ETV Bharat / science-and-technology

WhatsApp Passkey Feature: ହ୍ବାର୍ଟ୍ସଆପ ଆହୁରି ହେବ ସୁରକ୍ଷିତ, ଆସୁଛି ଏହି ଫିଚର - ହ୍ବାଟ୍ସଆପ ପାସକି ଫିଚର

ଏଣିକି ଆହୁରି ସୁରକ୍ଷିତ ହେବ ହ୍ବାଟ୍ସଆପ । ଆସିବାକୁ ଯାଉଛି Passkey ଫିଚର । ଅଧିକ ପଢନ୍ତୁ

WhatsApp Passkey Feature
WhatsApp Passkey Feature
author img

By

Published : Aug 10, 2023, 1:11 PM IST

ହାଇଦ୍ରାବାଦ: ବିଶ୍ବର ଲୋକପ୍ରିୟ ମେସେଜିଂ ପ୍ଲାଟଫର୍ମ ହେଉଛି ହ୍ବାଟ୍ସଆପ । ମେଟା ମାଲିକାନା ହ୍ବାଟ୍ସଆପ ବ୍ୟବହାରକାରୀଙ୍କ ସୁବିଧା ପାଇଁ ଅନେକ ଲୋକପ୍ରିୟ ଆଣିଥିବା ବେଳେ ଆଗକୁ ମଧ୍ୟ ଆଉ ଏକ ଫିଚର ଆସିବାକୁ ଯାଉଛି । ବର୍ତ୍ତମାନ ହ୍ବାଟ୍ସଆପ ଏକ ନୂତନ ଫିଚର ଉପରେ କାମ କରୁଛି ଯାହା ଆକାଉଣ୍ଟକୁ ଆହୁରି ସୁରକ୍ଷିତ ରଖିବ । କମ୍ପାନୀ ପାସକି(Passkey)ଫିଚର ଉପରେ କାମ କରୁଛି । ବର୍ତ୍ତମାନ କିଛି ବିଟା ଟେଷ୍ଟରଙ୍କ ପାଇଁ ଉପଲବ୍ଧ ରହିଥିବା ବେଳେ ଆଗାମୀ ଦିନରେ ଖୁବଶୀଘ୍ର ସମସ୍ତ ୟୁଜର୍ସଙ୍କ ପାଇଁ ଏହା ଉପଲବ୍ଧ ହେବ ବୋଲି ଆଶା କରାଯାଉଛି ।

ହ୍ବାଟ୍ସଆପର Passkey ଫିଚରକୁ ନେଇ ହ୍ବାଟ୍ସଆପର ଡେଭଲପମେଣ୍ଟ ଉଫରେ ନଜର ରଖୁଥିବା ଓ୍ବେବସାଇଟ Wabetainfo ପକ୍ଷରୁ ସୂଚନା ପ୍ରଦାନ କରାଯାଛି । ଓ୍ବେବସାଇଟ ପକ୍ଷରୁ କୁହାଯାଇଛି ଯେ, ନୂଆ ଫିଚର ୟୁଜର୍ସଙ୍କୁ ସୁରକ୍ଷିତ ଭାବେ ସାଇନଇନ କରିବାରେ ସାହାଯ୍ୟ କରିବ । PassKey ହେଉଛି କିଛି ନମ୍ବର ବା ଓ୍ବାର୍ଡର ସିକ୍ବେନ୍ସ, ଯାହା ୟୁଜର୍ସଙ୍କୁ ଚିହ୍ନିବାରେ ସାହାଯ୍ୟ କରିବ । ଏହା ଏକ ସ୍ବିକ୍ୟୁରିଟି କୋଡ୍ ପରି କାମ କରିବ, ଯାହା କେବଳ ଅଥୋରାଇଜ ଲୋକଙ୍କୁ ହିଁ ହ୍ବାଟ୍ସଆପ ଅନ କରିବା ପାଇଁ ଅନୁମତି ଦେବ ।

Passkey ଫିଚର ପରିଚୟ ପାଇଁ ପ୍ରିଣ୍ଟ, ଫେସ୍ ଲକ୍ ଏବଂ ସ୍କ୍ରିନ୍ ଲକର ବ୍ୟବହାର କରିବ । ଟ୍ରାଡିସନାଲ ପିନ ମେଥଡ ଉପରେ ଏହା ଏକ ଅତିରିକ୍ତ ସୁରକ୍ଷା ସ୍ତର ପରି କାର୍ଯ୍ୟ କରିବ ଏବଂ କେବଳେ ଅଥରାଇଜ ବ୍ୟକ୍ତି ହିଁ ହ୍ବାଟ୍ସଆପକୁ ଅନ କରିପାରିବେ । ବର୍ତ୍ତମାନ, ଏହି ଫିଚର ଆଣ୍ଡ୍ରୋଏଡ୍ ବିଟା ର 2.23.17.5 ଭର୍ସନରେ କାମ କରୁଛି । ଆଗାମୀ ସମୟରେ କମ୍ପାନୀ ଏହାକୁ ସମସ୍ତଙ୍କ ପାଇଁ ରୋଲ ଆଉଟ୍ କରିପାରିବ ବୋଲି କୁହାଯାଉଛି ।

ଏହା ମଧ୍ୟ ପଢନ୍ତୁ: WhatsApp video calling: ଭିଡିଓ କଲିଂ ପାଇଁ ହ୍ବାଟ୍ସଆପ୍‌ ଆଣିଲା ନୂଆ ଫିଚର, ମିଳିବ ଏହି ସୁବିଧା

ଏହି ଫିଚର ଉପରେ ମଧ୍ୟ କାର୍ଯ୍ୟ ଜାରି ରଖିଛି ହ୍ବାଟ୍ସଆପ: ଆଗାମୀ ଦିନରେ ହ୍ବାଟ୍ସଆପ ଗ୍ରୁପରେ ୟୁଜର୍ସଙ୍କୁ ଏକ ବିଶେଷ ସୁବିଧା ମିଳିବାକୁ ଯାଉଛି । ଗ୍ରୁପ ମେମ୍ବରମାନେ ଯେକୌଣସି ମେସେଜକୁ ଆଡମିନ ରିଭ୍ୟୁ ପାଇଁ ପଠାଇ ପାରିବେ । ଯଦି ଗ୍ରୁପ ମେମ୍ବରକୁ ଲାଗିବ ଏହି ତଥ୍ୟ ଠିକ ନୁହେଁ ତେବେ ସେମାନେ ରିଭ୍ୟୁ ପାଇଁ ପଠାଇପାରିବେ । ଆଡମିନ ମେସେଜକୁ ଆଧାର କରି ସଠିକ ବୋଲି ଘୋଷଣା କରିପାରିବ କିମ୍ବା ଡିଲିଟ ମଧ୍ୟ କରିପାରିବ । ଆଡମିନ ଚାହିଁଲେ ଗ୍ରୁପରୁ କୌଣସି ବ୍ୟକ୍ତିଙ୍କୁ ମଧ୍ୟ ବାହାର କରିପାରିବ । ନିକଟରେ କମ୍ପାନୀ ଭିଡିଓ କଲ ସମୟରେ ସ୍କିନ ସେୟାର ଫିଚର ୟୁଜର୍ସଙ୍କ ପାଇଁ ଉପଲବ୍ଧ କରିଛି । ବର୍ତ୍ତମାନ ଭିଡିଓ କଲ୍ ସମୟରେ ଅନ୍ୟ ଲୋକଙ୍କ ସହିତ ଆପଣ ସ୍କ୍ରିନ ସେୟାର କରିପାରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.