ETV Bharat / science-and-technology

ବିବାହରେ ଭଲ ଫଟୋଗ୍ରାଫି ଚାହୁଁଛନ୍ତି କି, ଲଞ୍ଚ ହେଲା ଭିଭୋର ୱେଡିଂ ପୋଟ୍ରେଟ ଫୋନ

author img

By ETV Bharat Odisha Team

Published : Oct 23, 2023, 4:07 PM IST

ବିବାହରେ ଭଲ ଫଟୋଗ୍ରାଫି ଚାହୁଁଛନ୍ତି କି । ଆପଣଙ୍କୁ ଜଣାଇ ଦେଉଛି କି Y200 5G ସ୍ମାର୍ଟଫୋନ୍ ଲଞ୍ଚ ହୋଇଛି । ଯାହାକି ବିବାହ ଫଟୋଗ୍ରାଫି ପାଇଁ ସବୁଠୁ ବେଷ୍ଟ ବୋଲି କୁହାଯାଇଛି । ଅଧିକ ପଢନ୍ତୁ

Y200 5G
Y200 5G

ହାଇଦ୍ରାବାଦ: ମହାନବମୀରେ ଲଞ୍ଚ ହେଲା ମହା ଆକର୍ଷଣୀୟ ଫୋନ । ରହିଛି ଦମଦାର ଫିଚର ସାଙ୍ଗକୁ ଆକର୍ଷୀୟ ଅଫର । ଚାଇନାର ସ୍ମାର୍ଟଫୋନ କମ୍ପାନୀ ଭିଭୋ ଆଜି Y200 5G ସ୍ମାର୍ଟଫୋନ୍ ଲଞ୍ଚ କରିଛି । ଏହା ଏକ ବଜେଟ ବେସ ଫୋନ ହୋଇଥିବା ବେଳେ ଏହି ଫୋନରେ କମ୍ପାନୀ 64MP OIS କ୍ୟାମେରା ଏବଂ 4800 mAh ବ୍ୟାଟେରୀ ଦେଇଛି । ଏହି ଫୋନକୁ ଭିଭୋର ଅଫିସିଆଲ ଓ୍ବେବସାଇଟ କିମ୍ବା ଫ୍ଲିଫକାର୍ଟରୁ ମଧ୍ୟ ଅର୍ଡର କରିପାରିବେ । ତେବେ ଫୋନ ଲଞ୍ଚ ହେବା ମାତ୍ରେ ଦିଆଯାଇଛି ଅଫର ।

ଦାମ ଏବଂ ଅଫର: ଭିଭୋ Y200 5G ର 8 / 128GB ଭାରିଆଣ୍ଟର ମୂଲ୍ୟ 21ହଜାର 999 ଟଙ୍କା ରହିଛି । ତେବେ ଫୋନ ଲଞ୍ଚ ହେବା ମାତ୍ରେ ହିଁ ଅଫର ରହିଛି । ଏହା ଉପରେ କମ୍ପାନୀ HDFC ଏବଂ ଆଇସିଆଇସିଆଇ ବ୍ୟାଙ୍କର ଡେବିଟ୍ ଏବଂ କ୍ରେଡିଟ୍ କାର୍ଡ ଉପରେ 2,000 ଟଙ୍କା ରିହାତି ପ୍ରଦାନ କରୁଛି । ଆପଣ ମୋବାଇଲ୍ ଫୋନ୍ ଜଙ୍ଗଲ୍ ଗ୍ରୀନ୍ ଏବଂଡେସର୍ଟ ଗୋଲ୍ଡ ରଙ୍ଗରେ କିଣିପାରିବେ।

ସ୍ପେସ: ସ୍ପେସିଫିକେସନ ବିଷୟରେ କହିବାକୁ ଗଲେ, ଆପଣ 6.67 ଇଞ୍ଚ FHD + AMOLED ଡିସପ୍ଲେ ପାଇବେ । ଯାହାର ରିଫ୍ରେସ ରେଟ 120Hz ରହିଛି । ସ୍ମାର୍ଟଫୋନରେ 44 ୱାଟ ଫାଷ୍ଟ ଚାର୍ଜିଂ ସହିତ 4800 mAh ବ୍ୟାଟେରୀ ଅଛି । କମ୍ପାନୀ ଦାବି କରିଛି ଯେ ଏହି ଫୋନ ମାତ୍ର 19 ମିନିଟରେ 50% ଚାର୍ଜ ହେବ । ସ୍ମାର୍ଟଫୋନରେ OIS ସମର୍ଥନ ସହିତ 64MP ପ୍ରାଥମିକ କ୍ୟାମେରା ଏବଂ 2MP ସେକେଣ୍ଡାରୀ କ୍ୟାମେରା ରହିଛି । ସ୍ମାର୍ଟଫୋନର ସମ୍ମୁଖରେ(ଫ୍ରଣ୍ଟରେ) 16MP କ୍ୟାମେରା ରହିଛି । ମୋବାଇଲ୍ ଫୋନ୍ ସ୍ନାପଡ୍ରାଗନ୍ 4 ଜେନ 1 ପ୍ରୋସେସରରେ କାମ କରୁଛି। ସ୍ମାର୍ଟଫୋନର ସୁରକ୍ଷା ପାଇଁ ଏହାକୁ ଏକ ଇନ ଡିସପ୍ଲେ ଫିଙ୍ଗର ପ୍ରିଣ୍ଟ ସେନସର ସୁବିଧା ରହିଛି । ଏହି ଫୋନରେ ବିବାହ ଫଟୋଗ୍ରାଫି ପାଇଁ ଏକ ବିବାହ ପୋଟ୍ରେଟ୍ ମୋଡ୍ ଅଛି ଯାହା ବିବାହର ଫଟୋକୁ ଏକ ଭଲ ପ୍ରୋସେସରେ କ୍ୟାପଚର କରିଥାଏ ।

ଏହା ମଧ୍ୟ ପଢନ୍ତୁ: OnePlus Open Launch: ଲଞ୍ଚ୍‌ ହେଲା ଓ୍ବାନପ୍ଲସ୍‌ର ପ୍ରଥମ ଫୋଲ୍ଡେବଲ୍‌ ଫୋନ୍‌, ଏତିକି ରହିଛି ଦାମ୍

ଏହା ପୂର୍ବରୁ ଓ୍ବାନପ୍ଲସ ଫୋଲ୍ଡେବଲ ଫୋନ ଲଞ୍ଚ କରିଥିଲା । ଓ୍ବାନପ୍ଲସ ନିଜର ପ୍ରଥମ ଫୋଲଡେବଲ୍ ଫୋନ୍ OnePlus ଓପନ୍ ଲଞ୍ଚ କରିଥିଲା । ଏମେରାଲ୍ଡ ଗ୍ରୀନ୍ ଏବଂ ଭଏଜର୍ ବ୍ଲାକ୍ ଏହି ଦୁଇଟି ରଙ୍ଗ ରହିଛି । OnePlus ଏହାର ଦଶମ ବାର୍ଷିକୀରେ ଓ୍ବାନପ୍ଲସ୍‌ ଓପନ୍ ଫୋଲଡେବଲ୍ ଫୋନ୍ ଲଞ୍ଚ ହୋଇଥିଲା । OnePlus ଓପନ୍ ଫୋଲଡେବଲ୍ ଫୋନର ଓଜନ 238 ଗ୍ରାମ ରହିଛି । ଯାହାକି ୟୁଜର୍ସଙ୍କୁ ଧରିବା ପାଇଁ ମଧ୍ୟ ସୁବିଧା ହେବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.