ETV Bharat / science-and-technology

ଚଳିତ ବର୍ଷ ଶେଷ ସୁଦ୍ଧା ଇସ୍ତଫା ଦେବେ Vodafone CEO Nick Read - ଭୋଡାଫୋନ ନ୍ୟୁଜ

ଚଳିତ ବର୍ଷ ଶେଷ ସୁଦ୍ଧା ଇସ୍ତଫା ଦେବେ ଭୋଡାଫୋନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(Vodafone CEO Nick Read will resign) । ଅଧିକ ପଢନ୍ତୁ

ଚଳିତ ବର୍ଷ ଶେଷ ସୁଦ୍ଧା ଇସ୍ତଫା ଦେବେ Vodafone CEO Nick Read

author img

By

Published : Dec 6, 2022, 8:15 AM IST

ଲଣ୍ଡନ: ଇସ୍ତଫା ଦେବେ ଭୋଡାଫୋନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ । ବ୍ରିଟେନର ଭୋଡାଫୋନ୍ ଗ୍ରୁପ୍ ସୋମବାର (ଡିସେମ୍ବର 5)ରେ ଏନେଇ ସ୍ପଷ୍ଟ କରିଛି । CEO ନିକ୍ ରିଡ୍ ଚଳିତ ବର୍ଷ ଶେଷ ସୁଦ୍ଧା ଅର୍ଥାତ୍ ଏହି ମାସରେ ଇସ୍ତଫା ଦେବେ ବୋଲି କମ୍ପାନୀ କହିଛି(Vodafone CEO Nick Read will resign) । ତାଙ୍କୁ ମଧ୍ୟବର୍ତ୍ତୀକାଳୀନ ଭିତ୍ତିରେ କମ୍ପାନୀର ମୁଖ୍ୟ ଆର୍ଥିକ ଅଧିକାରୀ(Chief Financial Officer) ମାର୍ଗେରିଟା ଡେଲା ଭାଲେଙ୍କ ସ୍ଥାନରେ ନିଯୁକ୍ତି ମିଳିବ ।

ବିଗତ ଚାରି ବର୍ଷ ଧରି ଦାୟିତ୍ୱରେ ଥିବା ସିଇଓ ରିଡ୍ କହିଛନ୍ତି, "ମୁଁ ବୋର୍ଡ ନେଇଥିବା ନିଷ୍ପତ୍ତି ସହ ସହମତ । ବର୍ତ୍ତମାନ କମ୍ପାନୀକୁ ନୂଆ ଲିଡରଙ୍କୁ ଦାୟିତ୍ବ ହସ୍ତାନ୍ତର କରିବାର ଉପଯୁକ୍ତ ସମୟ, ଯିଏ ଭୋଡାଫୋନକୁ ଶକ୍ତିଶାଳୀ ଭାବେ ଗଢିତୋଳିବ ଏବଂ ଆଗକୁ ଥିବା ଗୁରୁତ୍ୱପୂର୍ଣ୍ଣ ସୁଯୋଗକୁ ହାସଲ କରିପାରିବ ।"

କହି ରଖୁଛୁ ଯେ, ରିଡ୍ 21 ବର୍ଷ ପୂର୍ବେ 2001 ରେ ଭୋଡାଫୋନରେ ଯୋଗ ଦେଇଥିଲେ । ବର୍ତ୍ତମାନ ସେ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଦାୟିତ୍ବରୁ ଇସ୍ତଫା ଦେବା ପରେ ମାର୍ଚ୍ଚ 2023 ଶେଷ ପର୍ଯ୍ୟନ୍ତ ଜଣେ ପରାମର୍ଶଦାତା ଭାବରେ କାର୍ଯ୍ୟ କରିବେ । 2018ରେ ସିଇଓ ଭାବରେ ନିଯୁକ୍ତ ହେବା ପୂର୍ବରୁ ନିକ୍ ରିଡ୍ ବିଭିନ୍ନ ସ୍ଥାନୀୟ, ଆଞ୍ଚଳିକ ଏବଂ ବିଶ୍ବସ୍ତରୀୟ ବରିଷ୍ଠ କାର୍ଯ୍ୟନିର୍ବାହୀ ଭୂମିକା ଗ୍ରହଣ କରିଛନ୍ତି ।

ଭୋଡାଫୋନ୍‌ରେ ଯୋଗଦେବା ପୂର୍ବରୁ ସେ ୟୁନାଇଟେଡ୍ ବିଜନେସ୍ ମିଡିଆ ପ୍ଲାକ୍ ଏବଂ ଫେଡେରାଲ୍ ଏକ୍ସପ୍ରେସ ୱାର୍ଲ୍ଡଓ୍ବାଇଡ୍(Federal Express Worldwide) ସହିତ ବରିଷ୍ଠ ବିଶ୍ୱ ଆର୍ଥିକ ପଦବୀରେ ଅବସ୍ଥାପିତ ହୋଇଥିଲେ । ସେ ମଧ୍ୟବର୍ତ୍ତୀକାଳୀନ ଗ୍ରୁପ୍ ମୁଖ୍ୟ କାର୍ଯ୍ୟନିର୍ବାହୀ ଭାବରେ ନିଯୁକ୍ତ ହେବା ବ୍ୟତୀତ ମାର୍ଗେରିଟା ଡେଲା ଭାଲେ ମଧ୍ୟ ଗ୍ରୁପ୍ ମୁଖ୍ୟ ଆର୍ଥିକ ଅଧିକାରୀ ଭାବରେ କାର୍ଯ୍ୟ କରିବେ । ଆଉ ଜଣେ ନୂତନ ଗ୍ରୁପ୍ ମୁଖ୍ୟ କାର୍ଯ୍ୟନିର୍ବାହୀ ଖୋଜିବା ପାଇଁ ବୋର୍ଡ ଏକ ପ୍ରକ୍ରିୟା ଆରମ୍ଭ କରିଛି ବୋଲି କମ୍ପାନୀ ବିବୃତ୍ତିରେ କହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.