁସି ହୋଇଯିବେ ଫ୍ୟାନ୍ସ।
ଆଜ୍ଞା ହଁ, ଆମୀର ଖୁବଶୀଘ୍ର ଡିଜିଟାଲ ଦୁନିଆରେ ପଦାର୍ପଣ କରିବାକୁ ଯାଉଛନ୍ତି। ତାଙ୍କ ଫିଲ୍ମ ସେଟରୁ ଏପରି ଖବରର ଖୁଲାସା କରାଯାଇଛି। ଖବରରୁ ଜଣା ପଡିଛି ଯେ ଫିଲ୍ମର ଲେଖକ ଟିମ ଏକ ଷ୍ଟୋରି ଆଇଡିଆ ଉପରେ କଣ୍ଟେଣ୍ଟ ତିଆରି କରିଛନ୍ତି। ନିକଟରେ ଏହି କଣ୍ଟେଣ୍ଟକୁ ଷ୍ଟ୍ରିମିଂ ପ୍ଲାଟଫର୍ମରେ ଦିଆଯାଇଥିଲା । ଡିଜିଟାଲ ଟିମ ଆମୀରଙ୍କ ସହ ଏମିତି ଏକ ପ୍ରଜୋକ୍ଟରେ କାମ କରିବାକୁ ଉତ୍ସାହିତ ଅଛନ୍ତି, ଯାହା ତାଙ୍କୁ ସୁଟ କଲା ପରି ହେବ। ଏହି ଶୋ ମାନବୀୟ ମାନବଅଧିକାର ଉପରେ ଆଧାରିତ ହେବ।
ପ୍ରକାଶ ଥାଉକି ଆମୀରଙ୍କ ପୂର୍ବରୁ ସୈଫ ଅଲ୍ଲୀ ଖାନ, ରାଜକୁମାର ରାଓ ଓ ନୱାଜୁଦ୍ଦୀନ ସିଦ୍ଦିକୀ ୱେବ ପ୍ଲାଟଫର୍ମରେ କାମ କାମ କରି ସଫଳତା ଅର୍ଜନ କରିସାରିଛନ୍ତି । ସେହିପରି ବଲିଉଡର କିଙ୍କ ଖାନ ଶାହରୁଖ ମଧ୍ୟ ଡିଜିଟାଲ ଡେବ୍ୟୁ କରିସାରିଛନ୍ତି । ହେଲେ ଅଭିନେତା ରୂପେ ନୁହେଁ ବଂର ନିର୍ମାତା ରୂପେ।