ETV Bharat / science-and-technology

WhatsApp down: ସାରା ଦେଶରେ ହ୍ବାଟସ୍‌ଆପ୍‌ ଡାଉନ୍‌, ମେସେଜ୍ ଯାଉନି କି ଆସୁନି - ହ୍ବାଟ୍‌ସ ଆପ୍ ଡାଉନ୍ ହେବା ଖବର

ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ଲ WhatsAppରେ ଯାଉନି ମେସେଜ୍, ସେୟାର୍ ହେଉନି ଭିଡିଓ କି ମେସେଜ୍ । ଅଧିକ ପଢନ୍ତୁ

WhatsApp down: ସାରା ଦେଶରେ ହ୍ବାଟ୍ସଆପ୍‌ ଡାଉନ୍‌, ମେସେଜ୍ ଯାଉନି କି ଆସୁନି

author img

By

Published : Oct 25, 2022, 1:30 PM IST

Updated : Oct 25, 2022, 2:11 PM IST

ନୂଆଦିଲ୍ଲୀ: କାମ କରୁନି WhatsApp । ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ବାଟ୍‌ସ ଆପ୍‌ର ସର୍ଭର ଡାଉନ(WhatsApp down in India) । କୌଣସି ମେସେଜ୍ କିମ୍ବା ଭିଡିଓ ସେୟାର୍ ହେଉ ନ ଥିବାବେଳେ, ଅଡିଓ କିମ୍ବା ଭିଡିଓ କଲ୍ ମଧ୍ୟ ବନ୍ଦ ହୋଇଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ହ୍ବାଟ୍‌ସ ଆପ୍ ଡାଉନ୍ ହେବାର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ । ତେବେ ଶୀଘ୍ର ତ୍ରୁଟି ସଂଶୋଧନ କରିବାକୁ ଚେଷ୍ଟା କରାଯାଉଥିବା ମେଟା ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇଛି ।

ଖବର ଅନୁଯାୟୀ, ଅଧିକାଂଶ ଭାରତୀୟ WhatsApp ବ୍ୟବହାରକାରୀ ଏହି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଦିନ ପ୍ରାୟ 12ଟା 30 ମିନିଟ୍ ସମୟରୁ ହ୍ବାଟ୍‌ସ ଆପ୍ ମୋବାଇଲ୍ ଆପ୍ ଏବଂ ୱେବ୍ ଜରିଆରେ କୌଣସି ମେସେଜ୍, ଫଟୋ କିମ୍ବା ଭିଡିଓ ସେଣ୍ଡ୍ କି ରିସିଭ୍(ପ୍ରେରଣ ଏବଂ ଗ୍ରହଣ) ହେଉନାହିଁ । ଏପରିକି ଅଡିଓ ଏବଂ ଭିଡିଓ କଲ୍ ମଧ୍ୟ ବନ୍ଦ ହୋଇଯାଇଛି । ଖବର ଲେଖା ହେବା ସୁଦ୍ଧା 2 ହଜାରରୁ ଊର୍ଦ୍ଧ୍ବ ବ୍ୟବହାରକାରୀ ଏନେଇ ସୋସିଆଲ ମିଡିଆରେ ରିପୋର୍ଟ କରିଥିଲେ । 69 ପ୍ରତିଶତ ବ୍ୟବହାରକାରୀ ଏହି ସମସ୍ୟାର ସମ୍ମୁଖୀନ ହୋଇଥିବା ଡାଉନ୍‌ଡିଟେକ୍ଟର ରିପୋର୍ଟ କରିଛି ।

ଡାଉନ୍‌ଡିଟେକ୍ଟର ଅନୁଯାୟୀ, 21 ପ୍ରତିଶତ ବ୍ୟବହାରକାରୀ ସର୍ଭର୍ ସମ୍ବନ୍ଧୀନ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ସେହିପରି ବାକି 9 ପ୍ରତିଶତ ବ୍ୟବହାରକାରୀ ଅନ୍ୟାନ୍ୟ ସ୍ମାର୍ଟଫୋନ୍ ଆପ୍ ସମ୍ବନ୍ଧୀନ ସମସ୍ୟା କାରଣରୁ ହ୍ବାଟ୍‌ସ ଆପ୍ ବ୍ୟବହାରରୁ ବିଚ୍ୟୁତି ହୋଇଛନ୍ତି । ବାଣିଜ୍ୟ ନଗରୀ ମୁମ୍ବାଇ ସମେତ ଦିଲ୍ଲୀ, କୋଲକାତା, ବେଙ୍ଗାଲୁରୁ, ଚେନ୍ନାଇ, ହାଇଦ୍ରାବାଦ ଇତ୍ୟାଦି ସହରରେ ହ୍ବାଟ୍‌ସ ଆପ୍ ଡାଉନ୍ ଥିବା ଜଣାପଡିଛି । ସେହିପରି ଭାରତ ସମେତ ଅଧିକାଂଶ ଦେଶରେ ମଧ୍ୟ ହ୍ବାଟ୍‌ସ ଆପ୍ ଡାଉନ୍ ହୋଇଥିବା ରିପୋର୍ଟ ହୋଇଛି ।

ସେପଟେ ହ୍ବାଟ୍‌ସ ଆପ୍‌ରେ ଏପରି ସମସ୍ୟା ନେଇ ଅନେକ ୟୁଜର୍ସ ଟ୍ବିଟ କରିଛନ୍ତି । ଫଳରେ ଟ୍ବିଟରରେ #WhatsAppDown ଟ୍ରେଣ୍ଡ କରୁଛି । ତେବେ ବର୍ତ୍ତମାନ ସୁଦ୍ଧା ହ୍ବାଟ୍‌ସ ଆପ୍ ଡାଉନ୍ ହେବାର ପ୍ରକୃତ କାରଣ ଜଣାପଡି ନ ଥିବାବେଳେ ଖୁବ୍‌ଶୀଘ୍ର ସମସ୍ୟାର ସମାଧାନ ହେବ ବୋଲି ହ୍ବାଟ୍‌ସ ଆପ୍ ମାଲିକାନା ମେଟା ପକ୍ଷରୁ କୁହାଯାଇଛି । ମେଟାର ଜଣେ ମୁଖପାତ୍ର କହିଛନ୍ତି ଯେ, "ଆମେ ଏ ବାବଦରେ ସୂଚନା ପାଇଛୁ, ସମସ୍ତ ବ୍ୟବହାରକାରୀଙ୍କ ପାଇଁ ଖୁବ୍‌ଶୀଘ୍ର ସମସ୍ୟାର ସମାଧାନ ହୋଇଯିବ ।" ଅନ୍ୟପଟେ ମେଟା ମାଲିକାନା ଅନ୍ୟାନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମ, ଇନଷ୍ଟାଗ୍ରାମ୍ ଏବଂ ଫେସ୍‌ବୁକ୍‌ରେ ଏପରି କୌଣସି ସମସ୍ୟା ନାହିଁ ।

Last Updated : Oct 25, 2022, 2:11 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.