ETV Bharat / science-and-technology

Year Ender 2022: ପୃଥିବୀକୁ ବିପଦରୁ ବଞ୍ଚାଇଲା NASA, ଚନ୍ଦ୍ରମାରେ ସୋଡିୟମ ପାଇଲା ISRO - ମଙ୍ଗଳଯାନ

ଆସୁଛି ନବବର୍ଷ, ବିଦାୟ ନେବ 2022 । ଏହି ବିଦାୟୀ ବର୍ଷରେ ଆମର ସ୍ବତନ୍ତ୍ର ଉପସ୍ଥାପନା ବିଜ୍ଞାନର ଉପଲବ୍ଧି ଉପରେ ଜାଣନ୍ତୁ(Big achievement of NASA and ISRO)

Year Ender special story GFX
Year Ender special story GFX
author img

By

Published : Dec 25, 2022, 7:34 AM IST

ହାଇଦ୍ରାବାଦ: ସରି ସରି ଆସୁଛି ବର୍ଷ 2022ର ଆୟୁ, ଆଉ ଦିନ କେଇଟା ପରେ ଏ ବର୍ଷ ନେଇଯିବ ବିଦାୟ । ଏକ ନୂତନ ଉଦ୍ଦୀପନାର ସହ ଆରମ୍ଭ ହେବ ବର୍ଷ 2023 । କିଏ ଏ ବର୍ଷରେ ସଫଳତାର ସ୍ବାଦ ଚାଖିଛି ତ ଆଉ କିଏ ସମ୍ମୁଖୀନ କରିଛି ବିଫଳତାକୁ । ଯଦି ଆମେ ବର୍ଷ 2022ରେ ବିଜ୍ଞାନର ଉପଲବ୍ଧି କଥା କହିବା, ତେବେ ସଭିଙ୍କ ମନରେ ଫୁଟି ଉଠିବ ହସ । କାରଣ ଏହି ବର୍ଷରେ ଭାରତର ମହାକାଶ ଅନୁସନ୍ଧାନ ସଂସ୍ଥାନ ଇସ୍ରୋ ହେଉ ଅବା ଆମେରିକାର ନାସା ଉଭୟ ରଚିଛନ୍ତି ବିରଳ ଇତିହାସ ।

ନାସା 50 ବର୍ଷ ପରେ ଚନ୍ଦ୍ରପୃଷ୍ଠରେ ପଦାର୍ପଣ ନେଇ ସଫଳ ପରୀକ୍ଷଣ କରି ଥିବାବେଳେ ଇସ୍ରୋର ପରୀକ୍ଷଣରେ ପ୍ରଥମ କରି ଏହି ବର୍ଷ ଘରୋଇ ଉଦ୍ୟୋଗର ପ୍ରବେଶ ହୋଇଛି । କେବଳ ଏତିକି ନୁହେଁ ଗବେଷଣା କ୍ଷେତ୍ରରେ ଇସ୍ରୋର ବିଭିନ୍ନ ପଦକ୍ଷେପ ସ୍ବାଗତଯୋଗ୍ୟ । ତେବେ ଆମର ଏହି ବିଦାୟୀ ବର୍ଷର ସ୍ବତନ୍ତ୍ର ଉପସ୍ଥାପନାରେ ବିଜ୍ଞାନର ଉପଲବ୍ଧି ଉପରେ ଆଲୋଚନା କରିବା...

NASA Artemis-1 Test
NASA Artemis-1 Test

ଚନ୍ଦ୍ରପୃଷ୍ଠରେ ପଦାର୍ପଣ ନେଇ NASAର ଭୂମି ପୂଜନ:-

ଚନ୍ଦ୍ରମାର ଇଲାକାରେ ମାନବର ରାଜୁତି ପାଇଁ ନାସାର ପରୀକ୍ଷଣର ଯାତ୍ରା ଏହି ବର୍ଷରୁ ଭୂମି ପୂଜନ କରିଛି । କାରଣ ବର୍ଷ 2022ରେ ଦୀର୍ଘ 50 ବର୍ଷ ପରେ ନାସାର ମୁନ୍ ମିଶନ ଅର୍ଥାତ୍ ଚନ୍ଦ୍ରଯାନ ଆର୍ଟେମିସ୍-ଆଇ(NASA Artemis 1)ର ସଫଳ ଉତ୍‌କ୍ଷେପଣ ହୋଇଛି । ପ୍ରତିକୂଳ ପାଗ, ଯାନ୍ତ୍ରିକ ତ୍ରୁଟି ଆଉ ସୁନାମୀର ଆଶା-ଆଶଙ୍କା ମଧ୍ୟରେ ତୃତୀୟ ପ୍ରୟାସରେ ପରୀକ୍ଷଣକୁ ସଫଳ କରି ପାରିଥିଲା ନାସା ।

