ହାଇଦ୍ରାବାଦ: ବର୍ତ୍ତମାନ ହ୍ବାଟ୍ସଆପ୍ ପ୍ରତିଦିନ ୟୁଜର୍ସମାନଙ୍କ ପାଇଁ ଅନେକ ନୂଆନୂଆ ଫିଚର ଆଣିଛି । ଆଗକୁ ମଧ୍ୟ ଆହୁରି ନୂଆନୂଆ ଫିଚର ଆଣିବାକୁ ଯାଉଛି । ଉପଭୋକ୍ତା ଅଭିଜ୍ଞତାକୁ ବଢ଼ାଇବା ପାଇଁ ହ୍ବାଟସ୍ଆପ୍ ନୂଆ ଫିଚର ଉପରେ କାର୍ଯ୍ୟ କରୁଛି। ବର୍ତ୍ତମାନ ଆସିବାକୁ ଥିବା ଫିଚର ହେଉଛି ହ୍ବାଟସ୍ଆପ୍ ସ୍କ୍ରିନ୍ ସେୟାର ଫିଚର । ଏହି ଫିଚର୍ରେ ଭିଡିଓ କଲ୍ରେ ରହିଥିବା ବେଳେ ସ୍କ୍ରିନକୁ ଅନ୍ୟମାନଙ୍କ ସହ ସ୍କ୍ରିନ୍ ସେୟାର କରିପାରେବେ । ତେବେ କେବେ ଏହି ଫିଚର୍ ଆସିବ ସେନେଇ କୌଣସି ଘୋଷଣା କରାଯାଇ ନାହିଁ ।
WABetaInfoର ରିପୋର୍ଟ ଅନୁଯାୟୀ, କଲ୍ କଣ୍ଟ୍ରୋଲ୍ ଭ୍ୟୁ'ରେ ଏକ ନୂତନ ଆଇକନ ଦେଖାଯିବ । ଯେତେବେଳେ ଭିଡିଓ କଲ ଜରିଆରେ ସ୍କ୍ରିନ୍ ସେୟାରିଂ ବିକଳ୍ପକୁ କ୍ଲିକ୍ କରିବେ, ତେବେ ପ୍ରଥମେ ଏକ ୱାର୍ଣ୍ଣିଂ ମେସେଜ୍ ଆସିବ । ତେବେ ଆପଣ ସେଥିରେ ଲେଖାହୋଇଥିବା ଷ୍ଟାଟ୍ ନାଓକୁ କ୍ଲିକ୍ କରିବା ମାତ୍ରେ ସ୍କ୍ରିନ୍ ଅନ୍ୟମାନଙ୍କ ସହ ସେୟାର ହୋଇପାରିବ ।
ଏହା ବ୍ୟତୀତ ଆହୁରି ମଧ୍ୟ କୁହାଯାଇଛି, ଏହି ସ୍କ୍ରିନ୍ ସେୟାର ଫିଚର ଉପରେ ଉପଭୋକ୍ତାଙ୍କ ସମ୍ପୁର୍ଣ୍ଣ ନିୟନ୍ତ୍ରଣ ରହିବ । ତେବେ ସ୍କ୍ରିନ୍ ସେୟାର ସମୟରେ ଆପଣ ନିଜ ଇଚ୍ଛା ଅନୁସାରେ ଏଥିରୁ ବିରତି ନେଇପାରିବେ । କ୍ୟାମେରା ସ୍ବିଚ୍ କରିବା ଅପ୍ସନ୍ ପାଖରେ ଏହି ସୁବିଧା ମିଳିବ । ତେବେ ଏହି ସୁବିଧାରେ ଭିଡିଓ କଲ୍ ଏଣ୍ଡ୍ ଟୁ ଏଣ୍ଡ୍ ଏନ୍କ୍ରିପ୍ସନ ହୋଇପାରିବ ନାହିଁ ।
ପ୍ରକାଶଥାଉକି, ଏହା ପୂର୍ବରୁ ମେ 22 ତାରିଖ ଦିନ ଏକ ନୂଆ ଫିଚର ଆଣିଥିଲା ହ୍ବାସଟଆପ । ହ୍ବାଟ୍ସଆପରେ ପଠାଇ ସାରିଥିବା ମେସେଜ୍କୁ ଏଡିଟ କରିବାର ସୁବିଧା ଆଣିଥିଲା ହ୍ବାଟସଆପ । ପୂର୍ବରୁ ଏଭଳି କୌଣସି ଅପ୍ସନ୍ ନଥିବା ବେଳେ ଭୁଲ ମେସେଜ ମଧ୍ୟ ନିଜ ବନ୍ଧୁ କିମ୍ବା ଗ୍ରୁପକୁ ଯାଉଥିଲା । ଫଳରେ ଡିଲିଟ ଏଭ୍ରିଓ୍ବାନ୍ କରିବାକୁ ପଡୁଥିଲା । ତେବେ ବର୍ତ୍ତମାନ ଫଠାଇଥିବା ମେସେଜ୍କୁ ମଧ୍ୟ ଏଡିଟ୍ କରାଯାଇପାରିବ ବୋଲି ଘୋଷଣା କରାଯାଇଛି । ତେବେ ଏହି ଫିଚର୍ ଦ୍ବାରା ୟୁଜର୍ସ ପୂର୍ବାପେକ୍ଷା ଉତ୍ତମ ସେବା ପାଇପାରିବେ । ଏହାସହିତ ନିଜ ଚାଟ୍ ଉପରେ ଏକ ପ୍ରକାର ନିୟନ୍ତ୍ରଣ ରଖିପାରିବେ । ତେବେ ପ୍ରଥମେ ମେସେଜ କରିବା ପରେ ପୁଣିଥରେ ଏଡିଟ୍ କରିବା ଦ୍ବାରା ମେସେଜ ତଳେ ଏଡିଟେଡ ଲେଖାାଯିବ ।
ଅନ୍ୟପଟେ ନିଜେ ଷ୍ଟିକର ତିଆରି କରିବା ପାଇଁ ମେଟା ମାଲିକାନା ହ୍ବାଟସଅପ୍ ଏକ ନୂତନ ଫିଚର "ଷ୍ଟିକର ମେକର ଟୁଲ୍" ଉପରେ କାମ କରୁଥିବା ନେଇ ମଧ୍ୟ ଘୋଷଣା କରାଯାଇଥିଲା । ଏହାଦ୍ବାରା ଆପଣ ଆଇଓଏସରେ ଆପ୍ଲିକେସନରେ ନୂଆ ଷ୍ଟିକର ତିଆରି କରିପାରିବେ ବୋଲି ସୂଚନା ଦିଆଯାଇଥିଲା । ତେବେ ଏହାରି ଭିତରେ ପୁଣି ଥରେ ସ୍କ୍ରିନ ସେୟାରିଂ ଫିଚର ଆଣିବାକୁ ଯାଉଛି ହ୍ବାଟ୍ସଆପ୍ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