ETV Bharat / science-and-technology

WhatsApp New Feature: ଆସିଲା ନୂଆ ଫିଚର, ହଇରାଣ କରିପାରିବେ ନାହିଁ ଅଜଣା ବ୍ୟକ୍ତି

author img

By

Published : Jun 20, 2023, 5:20 PM IST

ହ୍ବାଟ୍ସଆପ ନୂଆ ଫିଚର ନେଇ ଘୋଷଣା କଲେ ଜୁକରବର୍ଗ। ଏଣିକି ଅଜଣା ବ୍ୟକ୍ତି କଲ କରି ଆଉ ହଇରାଣ କରିପାରିବେ ନାହିଁ। ଅଧିକ ପଢନ୍ତୁ

WhatsApp New Feature
WhatsApp New Feature

ହାଇଦ୍ରାବାଦ: ମେଟାର ଲୋକପ୍ରିୟ ଚାଟିଂ ଆପ ହ୍ବାର୍ଟ୍ସଆପରେ ଏକ ଫିଚର ଆସିଛି । ଯାହାକି ସମସ୍ତ ୟୁଜର୍ସଙ୍କ ପାଇଁ ଖୁସି ଆଣିବ। ଚାଟିଂ ଆପ୍ ହ୍ବାଟ୍ସଆପ ଅଫିସିଆଲ୍ ବ୍ଲଗ୍ ପୋଷ୍ଟରୁ ଉପଭୋକ୍ତାମାନଙ୍କ ପାଇଁ ଏହି ଫିଚର ଘୋଷଣା କରାଯାଇଛି । ଅନ୍ୟପଟେ ମାର୍କ ଜୁକରବର୍ଗ ମଧ୍ୟ ଫେସ୍‌ବୁକ୍‌ରେ ପୋଷ୍ଟ କରି ଏହାର ସୂଚନା ଦେଇଛନ୍ତି । ଏଣିକି ଅଜଣା ନମ୍ବରରୁ କଲ ଆଉ ହଇରାଣ କରିପାରିବ ନାହିଁ । ଗୋଟିଏ ସେଟିଂରେ ଆପଣ ଏଥିରୁ ମୁକ୍ତି ପାଇବେ।

ହ୍ବାଟ୍ସଆପ୍‌ ପ୍ରାଇଭେସି ଫିଚର : ବାସ୍ତବରେ, କମ୍ପାନୀର ସିଇଓ ଜୁକରବର୍ଗ ଉପଭୋକ୍ତାମାନଙ୍କ ପାଇଁ ହ୍ବାଟ୍ସଆପର ଏକ ଫିଚର ଘୋଷଣା କରିଛନ୍ତି । ସାଇଲେନ୍ସ ଅନନୋନ କଲର ଫିଚର ନେଇ ଘୋଷଣା କରାଯାଇଛି । ଏହାପୂର୍ବରୁ ହ୍ବାଟ୍ସଆପ ଏହାର ୟୁଜର୍ସଙ୍କ ପାଇଁ ଲକ୍ ଚାଟ୍ ଫିଚର ମଧ୍ୟ ଉପସ୍ଥାପନ କରିଥିଲା ।

Silence Unknown Callers feature
Silence Unknown Callers feature

ଏହା ମଧ୍ୟ ପଢନ୍ତୁ: Meta CEO Mark Zuckerberg: ଇନଷ୍ଟାଗ୍ରାମ ବନ୍ଦ କରିବାକୁ ଜୁକରବର୍ଗଙ୍କୁ ଚେତାବନୀ, ଏହା କହିଲା UI

ସାଇଲେନ୍ସ ଅନନୋନ ଫିଚର କଣ ଏବଂ ଏହା କିପରି କାମ କରିବ? : ଏଣିକି କୌଣସି ଅଜଣା ବ୍ୟକ୍ତି ଆଉ ହଇରାଣ କରିବେ ନାହିଁ। ଅଜଣା ବ୍ୟକ୍ତିଙ୍କ କଲ ପାଇଁ ହ୍ବାଟ୍ସଆପ ପକ୍ଷରୁ ଏକ ସେଟିଂ ପାଇଁ ଫିଚର ଘୋଷଣା କରାଯାଇଛି । ଅଜଣା ନମ୍ବରରୁ କଲ୍‌ ଆସୁଥିବା ନମ୍ବର ପାଖକୁ ଯାଇ ଆପଣ ମଧ୍ୟ ସେଟିଂରେ ସାଇଲେନ୍ସ କରିପାରିବେ । ଏହାପରେ ଅଜଣା ନମ୍ବରରୁ କଲ ଆସିଲେ ଆଉ ରିଙ୍ଗିଂ ହେବ ନାହିଁ । କିନ୍ତୁ କେଉଁ ନମ୍ବରରୁ କଲ ଆସୁଛି ଆପ୍‌ରେ ଦେଖାଯିବ । କୌଣସି ଗୁରୁତ୍ବପୂର୍ଣ୍ଣ କଲ ଆସିଲେ ଆପଣ ଫୋନ ଉଠାଇପାରିବେ । ଏହି ଫିଚର ଦ୍ବାରା ଆପଣଙ୍କୁ ଆଉ ଅଜଣା ବ୍ୟକ୍ତି ଫୋନ କରି ହଇରାଣ କରିପାରିବେ ନାହିଁ କିମ୍ବା ଆପଣ ମଧ୍ୟ ଗୁରୁତ୍ବପୂର୍ଣ୍ଣ କଲକୁ ମିସ୍‌ କରିପାରିବେ ନାହିଁ ।

ଏହା ମଧ୍ୟ ପଢନ୍ତୁ: Whatsapp launched channel: ହ୍ବାଟ୍ସଆପ ଆଣିଲା ଚ୍ୟାନେଲ ଫିଚର, ଜାଣନ୍ତୁ କଣ ଏହାର ଫାଇଦା

କେଉଁ ୟୁଜର୍ସ ଏହି ପ୍ରାଇଭେସି ଫିଚରକୁ ବ୍ୟବହାର କରିପାରିବେ ? ହ୍ବାଟ୍ସଆପର ଏହି ସାଇଲେନ୍ସ ଅନନୋନ ଫିଚର ବର୍ତ୍ତମାନ ଆଣ୍ଡ୍ରଏଡ ଏବଂ ଆଇଓସଏସ ୟୁଜର୍ସଙ୍କ ପାଇଁ ଉପଲବ୍ଧ ରହିଛି । ଏହି ଫିଚରକୁ ବ୍ୟବହାର କରିବାକୁ ହେଲେ ଆଣ୍ଡ୍ରଏଡ ୟୁଜର୍ସଙ୍କୁ ପ୍ରଥମେ ପ୍ଲେ' ଷ୍ଟୋର୍‌କୁ ଯାଇ ହ୍ବାଟ୍ସଆପକୁ ଅପଡେଟ କରିବାକୁ ହେବ । ଏହାପରେ ଏହି ଫିଚରର ସୁବିଧା ପାଇପାରିବେ । ଅନ୍ୟପଟେ ଆଇଓଏସ ୟୁଜର୍ସ ଆପ୍‌ ଷ୍ଟୋରକୁ ଯାଇ ନୂଆ ଆପ୍‌ର ଅପଡେଟ ପାଇପାରିବେ । ହ୍ବାଟ୍ସଆପର ଏହି ଫିଚର ୟୁଜର୍ସଙ୍କ ପାଇଁ ଉପଯୋଗୀ ହୋଇପାରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.