ETV Bharat / science-and-technology

X Payment Feature: ଟଙ୍କା ପେମେଣ୍ଟ ସୁବିଧା ଆଣିଲା ଏକ୍ସ - ଗୁଗୁଲ ପେ ଭଳି ଏକ୍ସରେ କରିହେବ ପେମେଣ୍ଟ

ଏଣିକି Everything ଆପ ହେବ ଏକ୍ସ । ଚାଟିଂ, ଭିଡିଓ କଲ ସହିତ ପେମେଣ୍ଟ କରିବାର ସୁବିଧା ପାଇବେ ୟୁଜର୍ସ । ଅଧିକ ପଢନ୍ତୁ

X Payment Feature
X Payment Feature
author img

By ETV Bharat Odisha Team

Published : Sep 22, 2023, 12:53 PM IST

ହାଇଦ୍ରାବାଦ: ବିଲେନିୟର ଏଲନ ମସ୍କଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ X(ପୂର୍ବର ଟ୍ବିଟର)ରେ ଶୀଘ୍ର ମିଳିପାରେ ପେମେଣ୍ଟ ସୁବିଧା । କମ୍ପାନୀର ସିଇଓ ଲିଣ୍ଡା ୟାକାରିନୋଙ୍କ ଏକ୍ସରେ ଏକ ପୋଷ୍ଟ ଜରିଆରେ ଏହାର ସୂଚନା ଦେଇଛନ୍ତି । ଅଡିଓ, ଭିଡିଓ, ମେସେଜିଂ, ପେମେଣ୍ଟ ଏବଂ ବ୍ୟାଙ୍କିଙ୍ଗ ସୁବିଧା ଖୁବ ଶୀଘ୍ର ସୋସିଆଲ ମିଡିଆ ଆପ ଏକ୍ସରେ ମିଳିପାରେ ବୋଲି ୟାକାରିନୋ ଦ୍ୱାରା ପୋଷ୍ଟ କରାଯାଇଥିବା ଭିଡିଓରୁ ଜଣାପଡୁଛି । ନିକଟରେ ହ୍ବାଟ୍ସଆପରେ ପେମେଣ୍ଟ ଫିଚର ରୋଲଆଉଟ କରାଯାଇଥିବା ବେଳେ ଖୁବଶୀଘ୍ର ଏକ୍ସରେ ମଧ୍ୟ ମିଳିପାରେ ସୁବିଧା ।

ଗୁଗୁଲ ପେ ଭଳି ଏକ୍ସରେ କରିହେବ ପେମେଣ୍ଟ: ନୂଆ ଫିଚର ଘୋଷଣା କରି ଲିଣ୍ଡା ୟାକାରିନୋ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି । ଯେଉଁଥିରେ ଆଗାମୀ ଦିନରେ Xରେ ରୋଲଆଉଟ ହେବାକୁ ଥିବା ସମସ୍ତ ଫିଚର ବିଷୟରେ ସୂଚନା ଦିଆଯାଇଛି। ସେ ଭିଡିଓ ପୋଷ୍ଟ କରି କ୍ୟାପ୍ସନରେ ଲେଖିଛନ୍ତି, 'ଏକ୍ସରେ ଆଗକୁ ଆସିବାକୁ ଥିବା ଫିଚର ନେଇ ସୂଚନା ।' ଦୁଇ ମିନିଟର ଏହି ଭିଡିଓରେ ଆଗକୁ ରୋଲଆଉଟ ହେବାକୁ ଥିବା ପ୍ରତ୍ୟେକ ବିଷୟ ଉପରେ ସୂଚନା ଦିଆଯାଇଛି ।

ଭିଡିଓ ଅନୁଯାୟୀ, ପେମେଣ୍ଟ କରିବା ବ୍ୟତୀତ ଭିଡିଓ କଲିଂ ସୁବିଧା ମଧ୍ୟ ପ୍ଲାଟଫର୍ମରେ ଶୀଘ୍ର ଉପଲବ୍ଧ ହୋଇପାରେ । ବର୍ତ୍ତମାନ ସୁଦ୍ଧା ଟେକ୍ସ ମେସେଜରେ ଅନ୍ୟମାନଙ୍କ ସହ ଯୋଡି ହେବାର ସୁବିଧା ମିଳୁଥିବା ବେଳେ ଆଗାମୀ ଦିନରେ ଭିଡିଓ କଲିଂ ଠାରୁ ଆରମ୍ଭ କରି ପେମେଣ୍ଟ ସୁବିଧା ଏବଂ ଚାକିରି ଖୋଜିବା ପର୍ଯ୍ୟନ୍ତ ସମସ୍ତ ଫିଚର X ରେ ଉପଲବ୍ଧ ହୋଇପାରେ ।

ଏହା ମଧ୍ୟ ପଢନ୍ତୁ: ପ୍ରତିମାସରେ ଏକ୍ସ ୟୁଜର୍ସଙ୍କଠାରୁ ସର୍ବନିମ୍ନ ରାଶି ଆଦାୟ କରାଯିବ, କମିବ ଫେକ୍ ଆକାଉଣ୍ଟ: ମସ୍କ

Everything ଆପ ହେବ ଏକ୍ସ: ଆଗକୁ ଆସିବାକୁ ଥିବା ଏହି ଫିଚର ବିଷୟରେ ଭାବିଲେ ମନେ ହେଉଛି ଆପକୁ ନେଇ ଏଲନ ମସ୍କ ଦେଖିଥିବା ସ୍ବପ୍ନ ସାକାର ହେବା ଭଳି ମନେ ହେଉଛି । ଅନେକ ଥର ମସ୍କ ଏଭ୍ରିଥିଙ୍ଗ୍‌ ଆପ ତିଆରି କରିବା ପାଇଁ କହିଛନ୍ତି । ଏହାର ଅର୍ଥ ଗୋଟିଏ ଆପ ବ୍ୟବହାର କରି ୟୁଜର୍ସ ସମସ୍ତ ସୁବିଧା ପାଇପାରିବେ । ମେସେଜ, ଭିଡିଓ କଲ ଠାରୁ ଆରମ୍ଭ କରି ପେମେଣ୍ଟ ସୁବିଧା ମଧ୍ୟ ପାଇପାରିବେ ।

ପ୍ରକାଶଥାଉକି, ନିକଟରେ ଏଲନ ମସ୍କ ପ୍ରତି ୟୁଜର୍ସଙ୍କ ଠାରୁ ସର୍ବନିମ୍ନ ରାଶି ଆଦାୟ କରାଯିବ ବୋଲି ଘୋଷଣା କରିଥିଲେ। ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତ୍ୟାନେହୁଙ୍କ ଦେଇଥିବା ଏକ ସାକ୍ଷାତକାରରେ ଏଲନ୍ ମସ୍କ ଏହି ବିଷୟରେ କହିଥିଲେ। ତେବେ ୟୁଜର୍ସଙ୍କ ଠାରୁ କେତେ ଟଙ୍କା ଆଦାୟ କରାଯିବ ସେନେଇ କୌଣସି ଘୋଷଣା କରିନଥିବା ବେଳେ ସର୍ବନିମ୍ନ ମୂଲ୍ୟ ଆଦାୟ କରାଯିବ ବୋଲି କହିଥିଲେ ମସ୍କ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.