ବହୁ ପ୍ରତୀକ୍ଷା ପରେ ନଭେମ୍ବର 16, ସ୍ଥାନୀୟ ସମୟ 1ଟା 47, ଭାରତୀୟ ସମୟ ଦିନ 12ଟା 17ରେ ନାସାର କେନେଡି ସ୍ପେସ୍ ସେଣ୍ଟରରୁ ଆର୍ଟେମିସ-ଆଇର ହୋଇଥିଲା ପରୀକ୍ଷଣ । ଚନ୍ଦ୍ରପୃଷ୍ଠକୁ ମାନବ ପ୍ରେରଣ ନେଇ ନାସାର ଏହି ଶକ୍ତିଶାଳୀ ମିସନ୍ ଆର୍ଟେମିସ-1 ମହାକାଶ ଅନୁସନ୍ଧାନ ସଂସ୍ଥାର ଏକ ଡମି ଟେଷ୍ଟ୍, ଅର୍ଥାତ୍ ଏହା ମାନବ ବିହୀନ । ଡମି ଟେଷ୍ଟ୍ ଭାବରେ ନାସା ଏହି ପରୀକ୍ଷଣ କରିଛି, ଯେଉଁଥିରେ ଖାଲି କ୍ରୁ ଚନ୍ଦ୍ରପୃଷ୍ଠକୁ ଯାଇଛି ।

ଏହି ପରୀକ୍ଷଣ ସଫଳ ହେବା ପରେ 2024 ରେ ନାସା ଆର୍ଟେମିସ-2 ପ୍ରେରଣ କରିବ ଏବଂ 2025 ସୁଦ୍ଧା ମାନବ-ଯୁକ୍ତ ଆର୍ଟେମିସ୍-3 ପରୀକ୍ଷଣ କରିବ । ପ୍ରକାଶ ଥାଉକି, 1972 ମସିହାରେ ଆପୋଲୋର ଶେଷ ମିଶନ ପରେ ଏହା ପ୍ରଥମ ଥର, ଯାହା ମନୁଷ୍ୟକୁ ଚନ୍ଦ୍ରପୃଷ୍ଠକୁ ପ୍ରେରଣ ପାଇଁ ଡିଜାଇନ୍ ହୋଇଛି । ଦୀର୍ଘ 50 ବର୍ଷ ପରେ ଆପୋଲୋ 2022 ରେ ଏହି ପରୀକ୍ଷଣ କରିଛି ।

ଏହା ମଧ୍ୟ ପଢନ୍ତୁ:- Year Ender 2022: ଅସହ୍ୟ ହେଲା ଯନ୍ତ୍ରଣା, ମୃତ୍ୟୁର ରାସ୍ତା ପାଲଟିଥିଲା ଶେଷ ଠିକଣା

NASA DART Mission
NASA DART Mission

ପୃଥିବୀକୁ ବାହ୍ୟ ଶତ୍ରୁ ରକ୍ଷା କ୍ଷେତ୍ରରେ ସଫଳତା:-

ବର୍ଷ 2022ରେ ପ୍ରଥମ କରି ଆମେରିକାର ସ୍ପେସ୍ ଏଜେନ୍ସି ନାସା ମହାକାଶରେ କୌଣସି ଗ୍ରହର ସ୍ଥାନ ପରିବର୍ତ୍ତନ କରିବାରେ ସଫଳ ହୋଇଛି । ନାସାର ଡାର୍ଟ ମିଶନ(NASA DART Mission) ଏକ ହାନିକାରକ ଗ୍ରହାଣୁ ଡିମୋରଫସ୍‌(Asteroid Dimorphos)କୁ ଧକ୍କା ଦେଇ ତା'ର ସ୍ଥାନ ପରିବର୍ତ୍ତନ କରିଥିଲା । ଏହି ସଫଳତା ପରେ ପୃଥିବୀ ପୃଷ୍ଠକୁ ଆଉ କୌଣସି ବିପଦ ରହିବ ନାହିଁ । ଯଦି କୌଣସି ଧୂମକେତୁ କିମ୍ବା କ୍ଷତିକାରକ ଗ୍ରହାଣୁ ପୃଥିବୀକୁ ଧକ୍କା ଦେବାର ଆଶଙ୍କା ଥାଏ, ତେବେ ତାକୁ ପୂର୍ବରୁ ପ୍ରତିହତ କରିହେବ, ଯାହା ଏହି ସଫଳ ପରୀକ୍ଷଣ ପରେ ସ୍ପଷ୍ଟ ହୋଇଛି ।

