ETV Bharat / science-and-technology

WhatsApp Group Chat Filter: ଫିଲ୍ଟର ଗ୍ରୁପ ଚାଟ୍‌ ଫିଚର ଉପରେ କାର୍ଯ୍ୟ କରୁଛି ହ୍ବାଟ୍ସଆପ୍‌, ଚାଟ ଉପରେ ରହିବ ନିୟନ୍ତ୍ରଣ - ହ୍ବାଟ୍ସଆପ

ଏଣିକି ଗ୍ରୁପରେ ପର୍ସନାଲ ଚାଟ୍‌ ଖୋଜିବାରେ ହେବନି ସମସ୍ୟା । ଫିଲ୍ଟର ଗ୍ରୁପ ଚାଟ୍‌ ଫିଚର ଉପରେ କାର୍ଯ୍ୟ କରୁଛି ହ୍ବାଟ୍ସଆପ୍‌ । ଅଧିକ ପଢ଼ନ୍ତୁ

WhatsApp Group Chat Filter
WhatsApp Group Chat Filter
author img

By ETV Bharat Odisha Team

Published : Sep 11, 2023, 12:20 PM IST

ହାଇଦ୍ରାବାଦ: ମେଟାର ସବୁଠାରୁ ଲୋକପ୍ରିୟ ମେସେଜିଂ ଆପ ହେଉଛି ହ୍ବାଟ୍ସଆପ। ବିଶ୍ବରେ ଏହି ୟୁଜର୍ସଙ୍କ ସଂଖ୍ୟା ଅଧିକ ରହିଥାଏ। ବିଶ୍ବରେ କୋଟିକୋଟି ଲୋକ ହ୍ବାଟଆପକୁ ବ୍ୟବହାର କରୁଛନ୍ତି। ୟୁଜର୍ସଙ୍କ ଏକ୍ସପିରିୟନ୍ସକୁ ବୃଦ୍ଧି କରିବା ପାଇଁ ଅନେକ ଫିଚର ରୋଲଆଉଟ କରିଆସୁଛି ହ୍ବାଟ୍ସଆପ। ଏହାରି ଭିତରେ ଆଉ ଏକ ଫିଚର ଉପରେ ହ୍ବାଟ୍ସଆପ ନିଜର କାର୍ଯ୍ୟ ଜାରି ରଖିଥିବା ନେଇ ସୂଚନା ମିଳିଛି। ଏହାକୁ ଫିଲ୍ଟର ଗ୍ରୁପ ଚାଟ କୁହାଯାଉଥିବା ବେଳେ ଏହା ୟୁଜର୍ସଙ୍କୁ ନିଜ ଚାଟ ଉପରେ ନିୟନ୍ତ୍ରଣ ପ୍ରଦାନ କରିବ। ନିଜ ଇଚ୍ଛା ଅନୁସାରେ ଏବଂ ପ୍ରାଥମିକତା ହିସାବରେ ନିଜ ଚାଟକୁ ନିୟନ୍ତ୍ରଣ କରିପାରିବେ। ତେବେ ହ୍ବାଟ୍ସଆପର ଏହି ଫିଚରକୁ ନେଇ WABetaInfo ପକ୍ଷରୁ ସୂଚନା ଦିଆଯାଇଛି ।

WABetaInfoର ସୂଚନା ଅନୁସାରେ, ଏହି ଫିଚର ୟୁଜର୍ସଙ୍କୁ ବ୍ୟକ୍ତିଗତ ଚାଟକୁ ବାଦ ଦେଲେ ଗ୍ରୁପ ଲିଷ୍ଟ କରିବା ପାଇଁ ଅନୁମତି ଦେବ। ଗ୍ରୁପ ଚାଟ ଏବଂ ପର୍ସନାଲ ବା ବ୍ୟକ୍ତିଗତ ଚାଟ ଅଲଗା ଅଲଗା ଦେଖାଯିବ। ହ୍ବାଟ୍ସଆପ ଚାଟ ଚାରି ଭାହରେ ଦେଖାଯିବ। ଅଲ, ଅନରିଡ, କଣ୍ଟାକ୍ଟ, ଗ୍ରୁପ ଏଭଳି ଚାରି ଭାଗରେ ଦେଖାଯିବ। ପୂର୍ବରୁ ପର୍ସନାଲ କାଟେଗୋରୀରେ ଗ୍ରୁପ, କମ୍ୟୁନିଟି ଏବଂ ପର୍ସନାଲ ଚାଟ ଏକ ସାଙ୍ଗେ ମିଳିବ ବୋଲି ସୂଚନା ମିଳିଥିଲା। ହେଲେ ବର୍ତ୍ତକମାନ ଏଥିରେ କଣ୍ଟାକ୍ଟ କେଟେଗୋରୀ ମଧ୍ୟ ପର୍ସନାଲ ଏବଂ ଗ୍ରୁପ ଚାଟରେ ସାମିଲ କରାଯାଇଥିବା ନେଇ WABetaInfo ପକ୍ଷରୁ ସୂଚନା ଦିଆଯାଇଛି। ଏହି ଫିଚରରେ ପରିବର୍ତ୍ତନ ସହିତ କମ୍ପାନୀ ବିଜନେସ ଫିଲ୍ଟରର ମଧ୍ୟ ରିଭ୍ୟୁ କରିଛି।

