ETV Bharat / science-and-technology

X: କାମ ଦେଲା ମସ୍କଙ୍କ ଯାଦୁ, ରେକର୍ଡ ସ୍ତରରେ ବୃଦ୍ଧି ପାଇଲା ୟୁଜର୍ସଙ୍କ ସଂଖ୍ୟା

author img

By

Published : Jul 29, 2023, 1:35 PM IST

ଟେସଲା ସିଇଓ ତଥା ଏକ୍ସ ମାଲିକ ଏଲନ୍ ମସ୍କଙ୍କ କହିବା ଅନୁସାରେ, "ବୃଦ୍ଧି ପାଉଛି ଏକ୍ସ ବ୍ୟବହାରକାରୀଙ୍କ ସଂଖ୍ୟା । ମାସିକ ୟୁଜର୍ସଙ୍କ ସଂଖ୍ୟା ରେକର୍ଡ ସଂଖ୍ୟାରେ ବୃଦ୍ଧି ପାଇଛି ।"

X monthly users
X monthly users

ହାଇଦ୍ରାବାଦ: ଟ୍ବିଟର ଏକ ପ୍ରସିଦ୍ଧ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ହୋଇଥିବା ବେଳେ ବିଶ୍ବର କୋଟି କୋଟି ୟୁଜର୍ସ ଏହାକୁ ବ୍ୟବହାର କରନ୍ତି । ତେବେ ଏହାକୁ ଟକ୍କର ଦେବା ପାଇଁ ଗତ କିଛି ଦିନ ପୂର୍ବେ ଥ୍ରେଡ ଆପକୁ ଲଞ୍ଚ କରାଯାଇଥିବା ବେଳେ ଟ୍ବିଟର ମଧ୍ୟ ହାର ମାନିନାହିଁ । ନିକଟରେ ଟ୍ବିଟରର ଲୋଗୋ ଏବଂ ନାମକୁ ପରିବର୍ତ୍ତନ କରିଛନ୍ତି ଏଲନ ମସ୍କ । ସେ ନିଜର ଏକ୍ସ ପ୍ଲାଟଫର୍ମକୁ ୟୁଜର୍ସଙ୍କ ପାଇଁ ବେଷ୍ଟ କରିବା ପାଇଁ ଚାହୁଁଥିବା କଥା କହିଛନ୍ତି । ଏଲନ୍ ମସ୍କ ଉଭୟ କମ୍ପାନୀର ଲୋଗୋ ଏବଂ URL ପରିବର୍ତ୍ତନ କରିଛନ୍ତି । ଏହାରି ଭିତରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସର ମାସିକ ବ୍ୟବହାରକାରୀଙ୍କ ସଂଖ୍ୟା ରେକର୍ଡ ଭାଙ୍ଗିଛି ବୋଲି କହିଛନ୍ତି ଏଲନ ମସ୍କ । ଏନେଇ ମସ୍କ ଟ୍ବିଟ କରି ସୂଚନା ଦେଇଛନ୍ତି ।

ଶୁକ୍ରବାର ଦିନ ଏହି ଆକଳନକୁ ପ୍ରକାଶ କରି ସେ କହିଛନ୍ତି ଯେ, ଏହି ମାସରେ ଦୈନିକ 540 ମିଲିୟନ ଉପଭୋକ୍ତା Xର ପ୍ଲାଟଫର୍ମରେ ରହିଛନ୍ତି । ଯାହାକି ପୁରୁଣା ରେକର୍ଡକୁ ଭାଙ୍ଗିଛି । ଏନେଇ ଏଲନ ମସ୍କ ଏକ ଗ୍ରାଫ ଜରିଆରେ ସବିଶେଷ ସୂଚନା ଦେଇଛନ୍ତି । ଏହି ଗ୍ରାଫରେ ଦର୍ଶାଯାଇଥିବା ସଦ୍ୟତମ ସଂଖ୍ୟା 540 ମିଲିୟନରୁ ଅଧିକ ଅଟେ । ମସ୍କ Xରେ ଜରିଆରେ କହିଛନ୍ତି ଯେ, ମାସିକ ଉପଭୋକ୍ତାଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଟ୍ବିଟରର ନାମ ଏବଂ ଲୋଗୋ ପରିବର୍ତ୍ତନ କରିବା ପରେ ୟୁଜର୍ସଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଯାହାକି ପୁରୁଣା ରେକର୍ଡକୁ ଭାଙ୍ଗି ଦେଇଛି ।

