ETV Bharat / science-and-technology

WhatsApp: ହ୍ବାଟ୍ସଆପରେ ହେବ ପରିବର୍ତ୍ତନ, ରଙ୍ଗ ଠାରୁ ଆରମ୍ଭ କରି ବଦଳିବ UI

ଖୁବଶୀଘ୍ର ହ୍ବାଟ୍ସଆପରେ ହୋଇପାରେ ପରିବର୍ତ୍ତନ। ରଙ୍ଗ ଠାରୁ ଆରମ୍ଭ କରି ବଦଳିବ UI। ଅଧିକ ପଢନ୍ତୁ

WhatsApp
WhatsApp
author img

By ETV Bharat Odisha Team

Published : Sep 28, 2023, 4:37 PM IST

ହାଇଦ୍ରାବାଦ: ହ୍ବାଟ୍ସଆପରେ ହେବ ବଡ ପରିବର୍ତ୍ତନ। ହ୍ବାଟ୍ସଆପ ଖୁବ୍ ଶୀଘ୍ର ଆଣ୍ଡ୍ରୋଏଡ ବ୍ୟବହାରକାରୀଙ୍କ ପାଇଁ ଏହାର ଇଣ୍ଟରଫେସର ଡିଜାଇନ ପରିବର୍ତ୍ତନ କରିବାକୁ ଯାଉଛି। ଏହା ଦ୍ବାରା ଆପର ଡିଜାଇନ ସହିତ ରଙ୍ଗରେ ମଧ୍ୟ ପରିବର୍ତ୍ତନ ହେବ। ତେବେ ଏନେଇ ହ୍ବାଟ୍ସଆପ ଉପରେ ନଜର ରଖୁଥିବା ଓ୍ବେବସାଇଟ WaBetaInfo ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହି ସୂଚନା ପରେ ହ୍ବାଟ୍ସଆପ ପାଇଁ ସବୁଜ ରଙ୍ଗ ଅତୀତ ହୋଇଯିବ ବୋଲି ଜଣାପଡୁଛି। ଅର୍ଥାତ ହ୍ବାଟ୍ସଆପର ରଙ୍ଗ ସବୁଜ ବଦଳରେ ଅନ୍ୟ କୌଣସି ରଙ୍ଗ ହୋଇପାରେ। ଏହା ବ୍ୟତୀତ ମେଟା ହ୍ବାଟ୍ସାଆପର କେତେର ମେନ୍ଯୁରେ ମଧ୍ୟ ପରିବର୍ତ୍ତନ ହୋଇପାରେ।

WaBetaInfoର ସୂଚନା ଅନୁସାରେ ହ୍ବାଟ୍ସଆପ ମେସେଜିଂ ଆପର UIରେ ମଧ୍ୟ ପରିବର୍ତ୍ତନ ହୋଇପାରେ। ଏହାର ଅର୍ଥ ଷ୍ଟାଟସ, ଚାଟ୍ ଏବଂ ଅନ୍ୟାନ୍ୟ ଟ୍ୟାବ୍ ପରି ନାଭିଗେସନ୍ ବାରରେ ପରିବର୍ତ୍ତନ ହୋଇପାରେ। ଏହା ବ୍ୟତୀତ ହ୍ବାଟ୍ସଆପରେ ଏବେ ସ୍ଥାନ ପାଇଛି କମ୍ୟୁନିଟି। ଏହା ସହ ଆପର ଉପର ଭାଗର ରଙ୍ଗ ସବୁଜ ବଦଳରେ ଧଳା ହୋଇପାରେ ବୋଲି କୁହାଯାଇଛି।

ଏହା ମଧ୍ୟ ପଢନ୍ତୁ: WhatsApp changing UI: ହ୍ବାଟ୍ସଆପ UI ବଦଳାଇବ କମ୍ପାନୀ, ଆପ୍‌ରେ ହେବ ଏହି ପରିବର୍ତ୍ତନ

