ହାଇଦ୍ରାବାଦ: ସମସ୍ତେ ଶୋଇବା ସମୟରେ ଅନେକ ପ୍ରକାରର ସ୍ବପ୍ନ ଦେଖି ଥାଆନ୍ତି । କେତେକ ଭୟାନକ ହୋଇଥିବା ବେଳେ କେତେକ ହାସ୍ୟାସ୍ପଦ ହୋଇଥାଏ। ତେବେ ଏଣିକି ଆପଣ ନିଜ ଇଚ୍ଛାରେ ଦେଖିପାରିବେ ସ୍ବପ୍ନ। ଆପଣ ଯାହା ଚାହିଁବେ ତାହା ଶୋଇବା ପରେ ସ୍ବପ୍ନ ଦେଖିପାରିବେ। କଥାଟି ଶୁଣିବା ପାଇଁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ। ଏହା ଆମେ କହୁ ନାହୁଁ ଆମେରିକାର ଏକ କମ୍ପାନୀ ଏକ ନୂଆ ଡିଭାଇସ ପ୍ରସ୍ତୁତ କରିଛି । ପ୍ରୋଫେଟିକ ନାମ କମ୍ପାନୀ ଏକ ଡିଭାଇସ ବିକଶିତ କରିଛି ଯାହାକି ସ୍ବପ୍ନକୁ ମଧ୍ୟ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇପାରିବ । ପ୍ରୋଫେଟିକ ବିକଶିତ କରିଥିବା ଏହି ଡିଭାଇସର ନାମ ହାଲୋ ରଖାଯାଇଛି । ଏହି ଡିଭାଇସ ସ୍ବପ୍ନକୁ ନିୟନ୍ତ୍ରଣ କରିବା ସହିତ ଆମେ କେଉଁ ପ୍ରକାର ସ୍ବପ୍ନ ଦେଖିବାକୁ ଚାହୁଁଛି ତାହା ନିର୍ଦ୍ଦେଶ ଦେଇପାରିବ । ଡିଭାଇସ ପ୍ରେରିତ କରିଥିବା ସ୍ବପ୍ନ ସାହାଯ୍ୟରେ ଜଣେ ବ୍ୟକ୍ତି କ୍ୟାରିୟର ପାଇଁ ଆବଶ୍ୟକ କୌଶଳ ହାସଲ କରିବା ପାଇଁ ଯୋଜନା କରିପାରେ ।
ଏହି ହାଲୋ ଟୁଲ୍ ଦେଖିବା ପାଇଁ ଏକ ମୁକୁଟ ସଦୃଶ ଅଟେ। ଆଲଟ୍ରାସାଉଣ୍ଟ ଏବଂ ମେସିନ ଲର୍ଣ୍ଣିଂ ଉପରେ ଆଧାର କରି ଏହା କାର୍ଯ୍ୟ କରିଥାଏ। ଶୋଇବା ପୂର୍ବରୁ ଏହା ଆମକୁ ପିନ୍ଧିବାକୁ ହେବ। ତେବେ ଏହା ମାର୍କେଟକୁ ଆସିବା ପରେ ଏହାର ଦାମ୍ ମଧ୍ୟ ବେସ ଅଧିକ ରହିବା ନେଇ ଅନୁମାନ କରାଯାଉଛି। ଏଭଳି ସ୍ଥଳେ ପ୍ରୋଫେଟିକ କମ୍ପାନୀ ଏହାର ମୂଲ୍ୟ 1ଲକ୍ଷ 25 ହଜାରରୁ 1 ଲକ୍ଷ 66 ହଜାର ମଧ୍ୟରେ ରହିପାରେ ବୋଲି ଅନୁମାନ କରିଛି। ଯାହା ଆମେ ଶୋଇବା ସମୟରେ ଦେଖିଥିବା ଏହି ଟୁଲ ସେହି ସ୍ବପ୍ନକୁ ବିଶ୍ଲେଷଣ କରିଥାଏ। ଏହାର ଅର୍ଥ ଜଣେ ବ୍ୟକ୍ତି ଯେଉଁ ସ୍ବପ୍ନ ଦେଖିବାକୁ ଚାହୁଁଥିବ ଏହି ଟୁଲ ଶୋଇବା ସମୟରେ ସେହି ସ୍ବପ୍ନ ଦେଖାଇବା ପାଇଁ ଚେଷ୍ଟା କରିଥାଏ । ପ୍ରକାଶଥାଉକି ବିଶେଷଜ୍ଞମାନେ ନିଦକୁ ଦୁଇଟି ପର୍ଯ୍ୟାୟରେ ବିଭକ୍ତ କରିଛନ୍ତି । REM ଏବଂ ଅନ୍ୟଟି non-REM। ଯେତେବେଳେ ଜଣେ ବ୍ଯକ୍ତି ଶୋଇବା ସମୟରେ ଆଖି ପତା ବନ୍ଦ ହୋଇ ଆଖି ଡୋଳା ଚଳପ୍ରଚଳ ହେଉଥିବ ତାହାକୁ ରାମ୍(REM) କୁହାଯାଏ। ଏହାକୁ ଲୁସିଡ ଡ୍ରିମ ମଧ୍ୟ କୁହାଯାଏ।
ଏହା ମଧ୍ୟ ପଢନ୍ତୁ: World Dream Day 2023: ଜୀବନରେ ଆଗକୁ ବଢ଼ିବାକୁ ହେଲେ ସ୍ୱପ୍ନ ଦେଖିବା ଜରୁରୀ
ପ୍ରୋଗ୍ରାମିଂ ମାଧ୍ୟମରେ ଆମେ କେଉଁ ପ୍ରକାରର ସ୍ୱପ୍ନ ଦେଖିବାକୁ ଚାହୁଁଛୁ, 'ହାଲୋ' ଟୁଲ୍ ତାହା ଉପସ୍ଥାପନା କରିଥାଏ। ଏହି ଟୁଲ୍ ଦ୍ବାରା ସ୍ବପ୍ନକୁ ନିୟନ୍ତ୍ରଣ କରାଯାଇ ପାରିବ ବୋଲି ଏହାର ବୈଜ୍ଞାନିକମାନେ ଦାବି କରିଛନ୍ତି । ତେବେ ଏନେଇ ଏକ କମ୍ପାନୀର ସିଇଓ ଦାବି କରି କହିଛନ୍ତି ଯେ, ଆଗାମୀ ବୈଠକ ବିଷୟରେ ଆଲୋଚନା ପାଇଁ ସେ ସ୍ବପ୍ନରେ ଅଭ୍ୟାସ କରିବେ । ବୈଜ୍ଞାନିକମାନେ ଏଭଳି ଦାବି କରିଥିବା ବେଳେ ମାର୍କେଟକୁ ଆସିବା ପରେ ଏହାର ସତ୍ୟସତ୍ୟ ସାମ୍ନାକୁ ଆସିପାରିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