ETV Bharat / science-and-technology

Whatsapp: ଏଣିକି ହ୍ବାଟ୍ସଆପରେ ହୋଇପାରିବ ମେସେଜ ଏଡି଼ଟ୍‌ ! - ହ୍ବାଟ୍ସଆପରେ ହୋଇପାରିବ ମେସେଜ ଏଡି଼ଟ୍‌

ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଫେସବୁକ୍‌ ପରି ହ୍ବାଟ୍ସଆପ୍‌ରେ ମଧ୍ୟ ଏଣିକି କରିହେବ ମେସେଜ ଏଡ଼ିଟ୍‌ । ଅଧିକ ପଢନ୍ତୁ

Whatsapp: ଏଣିକି ହ୍ବାଟ୍ସଆପରେ ହୋଇପାରିବ ମେସେଜ ଏଡି଼ଟ୍‌ !

author img

By

Published : Jun 6, 2022, 2:07 PM IST

ୱାଶିଂଟନ: ବେଳେ ବେଳେ କୌଣସି ସାଙ୍ଗକୁ ଭୁଲ୍‌ ମେସେଜ ପଳାଇଲେ ଏହାକୁ ଡିଲିଟ୍‌ କରିବାକୁ ପଡ଼ିଥାଏ । ନଚେତ୍‌ ଆଉ ଥରେ ଟାଇପ୍‌ କରି ପୁଣି ପଠାଇବାକୁ ପଡ଼ିଥାଏ । ତେବେ ଫେସବୁକ୍‌ରେ ଏଭଳି ସମସ୍ୟା ନଥିବା ବେଳେ ଅନ୍ୟ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଯେପରିକି ଟ୍ବିଟର, ହ୍ବାଟ୍ସଆପରେ ଏହି ସମସ୍ୟା ଉପୁଜେ । ରିପୋର୍ଟ ଅନୁସାରେ ହ୍ବାଟ୍ସଆପ ମେସେଜ ଏଡିଟ୍‌ ବଟନ୍‌ ( Edit message feature in WhatsApp) ଉପରେ କାମ କରୁଛି । ଖୁବଶୀଘ୍ର ହ୍ବାଟ୍ସଆପରେ ୟୁଜର୍ସଙ୍କ ଲାଗି ଏହି ସୁବିଧା ଉପଲବ୍ଧ ହେବାକୁ ଯାଉଛି ।

ହ୍ବାଟ୍ସଆପରେ ହୋଇପାରିବ ମେସେଜ ଏଡି଼ଟ୍‌ !
ହ୍ବାଟ୍ସଆପରେ ହୋଇପାରିବ ମେସେଜ ଏଡି଼ଟ୍‌ !

ହ୍ବାଟ୍ସଆପ୍‌ ଗତ ୫ ବର୍ଷ ପୂର୍ବରୁ ଏହା ଉପରେ କାମ କରୁଥିଲା । ଏବେ ହ୍ବାଟ୍ସଆପ୍‌ ୟୁଜର୍ସଙ୍କ ଲାଗି ଏହି ସୁବିଧାକୁ ଖୁବଶୀଘ୍ର ଉପଲବ୍ଧ କରିପାରେ ବୋଲି Wabetainfo ରିପୋର୍ଟରୁ ଜଣାପଡ଼ିଛି । ଏହି ୱେବସାଇଟ ଏଡି଼ଟ୍‌ ଫିଚରର ସ୍କ୍ରିନସଟ୍‌ ମଧ୍ୟ ସେୟାର କରିଛି । ଯେତେବେଳେ ଆପଣ ପଠାଇ ସାରିଥିବା ମେସେଜ ଉପରେ କ୍ଲିକ୍‌ କରିବେ, ଏହାପରେ ଏକ ଏଡି଼ଟ୍‌ ଅପସନ୍‌ ଆସିବ । ଏହାକୁ ଚୟନ କରି ୟୁଜର୍ସ ପଠାଯାଇଥିବା ମେସେଜକୁ ଏଡ଼ିଟ୍‌ କରିପାରିବେ ।

ଏହାପରେ ୟୁଜର୍ସ ମେସେଜକୁ ଏଡିଟ କରିପାରିବା ସହ ଏହାକୁ କପି କରି ଅନ୍ୟ ୟୁଜର୍ସଙ୍କ ନିକଟକୁ ପଠାଇପାରିବେ । ଏଥିରେ ଆପଣ ନୂଆ ମେସେଜ ଟାଇପ୍‌ କରିବା ସହ ସ୍ପେଲିଂ ଭୁଲ୍‌ ଥିଲେ ଏହାକୁ ସଂଶୋଧନ କରିପାରିବେ । ଏହାସହିତ ପୂର୍ବରୁ ପଠାଯାଇଥିବା ମେସେଜର କୌଣସି Historyକୁ ଦେଖିପାରିବାର ଅପସନ୍‌ ରହିବ ନାହିଁ । ତେବେ ସୂଚନା ଥାଉ କି ଏବେ ୟୁଜର୍ସ ମେସେଜ ପଠାଇବା ପରେ ଏହାକୁ ଏଡିଟ କରିପାରିବେ ନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.