ସବୁଜ ରଙ୍ଗରେ ପରିବର୍ତ୍ତନ: ରିପୋର୍ଟ ଅନୁଯାୟୀ, ଆପର ରଙ୍ଗରେ ପରିବର୍ତ୍ତନ ହୋଇପାରେଷ। ଯଦି ସବୁଜ ରଙ୍ଗ ରଖାଯାଏ ତେବେ ଏହାକୁ ସାମାନ୍ୟ ଫିକା କରାଯିବ। ଆଣ୍ଡ୍ରୋଏଡ ଆପର ନିମ୍ନ ଭାଗରେ ଯେଉଁ ହ୍ବାଟ୍ସଆପ ଲେଖା ହୋଇଥାଏ ଏହା ସବୁଜ ବଦଳରେ ଧଳା ହୋଇଯିବ ବୋଲି କୁହାଯାଇଛି। ଏହା ସହିତ ମେସେଜ୍ ବଟନ୍ ଡାହାଣ ପାର୍ଶ୍ୱରେ ତଳକୁ ସ୍ଥାନାନ୍ତରିତ ହେବ। ଅନ୍ୟପଟେ ଫିଲ୍ଟର ବଟନରେ ମଧ୍ୟ ପରିବର୍ତ୍ତନ ହୋଇପାରେ। କିଛି ବଟନ ଶୀର୍ଷରେ ଦେଖାଯିବାର ସମ୍ଭାବନା ରହିଛି। ଏଥିରେ ALL, UNREAD ଏବଂ BUSINESS ଅପ୍ସନ ରହିବ। ଏହି ଫିଲ୍ଟରଗୁଡିକ ମାଧ୍ୟମରେ ୟୁଜର୍ସ ସହଜରେ ପୁରୁଣା ମେସେଜକୁ ଖୋଜିବାରେ ସକ୍ଷମ ହେବେ। ଯେକୌଣସି ଅପ୍ସନରେ କ୍ଲିକ୍‌ କରି ଚାଟ ଫିଲ୍ଟର କରି ହେବ। କହିରଖୁଛି କି ବର୍ତ୍ତମାନ ଏହି ଫିଚର ବିଟା ଟେଷ୍ଟରଙ୍କ ପାଇଁ ରୋଲଆଉଟ୍‌ ହୋଇଛି । କିନ୍ତୁ ଆଗାମୀ ଦିନରେ କମ୍ପାନୀ ସମସ୍ତ ୟୁଜର୍ସଙ୍କ ପାଇଁ ଏହି ଫିଚର ରୋଲଆଉଟ କରିବ ବୋଲି ସୂଚନା ମିଳିଛି ।

ହ୍ବାଟ୍ସଆପର ନୂଆ ଡିଜାଇନ ଆଣ୍ଡ୍ରୋଏଡ ବିଟା ଭର୍ସନ 2.23.13.16ରେ ଦେଖାଯାଇଛିୀ। ମେଟା ୟୁଆଇ ଫିଚର ଅପଡେଟ ହେବା ଦ୍ବାରା ମେଟେରିଆଲ ଡିଜାଇନ 3 ୟୁଆଇ ସାମିଲ ହୋଇଛି। ତେବେ ଏହା ସମସ୍ତ ୟୁଜର୍ସଙ୍କ ପାଇଁ ରୋଲଆଉଟ ହେବା ସମୟରେ ଆପରେ ଆହୁରି ମଧ୍ୟ ଅନେକ ପରିବର୍ତ୍ତନ ହୋଇପାରେ ବୋଲି ଆଶା କରାଯାଉଛି। ବିଟା ଆଣ୍ଡ୍ରୋଏଡରେ ହୋଇଥିବା ଫିଚର ସଠିକ ପ୍ରମାଣିତ ହେଲେ ଏହା ହ୍ବାଟ୍ସଆପ ଷ୍ଟେବଲ ଭର୍ସନରେ ରୋଲଆଉଟ କରାଯିବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.