ISRO
ISRO

ISRO ପରୀକ୍ଷଣ କଲା ପ୍ରଥମ ଘରୋଇ ରକେଟ:-

ବର୍ଷ 2022 ରେ ସଫଳତା ଦିଗରେ ଭାରତୀୟ ମହାକାଶ ଅନୁସନ୍ଧାନ ସଂସ୍ଥାନ ଇସ୍ରୋ(Indian Space Research Organisation, ISRO) ବଡ ପାଦ ପକାଇଛି । ପ୍ରଥମ କରି ଏହି ବର୍ଷରେ ଅନୁସନ୍ଧାନ କ୍ଷେତ୍ରରେ ଘରୋଇ ଉଦ୍ୟୋଗର ପ୍ରବେଶ ହୋଇଛି । ନଭେମ୍ବର 18 ରେ ଦେଶର ପ୍ରଥମ ଘରୋଇ ରକେଟ୍ ବିକ୍ରମ-ଏସ୍‌ର ସଫଳ ପରୀକ୍ଷଣ ହୋଇଥିଲା । ହାଇଦ୍ରାବାଦ ଭିତ୍ତିକ ସ୍ପେସ୍ ଷ୍ଟାଟଅପ୍ ସ୍କାଏରୁଟ୍ ଏରୋସ୍ପେସ୍, ଇସ୍ରୋ ଏବଂ IN-SPACe ସହଯୋଗରେ ବିକ୍ରମ-ଏସ୍ ନିର୍ମିତ କରିଥିଲା ।

Bikram-S Test
Bikram-S Test

Oceansat-3 ର ସଫଳ ଉତ୍‌କ୍ଷେପଣ କଲା ISRO:-

ସମୁଦ୍ର ବିଜ୍ଞାନ ଏବଂ ବାୟୁମଣ୍ଡଳୀୟ ଅଧ୍ୟୟନ କ୍ଷେତ୍ରରେ ମଧ୍ୟ ଏବର୍ଷ ଇତିହାସ ରଚିଛି ଇସ୍ରୋ । PSLV-C54/EOS-06 ମାଧ୍ୟମରେ ଓସେନସେଟ୍‌-3(Oceansat-3)ର ସମସ୍ତ 11ଟି ସାଟେଲାଇଟର ସଫଳ ପରୀକ୍ଷଣ କରିଥିଲା । ତେବେ ଓସେନସେଟ୍‌-3 ହେଉଛି ଏକ ସିରିଜ୍‌ର ଉପଗ୍ରହ । ଏହି ସିରିଜର ପ୍ରଥମ ଉପଗ୍ରହ(Oceansat-1) 1999 ମେ’ 26ରେ ଉତକ୍ଷେପଣ କରାଯାଇଥିଲା । ଏହାପରେ 23 ସେପ୍ଟେମ୍ବର 2009ରେ Oceansat-2କୁ ଉତକ୍ଷେପଣ କରାଯାଇଥିଲା । ଏହା ମାଧ୍ୟମରେ ସମୁଦ୍ର ବିଜ୍ଞାନ ଓ ବାୟୁମଣ୍ଡଳୀୟ ଅଧ୍ୟୟନ ସହଜ ହେବ । ଏଥିସହ ସାମୁଦ୍ରିକ ଝଡ ମୁକାବିଲାଠୁ ଆରମ୍ଭ କରି ଯେକୌଣସି ଘୂର୍ଣ୍ଣିବଳୟର ପୂର୍ବାନୁମାନ କରିବାରେ ସଫଳତା ପାଇବ ଇସ୍ରୋ ।

