ETV Bharat / science-and-technology

X New Subscription plan: 2 ନୂଆ ସବସ୍କ୍ରିପ୍ସନ ପ୍ଲାନ ଲଞ୍ଚ କରିବେ ମସ୍କ

author img

By ETV Bharat Odisha Team

Published : Oct 20, 2023, 3:44 PM IST

2 ନୂଆ ସବସ୍କ୍ରିପ୍ସନ ପ୍ଲାନ ଲଞ୍ଚ କରିବେ ମସ୍କ । 900 ଟଙ୍କାରେ ପ୍ଲାନ ଠାରୁ କମ ହୋଇପାରେ ବୋଲି ଆଶା କରୁଛନ୍ତି ୟୁଜର୍ସ । ଅଧିକ ପଢନ୍ତୁ

X New Subscription plan
X New Subscription plan

ହାଇଦ୍ରାବାଦ: ଏକ୍ସରେ ଖୁବଶୀଘ୍ର ଦୁଇଟି ନୂଆ ସବସ୍କ୍ରିପ୍ସନ ପ୍ଲାନ ଆଣିବେ ବିଲେନିୟର ଏଲନ ମସ୍କ। ଏନେଇ ଆଜି(ଶୁକ୍ରବାର) ମସ୍କ ନିଜେ ଏକ୍ସରେ ଟ୍ବିଟ କରି ସୂଚନା ଦେଇଛନ୍ତି । ବର୍ତ୍ତମାନ କମ୍ପାନୀ 900 ଟଙ୍କାରେ ପ୍ଲାନ ରୋଲଆଉଟ କରିଥିବା ବେଳେ ଏହା ଦ୍ବାରା ୟୁଜର୍ସଙ୍କୁ Ads ପ୍ରଦାନ କରିଥାଏ । ତେବେ ଏହି ପ୍ଲାନ ଅଧିକ ମହଙ୍ଗା ହୋଇଥିବା କାରଣରୁ ୟୁଜର୍ସଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ତେବେ ଏହି ସମସ୍ୟାରୁ ମୁକୁଳିବା ପାଇଁ ଏଲନ ମସ୍କ ପୁଣି ଥିରେ ଦୁଇଟି ନୂଆ ସବସ୍କ୍ରିପ୍ସନ ପ୍ଲାନ ଲଞ୍ଚ କରିବେ ବୋଲି ସୂଚନା ଦେଇଛନ୍ତି ।

  • Two new tiers of X Premium subscriptions launching soon.

    One is lower cost with all features, but no reduction in ads, and the other is more expensive, but has no ads.

    — Elon Musk (@elonmusk) October 20, 2023 " class="align-text-top noRightClick twitterSection" data=" ">

କମ ଦାମ ଦେଇ ଦେଖିପାରିବେ Ads: ଏଲନ ମସ୍କ ଟ୍ବିଟ କରି କହିଛନ୍ତି, "କମ ଟଙ୍କାରେ ମିଳିବାକୁ ଥିବା ପ୍ରିମିୟମ ପ୍ଲାନରେ ଅନେକ ଫିଚର ପାଇବେ ୟୁଜର୍ସ । ଏହାସହ ଆଡ ମଧ୍ୟ ଦେଖିପାରିବେ । ପୂର୍ବରୁ ୟୁଜର୍ସ ଯେତେକି ଆଡ ଦେଖୁଥିଲେ ଏବେ ମଧ୍ୟ ସେତିକି ଦେଖିବେ ୟୁଜର୍ସ । ତେବେ ଆଉ ଏକ ମହଙ୍ଗା ପ୍ରିମିୟମ ପ୍ଲାନରେ ଅନେକ ଫିଚର ରହିବ କିନ୍ତୁ ଏଥିରେ ଆଡ ରହିବ ନାହିଁ । ଅର୍ଥାତ ଏହା ଆଡ ଫ୍ରି ଫ୍ଲାନ ହେବ ।" ତେବେ ବର୍ତ୍ତମାନ ଏହି ପ୍ରିମିୟମ ପ୍ଲାନ ନେଇ କୌଣସି ମୂଲ୍ୟ ଘୋଷଣା କରାଯାଇନାହିଁ । କିନ୍ତୁ ମୋବାଇଲ ୟୁଜର୍ସଙ୍କ ପାଇଁ 900 ରୁ କମ୍ ମୂଲ୍ୟରେ ଏହି ପ୍ଲାନ ଲଞ୍ଚ ହେବ ।

ଏହା ମଧ୍ୟ ପଢନ୍ତୁ: ମସ୍କଙ୍କ ନୂଆ ଘୋଷଣା, ଏଣିକି ପ୍ରତ୍ୟେକ X ୟୁଜର୍ସଙ୍କୁ ଦେବାକୁ ହେବ ଏତିକି ଟଙ୍କା

ପୋଷ୍ଟ, ଲାଇକ, କମେଣ୍ଟ ପାଇଁ ଦେବାକୁ ହେବ ଟଙ୍କା: ଏଣିକି ଏକ୍ସ ଚଳେଇବାକୁ ହେଲେ ୟୁଜର୍ସଙ୍କୁ ଦେବାକୁ ପଡିବ ଟଙ୍କା । ବିନା ଦେୟରେ ଏଣିକି ପୋଷ୍ଟ, ଲାଇକ ଏବଂ କମେଣ୍ଟ କରିହେବ ନାହିଁ ବୋଲି ନିକଟରେ ମସ୍କ ଘୋଷଣା କରିଛନ୍ତି । ଏକ୍ସ ୟୁଜର୍ସଙ୍କୁ ବାର୍ଷିକ 1 ଡଲାରର ସବସ୍କ୍ରିପସନ୍ ରାଶି ଦେବାକୁ ପଡ଼ିବ । ତେବେ ଯେଉଁମାନେ ବାର୍ଷିକ ଦେୟ ପ୍ରଦାନ କରିବେ ନାହିଁ ସେମାନେ ଏଣିକି ଏକ୍ସର ବ୍ୟବହାର କରିପାରିବେ ନାହିଁ । ତେବେ ଏନେଇ ସାଧାରଣ ୟୁଜର୍ସମାନେ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ଏଲନ ମସ୍କ ଏହା ୟୁଜର୍ସଙ୍କ ଏବଂ ପ୍ଲାଟଫର୍ମ ପାଇଁ ଲାଭଦାୟୀ ବୋଲି କହିଛନ୍ତି । ଏହା ଦ୍ବାରା ନକଲି ୟୁଜର୍ସଙ୍କ ସଂଖ୍ୟା କମ ହୋଇପାରିବ ବୋଲି କହିଛନ୍ତି ମସ୍କ। ଏହାରି ଭିତରେ ଆଜି ନୂଆ ଦୁଇଟି ସବସ୍କ୍ରିପ୍ସନ ପ୍ଲାନ ଆଣିବେ ବିଲେନିୟର ଏଲନ ମସ୍କ ଘୋଷଣା କରିଛନ୍ତି । ଏହା ଦ୍ବାରା ପ୍ଲାଟଫର୍ମରେ ଉନ୍ନତି ଆସିପାରେ ବୋଲି ଆଶା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.