ETV Bharat / science-and-technology

WhatsApp AI Sticker: ରୋଲଆଉଟ ହେଲା AI ଜେନେରେଟଡ ଷ୍ଟିକର ଫିଚର - ହ୍ବାଟ୍ସଆପ ଷ୍ଟିକର ଫିଚର

ରୋଲଆଉଟ ହେଲା AI ଜେନେରେଟଡ ଷ୍ଟିକର ଫିଚର । ଏଣିକି ମନ ପସନ୍ଦର ଟିକେଟ କରି ପଠାଇ ପାରିବେ ୟୁଜର୍ସ । ଅଧିକ ପଢନ୍ତୁ

WhatsApp
WhatsApp
author img

By ETV Bharat Odisha Team

Published : Oct 14, 2023, 12:19 PM IST

ହାଇଦ୍ରାବାଦ: ଫେସବୁକର ପ୍ୟାରେଣ୍ଟ୍ କମ୍ପାନୀ ମେଟା ନିଜର ସମସ୍ତ ସୋସିଆଲ ମିଡିଆ ଆପ୍ ପାଇଁ AI(ଆର୍ଟିଫିସିଆଲ ଇଣ୍ଟେଲଜେନ୍ସ) ଫିଚର ଲଞ୍ଚ କରିଥିଲା । କିଛି ଦିନ ପୂର୍ବରୁ ହ୍ବାଟ୍ସଆପର AI ଷ୍ଟିକର ଫିଚର ବିଟା ଟେଷ୍ଟରଙ୍କ ପାଇଁ ରୋଲଆଉଟ ହୋଇଥିବା ବେଳେ ବର୍ତ୍ତମାନ ସମସ୍ତ ୟୁଜର୍ସ ଏହାର ସୁବିଧା ନେଇପାରିବେ । ଏଣିକି ହ୍ବାଟ୍ସାଆପରେ AI ଷ୍ଟିକର ତିଆରି କରି ପଠାଇ ପାରିବେ ୟୁଜର୍ସ । ତେବେ ଏହି ଫିଚର ଦ୍ବାରା ୟୁଜର୍ସଙ୍କ କଥା କହିବା ଶୈଳୀ ବଦଳିଲା ଭଳି ଲାଗିବ । ଏଣିକି ନିଜ ଇଚ୍ଛା ମୁତାବକ AI ଷ୍ଟିକର କରି ପଠାଇ ପାରିବେ ୟୁଜର୍ସ ।

ହ୍ବାଟ୍ସଆପ ଏହାର ବ୍ୟବହାରକାରୀଙ୍କ ପାଇଁ ଏହି AI ଷ୍ଟିକର୍ ରୋଲଆଉଟ କରିଛି । ତେବେ ହ୍ବାଟ୍ସଆପ ଚାଟ୍ ବାରରେ ଏହି ଫିଚରକୁ ସ୍ଥାନ ଦେଇଛି ହ୍ବାଟ୍ସଆପ । କୌଣସି ଏକ ମେସେଜକୁ ନଲେଖି ଆପଣ ଷ୍ଟିକର କରି ମଧ୍ୟ ପଠାଇ ପାରିବେ । ମେସେଜ ସହିତ ସମାନ ଅର୍ଥ ଭାବେ ଏହି ଷ୍ଟିକର କାମ କରିବ । ଯଦି ୟୁଜର୍ସ AI ଷ୍ଟିକରକୁ କାହାରିକୁ ପଠାଇବେ ଏହାପରେ ଏହି ଷ୍ଟିକର ହ୍ବାଟ୍ସଆପର ଷ୍ଟିକର ଟ୍ରେରେ ଦେଖାଯିବ । ଯଦି ୟୁଜର୍ସ ଚାହିଁବେ ତାହେଲେ ଏହି ଷ୍ଟିକରକୁ ଅନ୍ୟ କାହାକୁ ମଧ୍ୟ ପଠାଇ ପାରିବେ ।

