ETV Bharat / science-and-technology

Chandrayaan-3: ଐତିହାସିକ ମୁହୂର୍ତ୍ତକୁ ଅପେକ୍ଷା, ନଜର ପକାନ୍ତୁ ଉତପେକ୍ଷଣରୁ ବର୍ତ୍ତମାନ ସୁଦ୍ଧା ଅପଡେଟ୍‌ ଉପରେ

author img

By ETV Bharat Odisha Team

Published : Aug 23, 2023, 1:29 PM IST

ଇତିହାସ ସୃଷ୍ଟି କରିବା ପାଇଁ ଭାରତର ଚନ୍ଦ୍ର ମିଶନ ଚନ୍ଦ୍ରୟାନ-3 ଅଳ୍ପ ଦୂରରେ । ତେବେ ନଜର ପକାନ୍ତୁ ଉତକ୍ଷେପଣ ଠାରୁ ନେଇ ଲ୍ୟାଣ୍ଡିଂ ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟା ଉପରେ ।

Chandrayaan-3
Chandrayaan-3

ହାଇଦ୍ରାବାଦ: ଚନ୍ଦ୍ରଯାନ-3 ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର ସମୟ ପାଖେଇ ଆସୁଛି । ଆଉ କେଉଁ ଘଣ୍ଟା ପରେ ଭାରତର ଇତିହାସରେ ଯୋଡି ହେବ ଆଉ ଏକ ସଫଳତା । ଦେଶର ବହୁ ପ୍ରତୀକ୍ଷିତ ତୃତୀୟ ମୁନ ମିଶନ ଚନ୍ଦ୍ରଯାନ-3ର ସଫ୍ଟ ଲ୍ୟାଣ୍ଡିଂକୁ 140 କୋଟି ଭାରତୀୟ ଚାହିଁ ବସିଛନ୍ତି । ଇସ୍ରୋର ମୁନ ମିଶନକୁ ସଫଳ କରିବା ପାଇଁ ଦେଶର ଅନେକ ସ୍ଥାନରେ ପୂଜାର୍ଚ୍ଚନା ଜାରି ରହିଛି । ଚନ୍ଦ୍ରର ଦକ୍ଷିଣ ପୃଷ୍ଠରେ ଅବତରଣ କରିବା ପାଇଁ ସନ୍ଧ୍ୟା 6ଟା 4 ମିନିଟ ସମୟ ଧାର୍ଯ୍ୟ କରିଛି ଇସ୍ରୋ । ଅନ୍ୟପଟେ ବିକ୍ରମ ଲ୍ୟାଣ୍ଡରର ପାଓ୍ବର୍ଡ ଲ୍ୟାଣ୍ଡିଂ ସନ୍ଧ୍ୟା 5ଟା 45 ମିନିଟରେ ହେବ ବୋଲି ଆଶା ରଖାଯାଇଛି । ମିଶନ ଅପରେସନ କମ୍ପ୍ଲେକ୍ସ(MOX)ରେ ଲ୍ୟାଣ୍ଡିଂ ଅପରେସନର ସିଧାପ୍ରସାରଣ ସନ୍ଧ୍ୟା 5ଟା 20 ମିନିଟରୁ ଆରମ୍ଭ ହେବ । ଦେଶବାସୀ ଦେଖିପାରିବେ ଏହି ଐତିହାସିକ ମୁହୂର୍ତ୍ତ । ଇସ୍ରୋର ଓ୍ବେବସାଇଟ, ୟୁଟ୍ୟୁବ ଚ୍ୟାନେଲ, ଫେସବୁକ ଏବଂ ଦୂରଦର୍ଶନ ଚ୍ୟାନେଲରେ ସିଧାପ୍ରସାରଣ ଦେଖିପାରିବେ ।

  • Chandrayaan-3 Mission:
    The mission is on schedule.
    Systems are undergoing regular checks.
    Smooth sailing is continuing.

    The Mission Operations Complex (MOX) is buzzed with energy & excitement!

    The live telecast of the landing operations at MOX/ISTRAC begins at 17:20 Hrs. IST… pic.twitter.com/Ucfg9HAvrY

    — ISRO (@isro) August 22, 2023 " class="align-text-top noRightClick twitterSection" data=" ">

