ହାଇଦ୍ରାବାଦ: ହ୍ବାଟସଆପ୍ କ୍ରମାଗତ ଭାବରେ ଆପର ବିକାଶ ଦିଗରେ କାର୍ଯ୍ୟ କରୁଛି । UIକୁ ନେଇ ବର୍ତ୍ତମାନ ସୁଦ୍ଧା ଅନେକ ପରିବର୍ତ୍ତନ କରାଯାଇଛି । ଏହାରି ଭିରରେ ସେଟିଂ ପେଜ୍ରେ ୟୁଜର୍ସଙ୍କୁ ପରିବର୍ତ୍ତନ ଦେଖିବାକୁ ମିଳିବ । ୟୁଜର ନେମ୍ ଉପରେ କମ୍ପାନୀ କାର୍ଯ୍ୟ କରୁଥିବା ସୂଚନା ରହିଛି । ଯାହାକି ପରବର୍ତ୍ତି ସମୟରେ ଇନଷ୍ଟାଗ୍ରାମ ଏବଂ ଟ୍ବିଟର ଭଳି ହେବ ବୋଲି ଜଣାପଡିଛି । ଏହାପରେ ଲୋକେ ଆଉ ନମ୍ବରରେ ହ୍ବାଟସଆପରେ ଯୋଡି ପାରିବେ ନାହିଁ ଇନଷ୍ଟାଗ୍ରାମ, ଟେଲିଗ୍ରାମ ଭଳି ନାମରେ ଯୋଡି ହୋଇ ପାରିବେ । ଏହି ଫିଚର ପୂର୍ବପେକ୍ଷା ଗୋପନୀୟତାକୁ ଆହୁରି ସୁଦୃଢ କରିବ।
ବଦଳିବ ଏହି 3 ପ୍ରକାର ସେଟିଙ୍ଗ: ହ୍ବାଟସ୍ଆପ ସେଟିଂରେ ପରିବର୍ତ୍ତନ ହେବା ନେଇ ଏକ ଓ୍ବେବ୍ସାଇଟରେ ରିପୋର୍ଟ ପ୍ରକାଶ ପାଇଛି । କମ୍ପାନୀ ସେଟିଂ ପେଜ୍ର UIରେ ପରିବର୍ତ୍ତନ କରିବାକୁ କାର୍ଯ୍ୟ କରୁଛି । ପ୍ରାଇଭେସି(ଗୋପନୀୟତା), କଣ୍ଟାକ୍ଟ ଏବଂ ଆକାଉଣ୍ଟ ଅପସନକୁ ଟପ୍କୁ ସ୍ଥାନାନ୍ତର କରିପାରେ । ବର୍ତ୍ତମାନ ଏହା ଫିଚର ରୂପରେ ସେଟିଂ ପେଜ୍ରେ ରହିଛି । ଏହା ବ୍ୟତିତ କମ୍ପାନୀ ଷ୍ଟାର୍ ମେସେଜ ଅପସନକୁ ମଧ୍ୟ ପରିବର୍ତ୍ତନ କରିବା ନେଇ ଯୋଜନା କରିଥିବା ଜଣାପଡିଛି । ପୂର୍ବଅପେକ୍ଷା ସେଟିଂ ପେଜ୍ ଅଧିକ ଆକର୍ଷଣୀୟ ହେବା ନେଇ ସୂଚନା ମିଳିଛି । ଯାହାକି ୟୁଜର୍ସଙ୍କୁ ସହଜରେ ଆକ୍ସସେବେଲ୍ ହୋଇପାରିବ । ବର୍ତ୍ତମାନ ଏହି ଅପଡେଟ୍ କିଛି ଟେଷ୍ଟରଙ୍କ ପାଇଁ ଜାରି କରାଯାଇଛି । ପରବର୍ତ୍ତୀ ସମୟରେ ଏହା ସାଧାରଣ ଲୋକଙ୍କ ପାଇଁ ମଧ୍ୟ ଉପଲବ୍ଧ ହେବ ।
ଚାଟ୍କୁ କରିହେବ ଲକ: ଯଦି ଆପଣ କୌଣସି ଏକ ବ୍ୟକ୍ତିଗତ ଚାଟ୍କୁ ଗୋପନୀୟ ରଖିବାକୁ ଚାହୁଁଛନ୍ତି, ତାହାଲେ କମ୍ପାନୀ ପକ୍ଷରୁ ଏକ ଫିଚରକୁ ବାହାର କରାଯାଇଛି। ଏହି ଅପସନକୁ ଅନ କରିବା ମାତ୍ରେ ଆପଣ କୌଣସି ବି ଚାଟ ଉପରେ ଫିଙ୍ଗର ପ୍ରିଣ୍ଟ ଲଗାଇପାରିବେ । ଚାଟ୍ ଲକ୍ କରିବାବେଳେ, ଏହା ଅନ୍ୟ ଏକ ଫୋଲ୍ଡରକୁ ସ୍ଥାନାନ୍ତରିତ ହେବ ଏବଂ ମେସେଜ ଆସିଲେ ମଧ୍ୟ ଆପଣଙ୍କୁ ସୂଚିତ ହେବ ନାହିଁ ।
ବର୍ତ୍ତମାନ ହ୍ବାଟସ୍ଆପ୍ ସେଟିଂକୁ ଯିବା ପାଇଁ ହେଲେ ଦୁଇଟି ସ୍ତର ଦେଇ ଗତି କରିବା ପାଇଁ ପଡୁଛି । ପ୍ରଥମେ ହ୍ବାଟସ୍ଆପ ଖୋଲିବା ପରେ ତିନୋଟି ବିନ୍ଦୁର ଏକ ଅପସନ ଦେଖାଯାଉଛି । ଏହାକୁ କ୍ଲିକ କଲେ ସେଟିଂ ଅପସନ ଆସୁଛି । କିନ୍ତୁ ବର୍ତ୍ତମାନ ଏଥିରେ ପରିବର୍ତ୍ତନ କରାଯିବା ବୋଲି ଜଣାପଡିଛି । ଏଥର ଫଟୋ ସହ ସେଟିଂକୁ ମେନ୍ ପେଜ୍ରେ ରଖାଯିବ । ଫଳରେ ୟୁଜର୍ସଙ୍କୁ ଆଉ ସେଟିଂ ପାଇଁ 2ରୁ 3ଟି ଷ୍ଟେପ୍କୁ ଅନୁକରଣ କରିବା ପାଇଁ ପଡିବ ନାହିଁ ।
ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