ହାଇଦ୍ରାବାଦ: ଲୋକପ୍ରିୟ ସପିଂ ଆପ ଆମାଜନ ଏବଂ ଫ୍ଲିପକାର୍ଟକୁ ଟକ୍କର ଦେବାକୁ ଆସୁଛି ୟୁଟ୍ୟୁବର ଅଫିସିଆଲ ସପିଂ ଚ୍ୟାନେଲ। ଗୁଗୁଲର ମାଲିକାନା ୟୁଟ୍ୟୁବ୍ ଏହାର ପ୍ରଥମ ଅଫିସିଆଲ୍ ସପିଂ ଚ୍ୟାନେଲକୁ ଲାଇଭ୍ କରିବାକୁ ଯାଉଛି । ବର୍ତ୍ତମାନ ଏହି ସପିଂ ଚ୍ୟାନେଲକୁ ଦକ୍ଷିଣ କୋରିଆରେ ଲାଇଭ୍ କରାଯିବା ନେଇ ସୂଚନା ଦିଆଯାଇଛି । ପ୍ରାଥମିକ ପର୍ଯ୍ୟାୟରେ ଏହି ନୂତନ ଚ୍ୟାନେଲ କୋରିଆ ଭାଷାରେ କାର୍ଯ୍ୟ କରିବ । ଏହା ଏକ 90 ଦିନର ପ୍ରୋଜେକ୍ଟ ହୋଇଥିବା ବେଳେ ଏହା ଏକ ଲାଇଭ୍ କମର୍ସ ପ୍ଲାଟଫର୍ମ ହେବ । ଯେଉଁଥିରେ ସପିଂ ଲାଇଭ୍ ଷ୍ଟ୍ରିମିଂ ହେବ । ୟୁଟ୍ୟୁବ୍ ସପିଂ ଚ୍ୟାନେଲରେ 30ଟି ବ୍ରାଣ୍ଡ ଅନ୍ତର୍ଭୂକ୍ତ କରାଯାଇଛି । କହିରଖୁଛୁ କି ଏହା ହେଉଛି ୟୁଟ୍ୟୁବ୍ର ପ୍ରଥମ ଅଫିସିଆଲ୍ ସପିଂ ଚ୍ୟାନେଲ ।
ୟୁଟ୍ୟୁବର ସପିଂ ଚ୍ୟାନେଲ ଲଞ୍ଚ ହେବା ପରେ ଆମାଜନ ଏବଂ ଫ୍ଲିପକାର୍ଟଙ୍କ ଟେନସନ ବଢିବାକୁ ଯାଉଛି । କାରଣ ୟୁଟ୍ୟୁବର ଏକ ବଡ଼ ୟୁଜର୍ ବେସ୍ ଅଛି, ଯାହା ଦ୍ୱାରା କମ୍ପାନୀ ଉପକୃତ ହୋଇପାରିବ । ୟୁଟ୍ୟୁବ୍ ମଧ୍ୟ ନିଜ ପ୍ଲାଟଫର୍ମରୁ ଏହାର ଚ୍ୟାନେଲକୁ ପ୍ରମୋଟ କରିପାରିବ । ଏହା ବ୍ୟତୀତ ୟୁଟ୍ୟୁବ୍ ହେଉଛି ଗୁଗୁଲର ଏକ କମ୍ପାନୀ । ଏଭଳି ପରିସ୍ଥିତିରେ ଗୁଗୁଲ ମଧ୍ୟ ଏହାକୁ ପ୍ରମୋଟ କରିବ । ଏଭଳି ପରିସ୍ଥିତିରେ ଆମାଜନ ଏବଂ ଫ୍ଲିପ୍କାର୍ଟ ଏକ କଡ଼ା ପ୍ରତିଯୋଗିତା ପାଇପାରନ୍ତି । ଦକ୍ଷିଣ କୋରିଆ ଲାଇଭ୍ ଷ୍ଟ୍ରିମିଂ କମର୍ସିଆଲ ବ୍ୟବସାୟର ଆୟ ବୃଦ୍ଧି ହେବାକୁ ଯାଉଛି । ଦକ୍ଷିଣ କୋରିଆର ଲାଇଭ କମର୍ସ ବ୍ୟବସାୟର ବଜାର ପ୍ରାୟ 10 ଟ୍ରିଲିୟନ ଡଲାର ରହିଛି । ଗତ ବର୍ଷ 2021ରେ, ଏହି ବଜାର ପ୍ରାୟ 2.8 ଟ୍ରିଲିୟନ ଡଲାର ରହିଥିଲା ।
ଏହା ମଧ୍ୟ ପଢନ୍ତୁ: Smartwatch Saving Life: ସଞ୍ଜିବନୀ ସାଜିଲା ଆପଲ ଘଣ୍ଟା, ହୃଦ ସ୍ପନ୍ଦନ ବଢିଲେ ବାଜୁଛି ଆଲାରାମ
କଣ ଏହି ଲାଇଭ ଷ୍ଟ୍ରିମ ସପିଂ: ଏହି ଖବର ପରେ ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଥିବ କଣ ଏହି ଲାଇଭ ଷ୍ଟ୍ରିମିଂ ସପିଂ। ଯେତେବେଳେ ଆପଣ ସିଧାସଳଖ ଲାଇଭ୍ ଭିଡିଓ ଷ୍ଟ୍ରିମିଂ ଦେଖି ସପିଂ କରନ୍ତି, ଏହାକୁ ଲାଇଭ୍ ଷ୍ଟ୍ରିମିଂ ସପିଂ କୁହାଯାଏ । ଏହାର ଅର୍ଥ ହେଉଛି ପ୍ରଡକ୍ଟଗୁଡିକ ଭିଡିଓରେ ପ୍ରଦର୍ଶିତ ହେବ, ଯଦି ଆପଣ ଏହି ପ୍ରଡକ୍ଟକୁ ପସନ୍ଦ କରନ୍ତି, ତେବେ ଆପଣ ସେହି ଭିଡିଓରେ ଦିଆଯାଇଥିବା ଲିଙ୍କରେ କ୍ଲିକ୍ କରି ସିଧାସଳଖ ସପିଂ କରିବାକୁ ସମର୍ଥ ହେବେ । ଆଜିକାଲି ଲାଇଭ୍ ଷ୍ଟ୍ରିମିଂ ସପିଂରେ ଏକ ଜବରଦସ୍ତ ବୃଦ୍ଧି ରେକର୍ଡ କରାଯାଇଛି। ଲୋକମାନେ ମଧ୍ୟ ଲାଇଭ ଷ୍ଚ୍ରିମିଂ ସପିଂ କରିବା ପାଇଁ ପସନ୍ଦ କରୁଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