ଚନ୍ଦ୍ରୟାନ-3 ସଫ୍ଟ ଲ୍ୟାଣ୍ଡିଂକୁ ନେଇ ଇସ୍ରୋ ପକ୍ଷରୁ କୁହାଯାଛି ଯେ, ଧୀରେ ଧୀରେ ଆଗକୁ ବଢୁଛି ଚନ୍ଦ୍ରଯାନ-3 । କାର୍ଯ୍ୟସୂଚୀ ଅନୁସାରେ ଆଗକୁ ବଢି ଚାଲିଛି । ସିଷ୍ଟମ ଉପରେ ବୈଜ୍ଞାନିକମାନେ ନଜର ରଖିଛନ୍ତି । ଆଶା କରାଯାଉଛି ଯେ, ଆଜି ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡି କରିବ ଭାରତର ବହୁ ପ୍ରତୀକ୍ଷିତ ଚନ୍ଦ୍ରଯାନ-3 । ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ ପାଇଁ ଚନ୍ଦ୍ରଯାନ-3ର ଲ୍ୟାଣ୍ଡରକୁ 15 ମିନିଟ ସମୟ ଲାଗିବ । ଏହା ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଇଛି । ଇସ୍ରୋର ଭାଷାରେ ଏହାକୁ ଭୟର 15 Minutes ବୋଲି କୁହାଯାଇଛି । ଏହା ସବୁଠାରୁ ଜଟିଳ ଏବଂ କଠିନ ସମୟ । ଯଦି ଚନ୍ଦ୍ରଯାନ-3 ଏଥିରେ ସଫଳ ହୁଏ ତାହାଲେ ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରିବାରେ ଭାରତ ପ୍ରଥମ ଦେଶ ହେବ ।

ବିଶ୍ବବାସୀଙ୍କ ନଜର ରହିଛି ଚନ୍ଦ୍ରଯାନ-3 ଉପରେ । ତେବେ ଉତକ୍ଷେପଣ ଠାରୁ ଆଜି ପର୍ଯ୍ୟନ୍ତ ନଜର ପକାନ୍ତୁ ଟିକନିକ କାର୍ଯ୍ୟ ଉପରେ

ଜୁଲାଇ 11: ଚନ୍ଦ୍ରଯାନ-3କୁ ଲଞ୍ଚ କରିବା ନେଇ ସମ୍ପୂର୍ଣ୍ଣ ପ୍ରସ୍ତୁତି ଶେଷ କରିଥିଲା ଇସ୍ରୋ । ଏହାସହିତ 24 ଘଣ୍ଟା ଧରି ରିହରସଲ କରିଥିଲା।

ଜୁଲାଇ 14 ତାରିଖ: ସେହି ଦିନ ଅପରାହ୍ନ ୨ଟା ୩୫ରେ ଶ୍ରୀହରିକୋଟାରୁ ଉତକ୍ଷେପଣ କରାଯାଇଥିଲା ଭାରତର ବହୁପ୍ରତୀକ୍ଷିତ ଚନ୍ଦ୍ର ଅଭିଯାନ ଚନ୍ଦ୍ରୟାନ 3 । ଏହି ଦିନ ଠାରୁ ଆରମ୍ଭ ହୋଇଥିଲା ଜହ୍ନ ରାଇଜକୁ ଯାତ୍ରା ।

ଜୁଲାଇ 15 ତାରିଖ: ପ୍ରଥମ କକ୍ଷପଥରେ ସଫଳତାର ସହିତ ପ୍ରବେଶ କରିଥିଲା ଚନ୍ଦ୍ରଯାନ-3 । ମହାକାଶଯାନକୁ 41762 କିଲୋମିଟର x 173 କିଲୋମିଟର କକ୍ଷପଥରେ ରଖାଯାଇଥିଲା ।

ଜୁଲାଇ 17: ଦ୍ବିତୀୟ କକ୍ଷପଥରେ ପ୍ରବେଶ କରିଥିଲା ଚନ୍ଦ୍ରଯାନ-3

22 ଜୁଲାଇ: 71351x 233 କିମି କକ୍ଷପଥରେ ଚନ୍ଦ୍ରଯାନ-3କୁ ସ୍ଥାପିତ କରାଯାଇଥିଲା

ଅଗଷ୍ଟ1 ତାରିଖ: ପୃଥିବୀ କକ୍ଷପଥ ଛାଡି ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ଚନ୍ଦ୍ରଯାନ-3 । ସଫଳ ହୋଇଥିଲା ଟ୍ରାନସ୍‌ ଲୁନାର ଇନ୍‌ସର୍‌ସନ୍(TLI)।

ଏହା ମଧ୍ୟ ପଢନ୍ତୁ: Chandrayaan 3 Soft Landing: 'ମୁଁ ନିଶ୍ଚିତ, ଚନ୍ଦ୍ରଯାନ-୩କୁ ମିଳିବ ବଡ ସଫଳତା'