ମସ୍କ ଏକ୍ସକୁ ନେଇ ଅନେକ ପରିବର୍ତ୍ତନ କରିବା ପାଇଁ ଚେଷ୍ଟା କରୁଥିବା ବେଳେ ୟୁଜର୍ସଙ୍କ ସଂଖ୍ୟା ବୃଦ୍ଧି ଏକ ପ୍ରକାର ସାହାସ ଯୋଗାଇବ ବୋଲି ଚର୍ଚ୍ଚା ହେଉଛି । ମସ୍କ ଚାହୁଁଛି ଯେ Xର ଆୟ ବୃଦ୍ଧି ହେଉ, ଯାହା ଗତ କିଛି ମାସ ମଧ୍ୟରେ ୟୁଜର୍ସଙ୍କ ସଂଖ୍ୟା କମ ରହିଥିଲା । ଏହାର କାରଣ ଗତ ମାସରେ ଲଞ୍ଚ ହୋଇଥିବା ଥ୍ରେଡ୍ସ ବୋଲି କୁହାଯାଉଛି । ଯଦି ଦେଖାଯାଏ ଥ୍ରେଡ୍ସ ହେଉଛି ଏକ୍ସର ପ୍ରତିଯୋଗୀ ପ୍ଲାଟଫର୍ମ ଅଟେ । ଯାହାକି ଲଞ୍ଚ ହେବାର କିଛି ଘଣ୍ଟା ପରେ ହିଁ ରେକର୍ଡ ସଂଖ୍ୟକ ୟୁଜର୍ସ ଯୋଡି ହୋଇଥିଲେ । ମେଟା 5 ଜୁଲାଇରେ ଥ୍ରେଡ୍ସକୁ ଲଞ୍ଚ କରିଥିଲା । ଏହି ପରିପ୍ରେକ୍ଷୀରେ, Xର ବ୍ୟବହାରକାରୀଙ୍କ ବୃଦ୍ଧି ଘୋଷଣାକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି ।

ଏହା ମଧ୍ୟ ପଢନ୍ତୁ: ଏଲନ ମସ୍କଙ୍କ ହାତକୁ ଆସିବା ପରେ ପରିଚୟ ହରାଇଲା କି ଟ୍ବିଟର ? ଜାଣନ୍ତୁ କଣ ସବୁ ହୋଇଛି ପରିବର୍ତ୍ତନ

ଦିଆଯାଇଥିବା ଏକ ବିବୃତ୍ତି ଅନୁସାରେ, ମେ 2022 ରେ X (ତତ୍କାଳୀନ ଟ୍ୱିଟର)ର ମାସିକ 229ମିଲିୟନ ସକ୍ରିୟ ଉପଭୋକ୍ତା ବା ୟୁଜର୍ସ ରହିଥିଲେ । ନଭେମ୍ବର ମାସରେ ମସ୍କ କହିଥିଲେ ଯେ, ଟ୍ବିଟରର ଦୈନିକ 259.4 ମିଲିୟନ ୟୁଜର୍ସ ରହିଛନ୍ତି । କହିରଖୁଛୁ କି, ଅକ୍ଟୋବର 2022ରେ ଏଲନ୍ ମସ୍କ ଟ୍ୱିଟର କିଣିବା ପରେ ଅନେକ ପରିବର୍ତ୍ତନ କରିଛନ୍ତି । ସିଇଓ ପରାଗ ଅଗ୍ରୱାଲ, ସିଏଫଓ ନେଡ ସେଗାଲଙ୍କୁ ବହିଷ୍କୃତ କରି ନିଜେ ପ୍ରୟାସ କରି ଟ୍ବିଟରକୁ ପ୍ରସିଦ୍ଧ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ କରି ଦେଖାଇଥିଲେ।

ବର୍ତ୍ତମାନ ମସ୍କ କହିଛନ୍ତି ଯେ, X.com ବର୍ତ୍ତମାନ ଠାରୁ ଟ୍ୱିଟରକୁ ରିଡାଇରେକ୍ଟ କରିବ, ଅର୍ଥାତ୍ ୟୁଜର୍ସମାନେ X.com ସାହାଯ୍ୟରେ ଟ୍ବିଟରର ନୂଆ ନାମକରଣ ଏକ୍ସ ଆପକୁ ଖୋଲିପାରିବେ । ଏକ ଟ୍ବିଟର ପୋଷ୍ଟରେ ମସ୍କ କହିଛନ୍ତି, ଭବିଷ୍ୟତରେ ଟ୍ବିଟରରେ ଆହୁରି ଅନେକ ପରିବର୍ତ୍ତନ କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.