ETV Bharat / sitara

ସୋନୁଙ୍କୁ ଝଟକା, ବିଏମସି ଆଣିଲା ବେଆଇନ ନିର୍ମାଣ ଅଭିଯୋଗ - ସୋନୁ ସୁଦଙ୍କ ବିରୋଧରେ ଅଭିଯୋଗ ଆଣିଲା ବିଏମସି

ସୋନୁଙ୍କ ନାଁରେ ବେଆଇନ ନିର୍ମାଣ ଅଭିଯୋଗ । ଜୁହୁ ପୋଲିସ ଷ୍ଟେସନରେ ମାମଲାର ରୁଜୁ କଲା ବିଏମସି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Jan 7, 2021, 2:07 PM IST

ମୁମ୍ବାଇ: କୋରୋନା କାଳରେ ଦେଶବାସୀଙ୍କ ସେବା କରି ଭଗବାନଙ୍କ ସହ ତୁଳନା ହେଉଛନ୍ତି ଲୋକପ୍ରିୟ ଅଭିନେତା ସୋନୁ ସୁଦ । ହେଲେ ଇତିମଧ୍ୟରେ ତାଙ୍କ ନାଁରେ ସାମ୍ନାକୁ ଆସିଛି ଏକ ସାଙ୍ଘାତିକ ଅଭିଯୋଗ । ଯାହାକୁ ନେଇ ନିରାଶ ଫ୍ୟାନ୍ସ । ଶୁଣିବାକୁ ମିଳୁଛି ଯେ ଅଭିନେତାଙ୍କ ନାଁରେ ବେଆଇନ ନିର୍ମାଣ ମାମଲାକୁ ଆଧାର ଅଭିଯୋଗ ଆଣିଛି ବିଏମସି । ସୋନୁ ଆବଶ୍ୟକ ଅନୁମତି ବିନା ଜୁହୁର ଏକ ମହଲା ବିଶିଷ୍ଟ ଆବାସିକ କୋଠରୀକୁ ଏକ ହୋଟେଲରେ ପରିଣତ କରିଛନ୍ତି । ବିଏମସି ଏମଆରଟିପି ଅଧିନିୟମ ଅନୁଯାୟୀ ତାଙ୍କ ବିରୋଧରେ ଜୁହୁ ପୋଲିସ ନିକଟରେ ଅଭିଯୋଗ କରିଛି । ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ପରେ ସୋନୁଙ୍କ ଉପରେ ଲାଗିଛି ବେଆଇନ ନିର୍ମାଣ ଅଭିଯୋଗ ।

ଏହି ମାମଲାରେ ସୋନୁ କହିଛନ୍ତି ଯେ ତାଙ୍କର ଆବଶ୍ୟକ ଅନୁମତି ଥିଲା ଏବଂ ସେ କେବଳ ମହାରାଷ୍ଟ୍ର କୋଷ୍ଟାଲ୍ ଜୋନ୍ ମ୍ୟାନେଜମେଣ୍ଟ ଅଥରିଟି (ଏମସିଜେଡ୍‌ଏମଏ) ରୁ କ୍ଲିୟରାନ୍ସକୁ ଅପେକ୍ଷା କରିଥିଲେ । କୋରୋନା ହେତୁ ଏହି ଅନୁମତି ଆସିନାହିଁ । କୌଣସି ଅନିୟମିତତା ହୋଇନାହିଁ । ସେ ସବୁବେଳେ ନିୟମ ପାଳନ କରେ । ମହାମାରୀ ସମୟରେ ଏହି ହୋଟେଲ କୋଭିଡ -19 ଯୋଦ୍ଧାମାନଙ୍କୁ ସୁରକ୍ଷା ପାଇଁ ବ୍ୟବହୃତ ହୋଇଥିଲା । ଯଦି ଅନୁମତି ଆସେ ନାହିଁ ତେବେ ସେ ଏହାକୁ ଏକ ଆବାସିକ ସଂରଚନାକୁ ଫେରାଇ ନେବି । ବର୍ତ୍ତମାନ ବମ୍ବେ ଏଚ୍‌ସିରେ ବିଏମସିର ଅଭିଯୋଗ ବିରୋଧରେ ଆବେଦନ କରୁଛି ସେ ।

ସେପଟେ ବିଏମସି ଜୁହୁ ପୋଲିସ ନିକଟରେ ଜାନୁୟାରୀ 4ରେ ଅଭିନେତାଙ୍କ ବିରୋଧରେ ଅଭିଯୋଗ ଆଣିଥିଲା । ଆଉ ଅଭିଯୋଗରେ ଦର୍ଶାଯାଇଛି ଯେ ଜୁହୁର ଏବି ନାଇର ରୋଡରେ ଥିବା ଶକ୍ତି ସାଗର ବିଲଡିଂ ବିନା ଅନୁମତିରେ ଏହି ଆବାସିକ ଭବନରେ ଏକ ହୋଟେଲ ନିର୍ମାଣ କରିଛନ୍ତି ସେ ।

ପ୍ରକାଶ ଥାଉକି ଜୋନ୍ 9ର ଡିସିପି, ଅଭିଷେକ ତ୍ରିମୁଖେ କହିଛନ୍ତି ଯେ ପୋଲିସ ପ୍ରାଥମିକ ଅନୁସନ୍ଧାନ କରୁଛି ଏବଂ ପରେ ଅଭିନେତାଙ୍କ ବିରୋଧରେ ଏଫଆଇଆର ରେଜିଷ୍ଟର କରିଯିବା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.