ଅଗଷ୍ଟ 5 ତାରିଖ: ଭାରତର ତୃତୀୟ ମୁନ୍‌ ମିଶନ ଚନ୍ଦ୍ରଯାନ-୩ ଅଗଷ୍ଟ 5 ତାରିଖରେ ସଫଳତାର ସହିତ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଛି । ସନ୍ଧ୍ୟା ୭ଟା ସୁଦ୍ଧା ଚନ୍ଦ୍ରଯାନ-୩ ସ୍ପେଶକ୍ରାଫ୍ଟ ଲୁନାର ଅର୍ବିଟ ମଧ୍ୟରେ ପ୍ରବେଶ କରିଥିଲା।

6 ଅଗଷ୍ଟ: ଚନ୍ଦ୍ର କକ୍ଷପଥରେ ପ୍ରବେଶ କରିବାର ମାତ୍ର 24 ଘଣ୍ଟା ମଧ୍ୟରେ ଚନ୍ଦ୍ରର ପ୍ରଥମ ଭିଡିଓ ଉତ୍ତୋଳନ କରିବାରେ ସଫଳ ହୋଇଥିଲା ଚନ୍ଦ୍ରାୟନ-3 । 45 ସେକେଣ୍ଡ ଅବଧି ବିଶିଷ୍ଠ ଭିଡିଓକୁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପକ୍ଷରୁ ରିଲିଜ କରାଯାଇଥିଲା ।

ଅଗଷ୍ଟ 14 ତାରିଖ: ଚନ୍ଦ୍ରପୃଷ୍ଠରୁ ମାତ୍ର ସର୍ବନିମ୍ନ 150 ଓ ସର୍ବାଧିକ 177 କି.ମି ଅଣ୍ଡାକୃତି ପରିଧିରେ ଚନ୍ଦ୍ରକୁ ପରିକ୍ରମା କରୁଥିବା ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଥିଲା ।

17 ଅଗଷ୍ଟ: ଲ୍ୟାଣ୍ଡିଂର ନିକଟତର ହୋଇଥିଲା ଚନ୍ଦ୍ରଯାନ-3 । ପ୍ରୋପଲସନ୍ ମଡ୍ୟୁଲରୁ ଅଲଗା ହୋଇଥିଲା ଲ୍ୟାଣ୍ଡର।

ଅଗଷ୍ଟ 18 ତାରିଖ: ସଫଳତାର ସହିତ ପ୍ରଥମ ଡିବୁଷ୍ଟିଂ ପ୍ରକ୍ରିୟା ଶେଷ ହୋଇଥିଲା । 18 ତାରିଖ ଅପରାହ୍ନ ୪ଟାରେ ଲ୍ୟାଣ୍ଡର ବିକ୍ରମ ନିଜର ବେଗ କମାଇ ଚନ୍ଦ୍ରପୃଷ୍ଠର ନିକଟତର ହୋଇଥିଲା ।

ଅଗଷ୍ଟ 20 ତାରିଖ: ଏହି ଦିନ ସଫଳତାର ସହିତ ଦ୍ବିତୀୟ ଡିବୁଷ୍ଟିମ ପ୍ରକ୍ରିୟା ଶେଷ କରାଯାଇଥିଲା । ସଫ୍ଟ ଲ୍ୟାଣ୍ଡିଂର ନୂଆ ସମୟ ଘୋଷଣା କରିଥିଲା ଇସ୍ରୋ । ଆସନ୍ତା 23 ତାରିଖରେ ଚନ୍ଦ୍ରଯାନ-3 20 ମିନିଟ ବିଳମ୍ବରେ ଅର୍ଥାତ ଭାରତୀୟ ସମୟ ସନ୍ଧ୍ୟା 6ଟା 04 ମିନିଟରେ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବ ବୋଲି ଆକଳନ କରିଥିଲା ଇସ୍ରୋ ।

ଅଗଷ୍ଟ 21 ତାରିଖ: ଚନ୍ଦ୍ରଯାନ-3ର ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରର କିଛି ଫଟୋ ପଠାଇଥିବା ବେଳେ ଇସ୍ରୋ ପକ୍ଷରୁ ଫଟୋ ଜାରି କରାଯାଇଥିଲା । ଚନ୍ଦ୍ରଯାନ-3ର ଲ୍ୟାଣ୍ଡରକୁ ଚନ୍ଦ୍ରଯାନ-2ର ଅର୍ବିଟର ସ୍ବାଗତ କରିଥିବା ନେଇ ଇସ୍ରୋ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଥିଲା।

ଅଗଷ୍ଟ 23 ତାରିଖ: ପାଖେଇ ଆସୁଛି ସମୟ । ଜୋରସୋରରେ ପ୍ରସ୍ତୁତି ଚଳାଇଛି ଇସ୍ରୋ । ସଫଳତାର ସହ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରରେ ଅବତରଣ କରିବା ନେଇ ଲକ୍ଷ୍ୟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.