ETV Bharat / science-and-technology

ହ୍ବାଟ୍ସଆପ ଚ୍ୟାନେଲରେ ଯୋଡି ହେଲା 3 ନୂଆ ଫିଚର

author img

By ETV Bharat Odisha Team

Published : Jan 18, 2024, 10:46 AM IST

WhatsApp Update: ହ୍ବାଟ୍ସଆପ ଚ୍ୟାନେଲରେ ଯୋଡି ହେଲା 3 ନୂଆ ଫିଚର ଭଏସ ମେସେଜ, ପୋଲ ଏବଂ ସେୟାର ଟୁ ଷ୍ଟାଟସ । ଏଣିକି ବୃଦ୍ଧି ପାଇବ ୟୁଜର୍ସ ଏକ୍ସପେରିୟନ୍ସ । ଅଧିକ ପଢନ୍ତୁ

WhatsApp Update
WhatsApp Update

ହାଇଦ୍ରାବାଦ: ସାରା ବିଶ୍ବରେ ପ୍ରାୟ 2 ମିଲିୟନରୁ ଅଧିକ ବ୍ୟକ୍ତି ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ବାଟ୍ସଆପର ବ୍ୟବହାର କରୁଛନ୍ତି । ବିଶେଷ କଥା ହେଲା, ଏହି ଆପ୍ ଚଳାଇବା ପାଇଁ କୌଣସି ସମସ୍ୟା ହୁଏ ନାହିଁ । ଅନ୍ୟ ଆପ୍ ତୁଳନାରେ ଏହି ଆପ୍ ବ୍ୟବହାର କରିବା ଅତ୍ୟନ୍ତ ସହଜ ଅଟେ । ସମୟ ସମୟରେ କମ୍ପାନୀ ଆପ୍‌ରେ ନୂଆ ନୂଆ ଫିଚର ଯୋଡିଥାଏ । ଗତବର୍ଷ କମ୍ପାନୀ ଆପ୍‌ରେ ଚ୍ୟାନେଲ ଫିଚର ଲାଇଭ କରିଥିଲା । ଏହି ଫିଚର ସାହାଯ୍ୟରେ ୟୁଜର୍ସ କ୍ରିଏଟର, ସଂସ୍ଥା ଏବଂ ସେଲିବ୍ରିଟି ସହ ଅତି ସହଜରେ ଯୋଡି ହୋଇପାରିବେ । ତେବେ ଲଞ୍ଚ ହେବାର କିଛି ମାସ ମଧ୍ୟରେ ହିଁ ମାସିକ ୟୁଜର୍ସ 500 ମିଲିୟନରୁ ଅଧିକ ରହିଥିଲା । ଏହାରି ମଧ୍ୟରେ କମ୍ପାନୀ ଚ୍ୟାନେଲରେ କିଛି ନୂଆ ଫିଚରକୁ ଯୋଡିଥିବା ନେଇ ସୂଚନା ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ: ଏଥର ଖୋଜା ପଡିବନି ଗୁଗଲ ପ୍ଲେ ଷ୍ଟୋର, ହ୍ବାଟ୍ସଆପ ଆଣିଲା ଅଟୋ ଅପଡେଟ ଫିଚର

ଯୋଡି ହେଲା 3 ନୂଆ ଫିଚର: ହ୍ବାଟ୍ସଆପ ଚ୍ୟାନଲରେ 3ଟି ନୂଆ ଫିଚର ଯୋଡିଛି କମ୍ପାନୀ । ଭଏସ ମେସେଜ, ପୋଲ ଏବଂ ସେୟାର ଟୁ ଷ୍ଟାଟସ ନାମରେ 3ଟି ଫିଚର ସେୟାର କରିଛି । ଏହାସହିତ କମ୍ପାନୀ ମଲ୍ଟି ଆଡମିନ ଫିଚର ମଧ୍ୟ ୟୁଜର୍ସଙ୍କୁ ପ୍ରଦାନ କରିଛି । ଏହା ଫିଚର ସାହାଯ୍ୟରେ ଚ୍ୟାନେଲ ଆଡମିନ ଏକରୁ ଅଧିକ ଆଡମିନ ଯୋଡିପାରିବେ । ଏହା ଦ୍ବାରା ଜଣେ ଆଡମିନଙ୍କ ଅନୁପସ୍ଥିତିରେ ମଧ୍ୟ ଅନ୍ୟ ଜଣେ ଅପଡେଟ କରିପାରିବେ ।

ହ୍ବାଟ୍ସଆପ ଚ୍ୟାନେଲରେ ଏକ ନୂଆ ଫିର ନେଇ ମେଟା ସିଇଓ ମାର୍କ ଜୁକରବର୍ଗ ନିଜ ହ୍ବାଟ୍ସଆପ ଚ୍ୟାନେଲରେ ସେୟାର କରିଛନ୍ତି । ହ୍ବାଟ୍ସଆପ ମେସେଜ ଫିଚର ଜରିଆରେ ଚ୍ୟାନେଲ ମାଲିକମାନେ ବର୍ତ୍ତମାନ ବାର୍ତ୍ତାକୁ ଭଏସ ମାଧ୍ୟମରେ ଜଣାଇପାରିବେ । ଏହା ଦ୍ବାରା ଚ୍ୟାନେଲ ମାଲିକ ଏବଂ ଫୋଲର୍ସ ମଧ୍ୟରେ ଏକ ଅଲଗା ପ୍ରକାର ସଂଯୋଗ ହେବ । ଏହାସହ ଫିଚର ଦ୍ବାରା ଆଡମିନ କୌଣସି ମଧ୍ୟ ଏକ ପ୍ରସଙ୍ଗରେ ୟୁଜର୍ସଙ୍କ ମତାମତ ନେଇପାରିବେ । ଚ୍ୟାନେଲରେ ଆଡ୍ ହୋଇଥିବା ୟୁଜର୍ସ ଏଣିକି ମଲ୍ଟି ମିଡିଆ ମେସେଜକୁ ଷ୍ଟାଟସରେ ମଧ୍ୟ ସେୟାର କରିପାରିବେ । ପ୍ରକାଶ ଥାଉକି, ହ୍ବାଟ୍ସଆପ ଚ୍ୟାନେଲ ସମସ୍ତ ୟୁଜର୍ସଙ୍କ ପାଇଁ ରୋଲଆଉଟ କରାଯାଇଛି । ନ୍ୟୁ ଚ୍ୟାନେଲ ଅପ୍ସନରେ କ୍ଲିକ କରି ଚ୍ୟାନେଲ କ୍ରିଏଟ କରିପାରିବେ ୟୁଜର୍ସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.