ମୁମ୍ବାଇ: ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ କେସରେ ପ୍ରତିଦିନ କିଛି ନା କିଛି ଟ୍ବିଷ୍ଟ ସାମ୍ନାକୁ ଆସୁଛି । ଯାହାକୁ ଦେଖି ସମସ୍ତଙ୍କ ମନରେ ତାଙ୍କ ଆତ୍ମହତ୍ୟାକୁ ନେଇ ପୁଣି ସନ୍ଦେହ ଆରମ୍ଭ ହେଉଛି । ସେପଟେ ସୁଶାନ୍ତଙ୍କ କେସରେ କ୍ରମାଗତ ଭାବ ଗତ 11 ଦିନରୁ ଯାଞ୍ଚ କରିଆସୁଛି ସିବିଆଇ । ଆଉ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କୁ ବାରମ୍ବାର ପଚରାଉଚରା କରାଯାଉଛି । ମଙ୍ଗଳବାର ରିଆଙ୍କ ସମେତ ତାଙ୍କ ପିତା-ମାତା ମଧ୍ୟ ସିବିଆଇର ସାମ୍ନା କରିଛନ୍ତି । ଆଉ ଏବେ ରିଆଙ୍କୁ ନେଇ ପୁଣି ସୋସିଆଲ ମିଡିଆରେ ପ୍ରଶ୍ନବାଚୀ । କାରଣ ତାଙ୍କର କିଛି ଫଟୋ ସବୁ ମହଲରେ ଚହଳ ସୃଷ୍ଟି କରିଛି ।
କଥାଟି ହେଲା ଯେ ଏବେ ଟ୍ବିଟରରେ ରିଆଙ୍କ ଫଟୋ ଭାଇରାଲ ହେଉଛି । ଯାହା ଜୁନ 12 ତାରିଖର । ସୁଶାନ୍ତଙ୍କ ଆତ୍ମହତ୍ୟାର ଠିକ୍ ଦୁଇଦିନ ପୂର୍ବରୁ ରିଆଙ୍କ ଏହି ଫଟୋ କ୍ଲିକ କରିଥିଲେ । ହାତରେ ମ୍ୟାଙ୍ଗୋ କେକ ଧରି ସେ ପୋଜ ଦେଉଥିବାର ଫଟୋରେ ନଜର ଆସୁଛନ୍ତି ।
ତାଙ୍କ ଏହି ଫଟୋକୁ ଆଧାର କରି ଟ୍ବିଟର ୟୁଜର କହୁଛନ୍ତି ଯେ ଏହି ଫଟୋ ରିଆ ସୁଶାନ୍ତଙ୍କ ଘରେ ଉଠାଇଥିଲେ । ଯାହା ଜୁନ 12 ତାରିଖର । ସୁଶାନ୍ତଙ୍କ ମୃତ୍ୟୁ ପରଠୁ ରିଆଙ୍କ ଏହି କଥା କହିଆସୁଛନ୍ତି ଯେ ସେ ଜୁନ 8 ତାରିଖରେ ସୁଶାନ୍ତ ଘର ଛାଡି ନିଜ ଘରକୁ ଚାଲିଯାଇଥିଲେ । ଯାହାପରେ ସେ ଆଉ ସୁଶାନ୍ତଙ୍କ ଘରକୁ ଫେରିନଥିଲେ ।
ହେଲେ ଭାଇରାଲ ହେଉଥିବା ଫଟୋ ଉପରେ ଦାବି କରାଯାଉଛି ଯେ ଜୁନ 12 ତାରିଖରେ ରିଆ, ସୁଶାନ୍ତଙ୍କ ଘରେ ଥିଲେ । ଇନଷ୍ଟାଗ୍ରାମ ଷ୍ଟୋରିରେ ରିଆ ଏହି ଫଟୋ ସେୟାର କରିଥିଲେ । ଆଉ ଯେଉଁ କାଚ ଝରକା ପାଖରେ ଠିଆ ହୋଇ ଫଟୋ ଉଠାଇଛନ୍ତି ତାହା ସୁଶାନ୍ତଙ୍କ ଘରର ଝରକା ପରି ଲାଗୁଛି । ତାହାଲେ କଣ ମିଛ କହୁଛନ୍ତି ରିଆ ?