ETV Bharat / sitara

ଓଟିଟି ପ୍ଲାଟଫର୍ମ ଉପରେ ବର୍ଷିଲେ ଆହାନା

author img

By

Published : Jun 30, 2020, 3:08 PM IST

ଡିଜନି ପ୍ଲସ ହଟଷ୍ଟାରକୁ ନେଇ ନୂଆ ବିବାଦ । ଅଭିନେତ୍ରୀ ଆହାନା କୁମାରଙ୍କ ରାଗର ଶିକାର ହେଲା ଏହି ପ୍ଲାଟଫର୍ମ ।

Breaking News

ମୁମ୍ବାଇ: ଭାରତର ସବୁଠାରୁ ବଡ ଓଟିଟି ପ୍ଲାଟଫର୍ମ ମଧ୍ୟରୁ ଅନ୍ୟତମ ଡିଜନି ପ୍ଲସ ହଟଷ୍ଟାର ପ୍ରେସ କନଫ୍ରେନ୍ସକୁ ନେଇ ସୃଷ୍ଟି ହୋଇଛି ସମସ୍ୟା । ଯେଉଁଥିରେ ଅଭିନେତା ବିଦ୍ୟୁତ ଜାମୱାଲ ଓ କୁନାଲ ଖେମୁଙ୍କୁ ନିମନ୍ତ୍ରଣ ନକାରଯିବା ପ୍ରସଙ୍ଗ ଚର୍ଚ୍ଚାର ବିଷୟ ପାଲଟିଛି । ଇତିମଧ୍ୟରେ ଫେମସ ଅଭିନେତ୍ରୀ ଆହାନା କୁମାର ଓଟିଟି ପ୍ଲାଟଫର୍ମର ଏହି ଭଳି ବ୍ୟବହାରରେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି । ଏହି ମାମଲାରେ ସେ କହିଛନ୍ତି ଯେ ସେ ଅନେକ ଡିଜିଟାଲ ପ୍ଲାଟଫର୍ମରେ କାମ କରିଛନ୍ତି । ହେଲେ ଏମିତି ବ୍ୟବହାର ପ୍ରଥମଥର ଦେଖି ସେ ଆଶ୍ଚର୍ଯ୍ୟ ।

ବିଦ୍ୟୁତଙ୍କ ଆଗାମୀ ଫିଲ୍ମ ‘ଖୁଦା ହାଫିଜ’ରେ ଆହାନା ମଧ୍ୟ ନଜର ଆସିବେ । ଓଟିଟି ପ୍ଲାଟଫର୍ମର ଏହି ବ୍ୟବହାରରେ ଆହାନା ଏକ ସାକ୍ଷାତକାରରେ କହିଛନ୍ତି, ‘ମତେ ଏହି ପ୍ରେସ କନଫ୍ରେନ୍ସ ବିଷୟରେ ସେତିକି ବେଳେ ଜଣାପଡିଲା ଯେବେ ବିଦ୍ୟୁତଙ୍କ ଟ୍ବିଟ ଦେଖିଲି । ଏହା ବିଷୟରେ ମତେ କାହିଁକି କୁହାଗଲା ନାହିଁ ଏପରି ପ୍ରଶ୍ନ କରି ମୁଁ କାହାରିକୁ ବିରକ୍ତ କରିନାହିଁ । କାରଣ ମୁଁ ଜାଣିଥିଲି ଏହାର ଉତ୍ତର ମିଳିବ ନାହିଁ । ଏହି ପ୍ଲାଟଫର୍ମର ଭେଦଭାବପୂର୍ଣ୍ଣ ଆଚରଣରେ ମୁଁ ଆଶ୍ଚର୍ଯ୍ୟ ହୋଇଛି । ମୁଁ ଏଯାବତ କାର୍ଯ୍ୟ କରିଥିବା ଓଟିଟି ପ୍ଲାଟଫର୍ମଗୁଡିକ ବହୁତ ପେସାଦାର ଏବଂ ସମାନତା ଉପରେ ବିଶ୍ବାସ କରନ୍ତି । ପ୍ରଥମଥର ଓଟିଟି ପ୍ଲାଟଫର୍ମରୁ ଏପରି ଆଚରଣ ଦେଖି ମୁଁ ଆଶ୍ଚର୍ଯ୍ୟ ।’

ପ୍ରକାଶ ଥାଉକି ନିକଟରେ ରିଲିଜ ହୋଇଥିବା ୱେବ ସିରି ‘ମର୍ଜି’ ଓ ‘ବେତାଲ’ ଭଳି ୱେବ ସିରିଜରେ କାମ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.