ଇଂରାଜୀ ଭାଷାର ସପୋର୍ଟ କରିବ AI ଷ୍ଟିକର: କହିରଖୁଛୁ କି, ହ୍ବାଟ୍ସଆପ ରୋଲଆଉଟ କରିଥିବା AI ଷ୍ଟିକର କେବଳ ଇଂରାଜୀ ଭାଷାକୁ ସପୋର୍ଟ କରିବ । ଅନ୍ୟ କୌଣସି ଭାଷାରେ ଆପଣ ଏହାକୁ ତିଆରି କରିପାରିବେ ନାହିଁ । ହିନ୍ଦୀ ଏବଂ ଭାରତର ଅନ୍ୟ ଭାଷାକୁ ସପୋର୍ଟ କରିବ ନାହିଁ AI ଷ୍ଟିକର । ତେବେ ହ୍ବାଟ୍ସଆପ ପକ୍ଷରୁ ଏହି ଫିଚରକୁ କେତେକ ନିର୍ଦ୍ଦିଷ୍ଟ ଦେଶରେ ରୋଲଆଉଟ କରାଯାଇଛି । ତେବେ ହ୍ବାଟ୍ସଆପରେ କିଭଳି AI ଷ୍ଟିକର ତିଆରି କରିବେ ସେନେଇ ଚିନ୍ତିତ କି ? କିଭଳି ୟୁଜର୍ସଙ୍କୁ ପଠାଇବେ ଦ୍ବନ୍ଦରେ ରହିଛନ୍ତି କି?

ଏହା ମଧ୍ୟ ପଢନ୍ତୁ: AI Generated Stickers: ହ୍ବାଟ୍ସଆପ ବିଟା ୟୁଜର୍ସଙ୍କ ପାଇଁ ଲଞ୍ଚ ହେଲା AI ଜେନେରେଟଡ ଷ୍ଟିକର

ଏମିତି AI ଷ୍ଟିକର ତିଆରି କରିପାରିବେ ୟୁଜର୍ସ:

  • ପ୍ରଥମେ ସ୍ମାର୍ଟଫୋନରେ ହ୍ବାଟ୍ସଆପ ଖୋଲନ୍ତୁ
  • ଏହାପରେ ଏକ ଚାଟ ଖୋଲନ୍ତୁ
  • ଷ୍ଟିକର ଆଇକନକୁ କ୍ଲିକ କରିବା ପରେ ସ୍ମାଇଲି ଆଇକନକୁ ଖୋଲନ୍ତୁ
  • ଏହାପରେ କ୍ରିଏଟ ଅପ୍ସନକୁ କ୍ଲିକ କରନ୍ତୁ ଏହାପରେ ଯଦି କଣ୍ଟିନ୍ୟୁ ଅପ୍ସନ ଆସେ ତା' ଉପରେ କ୍ଲିକ କରନ୍ତୁ
  • ପରେ ଆପଣ ଯେଉଁ ଷ୍ଟିକର ତିଆରି କରିବାକୁ ଚାହୁଁଛନ୍ତି ତାର ବିବରଣୀ ଦେବାକୁ ହେବ
  • ଆପ 4ଟି ଷ୍ଚିକର ତିଆରି କରିବ । ୟୁଜର୍ସ ନିଜ ପସନ୍ଦ ଅନୁସାରେ ଷ୍ଟିକର ବାଛି ଅନ୍ୟକୁ ପଠାଇ ପାରିବେ । ତେବେ ଷ୍ଟିକର ତିଆରି ହେବା ପରେ ମଧ୍ୟ ତାକୁ ଏଡିଟ କରିପାରିବେ । ଏଡିଟ ଅପ୍ସନକୁ କ୍ଲିକ କରି ପରବର୍ତ୍ତନ କରିପାରିବେ
  • ଅନ୍ୟପଟେ ପୂର୍ବରୁ ତିଆରି ହୋଇଥିବା ଷ୍ଟିକର ପସନ୍ଦ ଆସିଲେ ସେଣ୍ଡ କରିପାରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.