ଏହା ମଧ୍ୟ ପଢନ୍ତୁ: WhatsApp Update: ଇନଷ୍ଟାଣ୍ଟ ଭିଡିଓ ମେସେଜରେ ମିଳିବ ଏହି ଅପ୍ସନ, ଏମିତି କରିପାରିବେ ଅନ-ଅଫ୍‌

ତେବେ ଚାଟ ଫିଲ୍ଟର ଫିଚର ଦ୍ବାରା ୟୁଜର୍ସ ଯେକୌଣସି ଚାଟକୁ କାଟେଗୋରୀରେ ରଖିପାରିବେ । ଏହା ସହିତ କୌଣସି ଚାଟ ଖୋଜିବା ପାଇଁ ମଧ୍ୟ ସମସ୍ୟା ଭୋଗିବାକୁ ପଡ଼ିବ ନାହିଁ। କହିରଖୁଛି କି, ଫିଲ୍ଟର ଗ୍ରୁପ୍‌ ଚାଟ ଫିଚର ଉପରେ ବର୍ତ୍ତମାନ କାର୍ଯ୍ୟ ଜାରି ରହିଛି । କହିବାକୁ ଗଲେ ଏହା ବର୍ତ୍ତମାନ ଡେଭଲପମେଣ୍ଟ ଷ୍ଟେଜରେ ରହିଛି । ଏହା କିଛି ବିଟା ଟେଷ୍ଟର୍‌ଙ୍କ ପାଇଁ ଉପଲବ୍ଧ କରାଯାଇଛି। ବିଟା ଆଣ୍ଡ୍ରୋଏଡ 2.23.19.7 ରେ ଏହି ଫିଚର ରୋଲଆଉଟ କରାଯାଇଛି । ତେବେ ଏହା ଆଗାମୀ ଦିନରେ ଖୁବଶୀଘ୍ର ୟୁଜର୍ସଙ୍କ ପାଇଁ ଉପଲବ୍ଧ ହେବ ବୋଲି ସୂଚନା ମିଳିଛି ।

ପ୍ରକାଶଥାଉ କି, କମ୍ପାନୀ ଶୀଘ୍ର ଉପଭୋକ୍ତାମାନଙ୍କୁ 'ଇନଷ୍ଟାଣ୍ଟ୍‌ ଭିଡିଓ ମେସେଜ୍' ଫିଚର ଡିସାବେଲ୍‌ କରିବା ପାଇଁ ସୁବିଧା ପ୍ରଦାନ କରିବ । ଆପଣ ଇନ୍‌ଷ୍ଟାଗ୍ରାମ୍‌ ଭିଡିଓ ମେସେଜର ସେଟିଂକୁ ଯାଇ ଅଫ୍‌ କରିପାରିବେ । ଏହା ଦ୍ବାରା ଆପଣ ଯେତେବେଳେ ଜଣକୁ ଭଏସ୍‌ ମେସେଜ ପଠାଇବା ପାଇଁ ଚାହୁଁଛନ୍ତି ସେତେବେଳେ ଭିଡିଓ ମେସେଜର ଅପ୍ସନ୍‌ ଦେଖାଯିବ ନାହିଁ । ଆପଣ ଭଏସ୍‌ ମେସେଜ ରେକର୍ଡ କରିବାରେ ସମର୍ଥ ହେବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.