ପ୍ରଥମ ଥର ଚନ୍ଦ୍ରପୃଷ୍ଠରେ ସୋଡିୟମ ଠାବ କଲା ଇସ୍ରୋ:-

ଏହି ବର୍ଷରେ ବିଶ୍ବର ପ୍ରଥମ ଗବେଷଣା ସଂସ୍ଥାନ ଭାବରେ ଚନ୍ଦ୍ରପୃଷ୍ଠରେ ସୋଡିୟମ ଠାବ କରିପାରିଥିଲା ଇସ୍ରୋ । ଚନ୍ଦ୍ରଯାନ-୨ କକ୍ଷପଥର ଏକ୍ସ-ରେ ସ୍ପେକ୍ଟ୍ରୋମିଟର ପ୍ରଥମ ଥର ପାଇଁ ଚନ୍ଦ୍ରପୃଷ୍ଠରେ ପ୍ରଚୁର ସୋଡିୟମ ଥିବା ଚିହ୍ନଟ କରିଥିଲା ।

ସରିଗଲା ମଙ୍ଗଳଯାନର ଯାତ୍ରା:-

ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଦେଶର ପ୍ରଥମ ମଙ୍ଗଳଯାନ ବା ମାର୍ସ ଅର୍ବିଟର ମିଶନ(Mars Orbiter Mission, MOM) ବର୍ଷ 2022 ରେ ତା'ର ଅଭିଯାନ ଶେଷ କରିଛି । ମଙ୍ଗଳଯାନର ଇନ୍ଧନ ଓ ବ୍ୟାଟେରୀ ସରିଯିବାରୁ ଭୂ-ପୃଷ୍ଠର ଷ୍ଟେସନ ସହ ଏହାର ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଥିଲା । ମାତ୍ର 6 ମାସ ପାଇଁ ମଙ୍ଗଳ ଗ୍ରହକୁ ପ୍ରେରଣ ହୋଇଥିବା ଏହି ମହାକାଶଯାନ, 8 ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲା, ଯାହା ଇସ୍ରୋର ବୈଜ୍ଞାନିକଙ୍କ ପାଇଁ କୌଣସି କମ୍ ଉପଲବ୍ଧି ନୁହେଁ ।

Nambi Narayanan
Nambi Narayanan

'Rocketry: The Nambi Effect' କୁ ନେଇ ବିବାଦ:-

ଇସ୍ରୋର ପୂର୍ବ ବୈଜ୍ଞାନିକ ନାମ୍ବି ନାରାୟଣନଙ୍କ ଜୀବନୀକୁ ନେଇ ପ୍ରସ୍ତୁତ ହେଉଥିବା ଚଳଚ୍ଚିତ୍ରକୁ ନେଇ ଉଠିଥିଲା ବିବାଦ । ଏହି ବିବାଦ କରିଥିଲେ ଇସ୍ରୋରେ ପୂର୍ବରୁ କାମ କରିଥିବା ଏକ ବୈଜ୍ଞାନିକ ଟିମ୍ । ଚଳଚ୍ଚିତ୍ରରେ ନାମ୍ବି ନାରାୟଣଙ୍କ ଜୀବନୀକୁ ନେଇ ଦିଆଯାଇଥିବା ତଥ୍ୟ ଭୁଲ୍, ଟେଲିଭିଜନ ଚ୍ୟାନେଲ ମାଧ୍ୟମରେ କରାଯାଉଥିବା ପ୍ରଚାର ମିଥ୍ୟା ଏବଂ ସ୍ପେସ୍ ଏଜେନ୍ସିକୁ ବଦନାମ କରାଯାଉଥିବା ସେମାନେ ଅଭିଯୋଗ କରିଥିଲେ ।

ତେବେ ଏସବୁ ତଥ୍ୟ ପରେ ବର୍ଷ 2022 ରେ ବିଜ୍ଞାନ ଅହେତୁକ ସଫଳତା ପାଇଛି ବୋଲି କହିଲେ କିଛି ଭୁଲ୍ ହେବନି । ଏକ ବର୍ଷ ସରିଯାଉଛି ସତ, ହେଲେ ବିଜ୍ଞାନର ଯେଉଁ ଅର୍ଥ 'ଜାଣିବାର ଇଚ୍ଛା' ତାହା ସର୍ବଦା ଜାରିରହୁ ଏବଂ ଆଧୁନିକ ସମାଜକୁ ଆଶ୍ଚର୍ଯ୍ୟକର ଉପଲବ୍ଧି ଭେଟିଦେଉ...

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.