ETV Bharat / science-and-technology

ଭାରତରେ 19 ଲକ୍ଷ ଭିଡିଓକୁ ଡିଲିଟ କଲା ୟୁଟ୍ୟୁବ, ଏହା ରହିଥିଲା କାରଣ

author img

By ETV Bharat Odisha Team

Published : Aug 30, 2023, 5:21 PM IST

ଭାରତରେ 19 ଲକ୍ଷ ଭିଡିଓକୁ ଡିଲିଟ କଲା ୟୁଟ୍ୟୁବ। କମ୍ୟୁନିଟି ଗାଇଡଲାଇନର ଉଲଂଘନ କରିବା ଯୋଗୁଁ କାର୍ଯ୍ୟାନୁଷ୍ଠାନ ସୂଚନା । ଅଧିକ ପଢନ୍ତୁ

youtube
youtube

ହାଇଦ୍ରାବାଦ: ପୁଣି ୟୁଟ୍ୟୁବ୍‌ର ଆକ୍ସନ୍‌ । ବିଭ୍ରାନ୍ତକାରୀ ତଥ୍ୟ ଅପଲୋଡ୍‌ କରିବାରୁ ନିଆଗଲା କାର୍ଯ୍ୟାନୁଷ୍ଠାନ । ଆପ୍‌ରୁ ଡିଲିଟ କରାଗଲା 19 ଲକ୍ଷ ଭିଡିଓ । ଭିଡିଓ ସେୟାରିଂ ଆପ୍‌ ୟୁଟ୍ୟୁବ୍‌ କମ୍ୟୁନିଟି ଗାଇଡଲାଇନ୍‌ର ଉଲଂଘନ କରିବା ଯୋଗୁଁ ଭାରତରେ 19 ଲକ୍ଷ ଭିଡିଓ ରିମୁଭ ବା ଡିଲିଟ କରିଥିବା ସୂଚନା ଦିଆଯାଇଛି । ଡିଲିଟ ହୋଇଥିବା ସମସ୍ତ ଭିଡିଓ 2023 ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ଭାରତରେ ଅପଲୋଡ ହୋଇଥିବା ଭିଡିଓ ଅଟେ। ଏହାସହିତ ବିଶ୍ବ ସ୍ତରରେ 6.48 ମିଲିୟନ ଭିଡିଓକୁ ଡିଲିଟ କରାଯାଇଥିବା ଜଣାପଡ଼ିଛି ।

8.7 ମିଲିୟନରୁ ଅଧିକ ଚ୍ୟାନେଲ ଉପରେ କାର୍ଯ୍ୟାନୁଷ୍ଠାନ:

ଖବର ଅନୁଯାୟୀ, ଗତ ଜାନୁଆରୀଠାରୁ ମାର୍ଚ୍ଚ ମଧ୍ୟରେ ଗ୍ଲୋବାଲି 8.7 ମିଲିୟନରୁ ଅଧିକ ଚ୍ୟାନେଲ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି ୟୁଟ୍ୟୁବ୍‌ । ସମସ୍ତ ଚ୍ୟାନେଲକୁ ରିମୁଭ୍‌ କରାଯାଇଛି । ୟୁଟ୍ୟୁବର ସ୍ପାମ୍‌ ପଲିସିର ଉଲ୍ଲଂଘନ କରିବା ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସୂଚନା ଦିଆଯାଇଛି । ଏଥିରେ ସ୍କାମ୍‌, ଭିଡିଓ ଏବଂ କମେଣ୍ଟ୍‌ ସ୍ପାମ୍ ଏବଂ ବିଭ୍ରାନ୍ତକାରୀ ଥମ୍ବନେଲ୍‌ ସାମିଲ ରହିଛି । ଅନୁରୂପ ଭାବରେ ୟୁଟ୍ୟୁବ୍ 853 ମିଲିୟନରୁ ଅଧିକ ଟିପ୍ପଣୀ ବା କମେଣ୍ଟକୁୁ ହାଇଡ୍‌ ବା ଅପସାରଣ କରିଛି । ଏଥିମଧ୍ୟରୁ ଅଧିକାଂଶ ସ୍ପାମ୍‌ ବୋଲି ଜଣାପଡ଼ିଥିଲା ।

ଏହା ମଧ୍ୟ ପଢନ୍ତୁ: ୬ ୟୁଟ୍ୟୁବ ଚ୍ୟାନେଲକୁ ରଦ୍ଦ କରିଲେ କେନ୍ଦ୍ର ସରକାର, ଅଶାନ୍ତି ସୃଷ୍ଟି ପାଇଁ କରୁଥିଲେ ପ୍ରୟାସ

ତେବେ ଏକ ଜାତୀୟ ମିଡିଆ ରିପୋର୍ଟ ଅନୁସାରେ, ୟୁଟ୍ୟୁବ୍‌ ପକ୍ଷରୁ ବୁଧବାର କୁହାଯାଇଛି ଯେ, ବର୍ଷ ବର୍ଷ ଧରି ଆମେ ୟୁଟ୍ୟୁବ କମ୍ୟୁନିଟି ସୁରକ୍ଷା ପାଇଁ ଆବଶ୍ୟକ ନୀତି ଏବଂ ପ୍ରଡକ୍ଟରେ ବହୁ ବିନିଯୋଗ କରିଛୁ । ଅଧିକାଂଶ କ୍ରିଏଟର ରିୟଲ କଣ୍ଟେଣ୍ଟ୍‌ ଅପଲୋଡ୍ କରନ୍ତି ଏବଂ ଆମର ନୀତି ଉଲ୍ଲଂଘନ କରନ୍ତି ନାହିଁ । ଖବର ଅନୁଯାୟୀ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ୟୁଟ୍ୟୁବ୍ ଦ୍ୱାରା ଅପସାରିତ ହୋଇଥିବା 93 ପ୍ରତିଶତରୁ ଅଧିକ ଭିଡିଓ ମେସିନ୍ ଦ୍ୱାରା ଚିହ୍ନିତ ହୋଇଛି। ମେସିନ୍ ଦ୍ବାରା ଚିହ୍ନିତ ଭିଡିଓଗୁଡିକ ମଧ୍ୟରୁ 38 ପ୍ରତିଶତ ଥରେ ଦେଖିବା ପୂର୍ବରୁ ଅପସାରିତ ହୋଇଥିଲା ଏବଂ 31 ପ୍ରତିଶତ ଅପସାରଣ ହେବା ପୂର୍ବରୁ 10 ଥର ଦେଖାଯାଇଥିଲା । ଅନ୍ୟପଟେ କହିରଖୁଛୁ କି, ଖଲିସ୍ତାନୀ ସମର୍ଥକଙ୍କ ବିରୋଧରେ କେନ୍ଦ୍ରର ଆକ୍ସନ ଜାରି ରହିଛି । ଅନେକ ଖଲିସ୍ତାନୀ ସମର୍ଥକଙ୍କ ୟୁଟ୍ୟୁବ ଚ୍ୟାନେଲକୁ ବନ୍ଦ କରିଥିଲେ କେନ୍ଦ୍ର ସରକାର । ବିଭ୍ରାନ୍ତକାରୀ ତଥ୍ୟ ପ୍ରଦର୍ଶିତ ହେଉଥିବାରୁ କେନ୍ଦ୍ର ସରକାର ମଧ୍ୟ କାର୍ଯ୍ୟାନୁଷ୍ଠାନ ଜାରି ରଖିଛନ୍ତି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.