ମୁମ୍ବାଇ: ଗ୍ଲୋବାଲ ଆଇକନ ପ୍ରିୟଙ୍କା ଚୋପ୍ରା କିଛିଦିନ ପୂର୍ବରୁ ଆମେରିକୀୟ ପପଷ୍ଟାର ନିକ ଜୋନସଙ୍କୁ ବିବାହ କରିବା ପରେ ଏବେ ପ୍ରାୟ ଇଭେଣ୍ଟରେ ଏକାଠି ନଜର ଆସୁଛନ୍ତି ଏହି ଯୋଡି । ଆଉ ସେଠାରେ ଉଭୟ କ୍ୟାମେରା ଓ ଫ୍ୟାନ୍ସଙ୍କ ନଜରକୁ ଖାତିର ନ କରି ଆଖିରେ ଆଖିରେ ପ୍ରେମ କରିବାରେ ବ୍ୟସ୍ତ ଥିଲେ । ଖାଲି ସେତିକି ନୁହେଁ ନିକ, ପ୍ରିୟଙ୍କାଙ୍କୁ ରୋମାଣ୍ଟିକ ଅନ୍ଦାଜରେ କୋଳରେ ଉଠାଇବାକୁ ମଧ୍ୟ ପଛାଇନାହାଁନ୍ତି, ଯାହାର ଭିଡିଓ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେବାର ଲାଗିଛି ।
- " class="align-text-top noRightClick twitterSection" data="
">
ନିକଟରେ ସୋସିଆଲ ମିଡିଆରେ ନିକ୍ୟଙ୍କାର ଅନେକ ଭିଡିଓ ତଥା ଫଟୋ ଭାଇରାଲ ହୋଇଥିବାବେଳେ ସବୁଠାରୁ ଅଧିକ ପସନ୍ଦ ଆସିଛି କିନ୍ତୁ ଉଭୟଙ୍କ ରୋମାନ୍ସ । ଇଭେଣ୍ଟରେ ଖାଲି ଉଭୟଙ୍କ ରୋମାନ୍ସ ନୁହେଁ, ବରଂ ଫ୍ୟାମିଲି ପ୍ଲାନିଂକୁ ନେଇ ମଧ୍ୟ ଜାଣିବାକୁ ପାଇଛନ୍ତି ଦର୍ଶକ ।
ମିଡିଆର ଫ୍ୟାମିଲି ପ୍ଲାନିଂକୁ ନେଇ ପ୍ରଶ୍ନରେ ପ୍ରିୟଙ୍କା କହିଛନ୍ତି, 'ଏବେ ନିଜନିଜ କାମକୁ ନେଇ ଆମେ ବହୁତ ବ୍ୟସ୍ତ । ଏବେ ଏନେଇ କିଛି ଭାବିନାହୁଁ । ଯେବେ ସଠିକ ସମୟ ଆସିବ ସେବେ ନିଜ ଦାୟିତ୍ବ ସମ୍ପନ୍ନ କରିବାକୁ ପ୍ରସ୍ତୁତ ରହିବୁ ।'