ETV Bharat / sitara

ସାମ୍ନାକୁ ଆସିଲେ ‘83’ର ରବି ଶାସ୍ତ୍ରୀ, ଜାରି ହେଲା ପୋଷ୍ଟର

author img

By

Published : Jan 22, 2020, 5:16 PM IST

ଏବେ ‘83’ର ନୂଆ ପୋଷ୍ଟର ରିଲିଜ ହୋଇଯାଇଛି । ଏଥର ଟିମ ଇଣ୍ଡିଆର ସବୁଠାରୁ ସାନ ଅଲରାଉଣ୍ଡର ରବି ଶାସ୍ତ୍ରୀଙ୍କ ପୋଷ୍ଟର ଜାରି ହୋଇଯାଇଛି ।

83 new poster release
ଫଟୋ ସୌଜନ୍ୟ:ଇନଷ୍ଟାଗ୍ରାମ@ରଣବୀର ସିଂ

ମୁମ୍ବାଇ: ଏବେ ଚର୍ଚ୍ଚାରେ ଖିଲଜି ରଣବୀର କପୁରଙ୍କ ଚର୍ଚ୍ଚିତ ଫିଲ୍ମ ‘83’ । ଦୀର୍ଘ ସମୟରୁ ଫିଲ୍ମକୁ ନେଇ ଉତ୍ସାହିତ ଦର୍ଶକ । ଆଉ ମେକର୍ସ ଧିରେ ଧିରେ କରି ଫିଲ୍ମର ସବୁ ଷ୍ଟାରକାଷ୍ଟଙ୍କ ଫାଷ୍ଟଲୁକ ପୋଷ୍ଟର ଜାରି କରିବାରେ ଲାଗିଛନ୍ତି । ଯାହାକୁ ନେଇ ଦର୍ଶକଙ୍କ ଏକ୍ସାଇଟମେଣ୍ଟ ବଢିଚାଲିଛି । ଇତିମଧ୍ୟରେ ଫିଲ୍ମର ଆଉ ଏକ ଷ୍ଟାରକାଷ୍ଟଙ୍କ ଫାଷ୍ଟଲୁକ ପୋଷ୍ଟର ଜାରି କରାଯାଇଛି । ଯାହାକୁ ସୋସିଆଲ ମିଡିଆରେ ଫିଲ୍ମ ନିର୍ଦ୍ଦେଶକ କବୀର ଖାନ ଓ ରଣବୀର ସେୟାର କରିଛନ୍ତି ।

ଅଭିନେତା ଧୌର୍ଯ୍ୟ କରୱା(Dhairya Karwa)ଙ୍କ ଫାଷ୍ଟଲୁକ ପୋଷ୍ଟର ସାମ୍ନାକୁ ଆସିଛି । ସେ ଫିଲ୍ମରେ ପୂର୍ବତନ କ୍ରିକେଟର ତଥା ଟିମ ଇଣ୍ଡିଆ କୋଚ ରବି ଶାସ୍ତ୍ରୀଙ୍କ ଭୂମିକାରେ ଅଭିନୟ କରୁଛନ୍ତି । ଧୌର୍ଯ୍ୟ ମଧ୍ୟ ଫିଲ୍ମର ପୋଷ୍ଟର ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ।

‘83’ ଫିଲ୍ମରେ ରଣବୀର କ୍ରିକେଟ ଲେଜେଣ୍ଡ କପିଲ ଦେବଙ୍କ ଭୂମିକାରେ ଅଭିନୟ କରୁଛନ୍ତି । ତାଙ୍କ ଫାଷ୍ଟଲୁକ ପୋଷ୍ଟର ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଥିଲା । ଯେଉଁଥିରେ ସେ କପିଲଙ୍କ ଲୋକପ୍ରିୟ ସଟ ନଟରାଜ ପୋଜରେ ନଜର ଆସିଥିଲେ । ସେହିପରି ଫିଲ୍ମରେ ଅଭିନେତା ସାକିବ ସଲୀମ, ମୋହିନ୍ଦର ଅମରାନାଥ, ଚିରାଗ ପଟେଲ, ସନ୍ଦୀପ ପାଟୀଲ ଓ ଜିଭା ମୁଖ୍ୟ ଭୂମିକାରେ ନଜର ଆସିବେ ।

ବିବାହ ପରେ ଦୀପିକା ପାଦୁକୋନ ମଧ୍ୟ ପ୍ରଥମଥର ରଣବୀରଙ୍କ ସହ କାମ କରିବାକୁ ଯାଉଛନ୍ତି । ସେ ଫିଲ୍ମରେ କପିଲଙ୍କ ପତ୍ନୀ ରୋମୀ ଦେବଙ୍କ ଭୂମିକାରେ ଅଭିନୟ କରୁଛନ୍ତି । ତାଙ୍କ ଫାଷ୍ଟଲୁକ ପୋଷ୍ଟର ଏଯାବତ ରିଲିଜ ହୋଇନାହିଁ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.