ETV Bharat / sitara

ବଲିଉଡ ଡ୍ରଗ୍ସ କେସ: ଗୋଆରୁ ଧରାପଡିଲେ 3 ଅଭିଯୁକ୍ତ

author img

By

Published : Mar 8, 2021, 2:13 PM IST

ଡ୍ରଗ୍ସରେ ସମ୍ପୃକ୍ତ ଥିବା ଅନେକ ଲୋକଙ୍କ ଉପରୁ ବର୍ତ୍ତମାନ ପରଦା ଉଠିବାରେ ଲାଗିଛି । ଏନସିବି ହାତରେ ଧରା ପଡିଲା ଆଉ ତିନି ଅଭିଯୁକ୍ତ । ଅଧିକ ପଢନ୍ତୁ...

ବଲିଉଡ ଡ୍ରଗ୍ସ କେସ
ବଲିଉଡ ଡ୍ରଗ୍ସ କେସ

ମୁମ୍ବାଇ: ଗତ ବର୍ଷ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡକୁ ନେଇ ସାମ୍ନାକୁ ଆସିଥିବା ଡ୍ରଗ୍ସ କାରବାରର ଏଯାବତ ଯାଞ୍ଚ କରୁଛି ଏନସିବି । ଇତିମଧ୍ୟରେ ଏହି ମାମଲାକୁ ନେଇ ସାମ୍ନାକୁ ଆସିଛି ନୂଆ ଖବର । ଡ୍ରଗ୍ସ କେସ ସହ ଜଡିତ ଥିବା ମହାରାଜ ଶାହା ନାମକ ଜଣେ ବ୍ୟକ୍ତି ସମେତ ଦୁଇ ଜଣ ବିଦେଶୀଙ୍କୁ ଗିରଫ କରିଛି ଏନିସିବି । ଗୋଆରେ ଯାଞ୍ଚ ସମୟରେ ଏହି ଅଭିଯୁକ୍ତ ଧରାପଡିଛନ୍ତି ।

ସୋମବାର ଜଣେ ଅଧିକାରୀ କହିଛନ୍ତି ଯେ ଉତ୍ତର ଗୋଆ ଉପକୂଳ ବେଲ୍ଟରେ ରହୁଥିବା ଦୁଇ ବିଦେଶୀ ନାଗରିକଙ୍କୁ ମଧ୍ୟ ଗିରଫ କରାଯାଇଛି । ଆମର ଯାଞ୍ଚ ସମୟରେ ଆମେ ପାନାଜୀର ମିରାମରରୁ ମହାରାଜ ଶାହା ନାମକ ବ୍ୟକ୍ତି ସହ ଦୁଇ ଜଣ ବିଦେଶୀ ନାଗରିକଙ୍କୁ ଗିରଫ କରିଛୁ ।

ରବିବାର ଠାରୁ କେନ୍ଦ୍ରୀୟ ଏଜେନ୍ସି ଦ୍ବାରା କରାଯାଇଥିବା ଏକକାଳୀନ ଯାଞ୍ଚ ଉପରେ ଏନସିବି ଏକ ଆନୁଷ୍ଠାନିକ ବିବୃତ୍ତି ଦେବ ବୋଲି ଆଶା କରାଯାଉଛି। ସେହିପରି ନିକଟରେ ଏନଡିପିସି କୋର୍ଟରେ ଏକ ଚାର୍ଜସିଟ୍ ଦାଖଲ କରିଥିଲା ଏନିସିବି । ଯେଉଁଥିରେ 33 ଜଣ ଅଭିଯୁକ୍ତଙ୍କ ନାମ ସାମିଲ ଅଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.