ହାଇଦ୍ରାବାଦ: ଏଣିକି ୟୁଟ୍ୟୁବରୁ ଟଙ୍କା ରୋଜଗାର କରିବା ଆହୁରି ହେବ ସହଜ। ପୋଡକାଷ୍ଟ କରୁଥିବା ୟୁଜର୍ସଙ୍କ ପାଇଁ ଗୁଗଲ ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ ୟୁଟ୍ୟୁବରେ ନୂଆ ଫିଚର ଯୋଡିବାକୁ ଯାଉଛି। ଏହା ଦ୍ବାରା ୟୁଜର୍ସ ବର୍ତ୍ତମାନ ସହଜରେ ପୋଡକାଷ୍ଟକୁ ଅପଲୋଡ କରିପାରିବେ। ସୂଚନାଅନୁସାରେ, କମ୍ପାନୀ ୟୁଟ୍ୟୁବ ଷ୍ଟୁଡିଓ ଭିଚରେ ପୋଡକାଷ୍ଟ ଭିଡିଓ ସେୟାର କରିବା ପାଇଁ ଏକ ଅପ୍ସନ ଦେଇଛି। ଏହା ଦ୍ବାରା କ୍ରିଏଟର୍ସ ୟୁଟ୍ୟୁବ ସହିତ ୟୁଟ୍ୟୁବ ମ୍ୟୁଜିକରେ ମଧ୍ୟ ସେୟାର କରିପାରିବେ। ଏହାସହିତ ପୋଡକାଷ୍ଟ ୟୁଟ୍ୟୁବ ମ୍ୟୁଜିକ ହୋମପେଜରେ ମଧ୍ୟ ଏହାର ଲାଭ ଉଠାଇପାରିବେ। ୟୁଟ୍ୟୁବ୍ ମ୍ୟୁଜିକରେ ପୋଡକାଷ୍ଚକୁ ୟୁଜର୍ସ ଅନ ଡିମାଣ୍ଡ, ଅଫଲାଇନ ଏବଂ ବ୍ୟାକଗ୍ରାଣଉଣ୍ଡରେ ମଧ୍ୟ ଶୁଣି ପାରିବେ। ଏହା ଦ୍ବାରା କ୍ରିଏଟର୍ସଙ୍କୁ Ads ଏବଂ ସବସ୍କ୍ରିପସରେ ଟଙ୍କା ମିଳିପାରିବ। ଏହା ଦ୍ବାରା ଆୟରେ ମଧ୍ୟ ବୃଦ୍ଧି ପାଇବ।
ୟୁଟ୍ୟୁବରେ ଏଭଳି କରିପାରିବେ ଟଙ୍କା ରୋଜଗାର: କେବଳ ଭିଡିଓ ଅପଲୋଡ କରି ୟୁଟ୍ୟୁବରୁ ଟଙ୍କା ରୋଜଗାର ଏକ ମାଧ୍ୟମ ନୁହେଁ। ଏହା ବ୍ୟତୀତ ମଧ୍ୟ ୟୁଟ୍ୟୁବରେ ଅନେକ ବିକଳ୍ପ ରହିଛି। ଫ୍ୟାନ ଫଣ୍ଡିଂ ଏବଂ ସୁପରଚାଟ୍ ଲାଇଭ ଷ୍ଟ୍ରିମିଂ ଜରିଆରେ ମଧ୍ୟ ଟଙ୍କା ରୋଜଗାର କରିବା ସମ୍ଭବ ଅଟେ।
କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଡିସେମ୍ବର 2022 ସୁଦ୍ଧା ଫ୍ୟାନ୍ ଫଣ୍ଡିଂ ମାଧ୍ୟମରେ ଟଙ୍କା ରୋଜଗାର କରୁଥିବା ଚ୍ୟାନେଲ ସଂଖ୍ୟା ଗତ ବର୍ଷ ତୁଳନାରେ 10 ପ୍ରତିଶତ ବୃଦ୍ଧି ପାଇଛି ଏବଂ ଏହି ଚ୍ୟାନେଲଗୁଡିକର ଅଧିକାଂଶ ରୋଜଗାର ଫ୍ୟାନ୍ ଫଣ୍ଡିଂରୁ ହିଁ ହୋଇଛି। କ୍ରିଏଟର୍ସମାନେ ବ୍ରାଣ୍ଡ ପ୍ରମୋସନ, ଡିଲରୁ ମଧ୍ୟ ଭଲ ଅର୍ଥ ଉପାର୍ଜନ କରିପାରିବେ। ତେବେ ୟୁଟ୍ୟୁବରୁ କେତେ ଟଙ୍କା ରୋଜଗାର ହେବ ତାହା କେବଳ ଚ୍ୟାନେଲର ବିଜ୍ଞାପନ ଉପରେ ନିର୍ଭର କରିଥାଏ।
ବ୍ରାଣ୍ଡ କଣ୍ଟେଣ୍ଟ: ତେବେ କିଛି ଦିନ ପୂର୍ବରୁ ୟୁଟ୍ୟୁବ ବ୍ରାଣ୍ଡ କଣ୍ଟେଣ୍ଟ ଆରମ୍ଭ କରିଥିଲା। ଯାହା ବର୍ତ୍ତମାନ ଭାରତରେ ଅଳ୍ପ ସଂଖ୍ୟକ କ୍ରିଏଟର୍ସ ଏବଂ ଆଡଭାଇଟର୍ସଙ୍କ ପାଖରେ ରହିଛି। ବ୍ରାଣ୍ଡ କଣ୍ଟେଣ୍ଟ ପାଇଁ କମ୍ପାନୀ ବର୍ତ୍ତମାନ କମ୍ପାନୀ ପକ୍ଷରୁ ମଧ୍ୟ ଆହୁରି ପ୍ରଚେଷ୍ଟା କରାଯାଉଛି। ଯାହା ଦ୍ବାରା କ୍ରିଏଟର୍ସ ଏବଂ ଆଡଭାଇଟର୍ସ ଅତି ସହଜରେ ଅନ୍ୟ ସହିତ ଯୋଡି ହୋଇପାରିବେ। ପ୍ରକାଶଥାଉକି, ୟୁଟ୍ୟୁବରେ ଖୁବଶୀଘ୍ର ଡ୍ରିମ ଟ୍ରାକ ଫିଚର ଆଣିବାକୁ ଯାଉଛି। ଯାହାକି ଲୋକଙ୍କୁ କେବଳ ଗୋଟିଏ ଟେକଷ୍ଟ ପ୍ରମ୍ପଟ କିମ୍ବା କୌଣସି ସାଧାରଣ ଗୁଣୁଗୁଣୁ ଧ୍ବନିକୁ ଉପଯୋଗ କରି ଅଭିନବ ମ୍ୟୁଜିକ୍ ଟ୍ରାକ୍ ତିଆରି କରିବାରେ ସାହାଯ୍ୟ କରିବ ।